ସାଧୁଙ୍କ ଉପସ୍ଥିତିରେ ରାମ ଜନ୍ମଭୂମିର 'କୁବେର ତିଲା' ଠାରେ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି |
Trending Photos
)
ଅଯୋଧ୍ୟା: ଜୁନ ୧୦ ତାରିଖ ବୁଧବାର ରାମ ଜନ୍ମଭୂମି ପରିସରରେ ଅବସ୍ଥିତ 'କୁବେର ତିଲା' ଠାରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି | ପ୍ରାୟ ୨ ଘଣ୍ଟା ଧରି ଏହି ପୂଜା ଅନୁଷ୍ଠିତ ହୋଇଥିଲା | ଏଥିରେ ଯୋଗ ଦେଇଥିଲେ କମଲ ନୟନ ଦାସ ଜୀ ମହାରାଜ, ସନ୍ଥ ସଭା ମୁଖାପାତ୍ର କହ୍ନେୟା ଦାସ, ଆଚାର୍ଯ୍ୟ ଆନନ୍ଦ ଶାସ୍ତ୍ରୀ |
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କମଲ ନୟନ ଦାସ ଜୀ ମହାରାଜ କହିଛନ୍ତି, କିଏ କହୁଛି କୋରୋନାର ବିଲୋପ ପାଇଁ ଏହି ପ୍ରାର୍ଥନା କରାଯାଇଛି | କୁବେରେଶ୍ୱର ମହାଦେବଙ୍କ ରୁଦ୍ରାଭିଷେକ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଥିବା ସମସ୍ତ ବାଧାବିଘ୍ନକୁ ହଟାଇଦେବେ | କୋଭିଡ19 କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାକୁ ଆସିପାରୁ ନାହାଁନ୍ତି | ନହେଲେ ମନ୍ଦିର ନିର୍ମାଣ ପ୍ରଥମ ମୂଳଦୁଆ ଏ ପର୍ଯ୍ୟନ୍ତ ରଖାଯାଇ ସାରନ୍ତାଣି |
ଏହି ପବିତ୍ର ସହରରେ ଗତ ମାସରେ ମନ୍ଦିର ନିର୍ମାଣ ପାଇଁ ଜମି ସମତଳ କରାଯାଉଥିବା ସମୟରେ ପ୍ରାଚୀନ କଳାକୃତ୍ତି, ଦେବୀଦେବତା ମୂର୍ତ୍ତୀ, ଶିବଲିଙ୍ଗ ଏବଂ ପଥରରେ ଖୋଦିତ କାରୁକାର୍ଯ୍ୟ ମାଟିତଳୁ ଉଦ୍ଧାର କରାଯାଇଥିଲା | ଏନେଇ ଜାରି ହୋଇଥିବା ସରକାରୀ ବିବୃତ୍ତିରେ କୁହାଯାଇଥିଲା ମନ୍ଦିର ସଂଲଗ୍ନ ଅଞ୍ଚଳରେ କାମ ଚାଲିଥିବା ବେଳେ ପୁରାତନ ସମୟର ଐତିହାସିକ ପ୍ରତିମୂର୍ତ୍ତି, ପଥର ଆଦି ମିଳିଛି |
ଅଯୋଧ୍ୟା ଜିଲ୍ଲା ପ୍ରଶାସନର ଅନୁମତି ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ତତ୍ତ୍ୱାବଧାନରେ ରାମ ଜନ୍ମଭୂମିରେ ଜମି ସମତଳ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା | ଚଳିତ ବର୍ଷ ମାର୍ଚ୍ଚ ମାସରେ ରାମ ଜନ୍ମଭୂମି ପରିସରରେ ମାନସ ଭବନ ନିକଟରେ ରାମ ଲାଲାଙ୍କ ପ୍ରତିମାକୁ ଏକ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି | କାରଣ ବର୍ତ୍ତମାନ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି |