କୋରୋନା ବିରୋଧି ମୁକାବିଲା ପାଇଁ ସ୍ୱୟଂସେବକଙ୍କୁ ପ୍ରଶିକ୍ଷିତ କରିବ ଆରଏସଏସ
Advertisement

କୋରୋନା ବିରୋଧି ମୁକାବିଲା ପାଇଁ ସ୍ୱୟଂସେବକଙ୍କୁ ପ୍ରଶିକ୍ଷିତ କରିବ ଆରଏସଏସ

ଆସନ୍ତା ଅଗଷ୍ଟ ମାସରେ ସ୍ୱୟଂସେବକଙ୍କ ଲାଗି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ।

କୋରୋନା ବିରୋଧି ମୁକାବିଲା ପାଇଁ ସ୍ୱୟଂସେବକଙ୍କୁ ପ୍ରଶିକ୍ଷିତ କରିବ ଆରଏସଏସ

ନୂଆଦିଲ୍ଲୀ: କୋରୋନା ମହମାରୀର ତୃତୀୟ ଲହରର ମୁକାବିଲା କରିବା ଲାଗି ଦେଶବ୍ୟାପୀ ସ୍ୱୟଂସେବକଙ୍କୁ ପ୍ରଶିକ୍ଷଣ ଦେବ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଏହି ପ୍ରଶିକ୍ଷିତ ସ୍ୱୟଂସେବକ ଦେଶର ପ୍ରାୟ ୨.୫ ଲକ୍ଷ ସ୍ଥାନରେ ପହଞ୍ଚିବେ। ଏବେ ସଂଘର ପ୍ରାୟ ୨୭, ୧୬୬ ଶାଖା ତୃଣମୂଳସ୍ତରରେ ଆରମ୍ଭ ହୋଇଗଲାଣି। 

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ (RSS) ଅଧିନସ୍ଥ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରେ (Akhil Bharatiya Prant Pracharak baithak) ସଙ୍ଗଠନାତ୍ମକ କାର୍ଯ୍ୟ (RSS Organizational Activity), କୋରୋନା ଦ୍ୱିତୀୟ ଲହର (Corona Second Wave) ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତ ଏବଂ କୋରୋନା ସଂକଟ କାଳରେ ସଂଘ ପକ୍ଷରୁ କରାଯାଇଥିବା ସେବା,   ସ୍ୱଂୟଂସେବକଙ୍କ ପକ୍ଷରୁ କୋଭିଡ୧୯ ଟିକକାରଣ ପ୍ରକ୍ରିୟାରେ କରାଯାଇଥିବା ସହଯୋଗ କାର୍ଯ୍ୟ ବାବଦରେ ସମୀକ୍ଷା କରାଯାଇଥିଲା।   

କୋରୋନା ମହମାରୀର ତୃତୀୟ ଲହରକୁ (Corona Third Wave) ନଜରରେ ରଖି ଏହାର ମୁକାବିଲା କରିବା କ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିବା ଏବଂ ପୀଡିତ ଲୋକଙ୍କ ନିକଟରେ ସହୟତା ପହଞ୍ଚାଇବା ଲାଗି ସ୍ୱୟଂସେବକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ବର୍ତ୍ତମାନ ସୃଷ୍ଟି ହୋଇଥିବା କୋରୋନା ସଂକଟ ଭଳି ପରିସ୍ଥିତିରେ ସମାଜର ମନୋବଳ ବଢାଇବା ଲାଗି ଆବଶ୍ୟକୀୟ ସମସ୍ତ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଏହି ପ୍ରଶିକ୍ଷିତ କର୍ମକର୍ତ୍ତା ଦେଶର ୨.୫ ଲକ୍ଷ ସ୍ଥାନକୁ ଯାତ୍ରା କରିବେ। 

ଆସନ୍ତା ଅଗଷ୍ଟ ମାସରେ ସ୍ୱୟଂସେବକଙ୍କ ଲାଗି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ସେହିପରି ଚଳିତ ବର୍ଷ ସେପ୍ଟମ୍ବର ମାସରୁ ଜନଜାଗରଣ ଅଭିଯାନ ଦ୍ୱାରା ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ସ୍ୱୟଂସେବକ। ଆରଏସଏସ ପକ୍ଷରୁ ହେବାକୁ ଯାଉଥିବା ଏହି କାର୍ଯ୍ୟରେ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସାମିଲ କରାଯିବ।   
 
କୋରୋନା ଜନିତ ସ୍ଥିତି ସ୍ୱାଭାବିକ ହେବା ପରେ ତୃଣମୂଳ ସ୍ତରରେ ପୁଣି ଥରେ ଶାଖା ଜରିଆରେ ସକ୍ରିୟ ହୋଇଉଠିଛି ଆରଏସଏସ। ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ୩୯,୪୫୪ ଶାଖା ସଞ୍ଚାଳିତ ହେଉଛି। ଏହା ମଧ୍ୟରୁ ୨୭୧୬୬ ଶାଖା ବିଭିନ୍ନ ସ୍ଥାନରେ ଏବଂ ୧୨, ୨୮୮ ଇ-ଶାଖା ପରିଚାଳିତ ହେଉଛି। ଏହା ସହିତ ୧୦,୧୩୦ ସାପ୍ତାହିକ ମିଳନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରାୟ ୬୫୧୦ ପ୍ରତ୍ୟେକ୍ଷ ସାପ୍ତାହିକ ମିଳନ କାର୍ଯ୍ୟକ୍ରମ ଅୟୋଜିତ ହେଉଛି। ସେହିପରି ୩୬୨୦ ଇ-ମିଳନ ହେଉଛି। କୋରୋନା ସଂକଟ କାଳରେ ସ୍ୱତନ୍ତ୍ର ଭାବେ ୯୬୩୭ କୁଟୁମ୍ବ ମିଳନ ଅନୁଷ୍ଠିତ ହେଉଛି।