ବାଘ ଛେଳିର ଦୋସ୍ତୀ ଶତ୍ରୁତାରେ ପରିଣତ ହେଲା, ଛେଳିର ମୃତ୍ୟୁରେ ସ୍ତବ୍ଧ ସମଗ୍ର ରୁଷିଆ

କେବେ ଦିହିଁଙ୍କ ଦୁଇଟି ହୃଦୟ ଗୋଟିଏ ଜୀବନ ଥିଲେ । ଦୁଇ ଜମଙ୍କ ଦୋସ୍ତିର ଉଦାହରଣ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସୁଥିଲେ । ହେଲେ ଯେବେ ଦୋସ୍ତିରେ ଫାଟ ପଡ଼ିଲା ତ କ'ଣ ହେଲା ପଢନ୍ତୁ ।  

ବାଘ ଛେଳିର ଦୋସ୍ତୀ ଶତ୍ରୁତାରେ ପରିଣତ ହେଲା, ଛେଳିର ମୃତ୍ୟୁରେ ସ୍ତବ୍ଧ ସମଗ୍ର ରୁଷିଆ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ବାଘ ସହ ଦୋସ୍ତି କରି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା 'ତିମୁର' ଏବଂ ଏହି ଦୁନିଆରେ ଆଉ ନାହିଁ । ହେଲେ ତାହାର ଜୀବନରେ ପ୍ରେମ, ସାହାସ, ଦୋସ୍ତି ଏବଂ ଶେଷରେ ଶତ୍ରୁତା ତାର ଜୀବନ ନେଲା । ଯାହାର ଖବର ଦୂର ଦୂର ଯାଏଁ ଶୁଣିବାକୁ ମିଳୁଛି । ସଫାରି ପାର୍କ ନିର୍ଦ୍ଦେଶକ ଭିଜା ଆଖିରେ କହିଛନ୍ତି ନଭେମ୍ୱର ୫ ତାରିଖରେ 'ତିମୁର' ଶେଷ ନିଶ୍ୱାସ ତ୍ୟାଗ କଲା । ଆମେ ତାକୁ ବଞ୍ଚାଇବାକୁ ଶେଷ ଚେଷ୍ଟା କରୁ, ହେଲେ ତାକୁ ବଞ୍ଚାଇପାରିଲୁନାହିଁ ।  'ତିମୁର' ର ମୃତ୍ୟୁରେ ବନ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ପୁରା ସମ୍ମାନର ସହ ତାହାର ଅନ୍ତିମ ସଂସ୍କାର କରାଗଲା ।

କହାଁଣୀ ଏମିତିକି, ରୁଷିଆ ଏକ ଜଙ୍ଗଲରେ ଏକ ବାଘ ଯାହାର ନାମ ଅମୁର ଅଟେ । ତାହାର ଦୋସ୍ତି ଏକ ଛେଳି ସହ ହୋଇଯାଇଥିଲା, ଯାହାର ନାମ 'ତିମୁର' ଅଟେ । ଦୁଇ ଜଣଙ୍କ ଦୋସ୍ତିର ଉଦାହରଣ ସାରା ରୁଷରେ ଦିଆଯାଇଥାଏ । ଆଜି 'ତିମୁର' ଏହି ଦୁନିଆରେ ଆଉ ନାହିଁ ହେଲେ ଏହି ଖବର ଏବେ ସାରା ଦୁନିଆକୁ କୁହାଯାଉଛି । କାରଣ ଏଇଆ ଯେ ଦୁଇ ଜଣଙ୍କ ଦୋସ୍ତିର ଉଦାହରଣ ସାରା ଦୁନିଆରେ କେଉଁଠି ଦେଖିବାକୁ ମିଳିବ ନାହିଁ ।

ଦୁଇଟି ହୃଦୟ ଏକ ଜୀବନ ଥିଲେ ଦୁଇଜଣ: ଦୁଇ ଜଣଙ୍କ ଦୋସ୍ତି କେତେ ମଜଭୂତ ଥିଲା ଏହାର ଏହାକୁ ପଢ଼ିଲେ ଜାଣିପାରିବେ । ଦୁଇ ଜଣ ଏକାସଙ୍ଗେ ଖେଳନ୍ତି, ଖାଆନ୍ତି ଓ ଶିକାର କରନ୍ତି । ଅମୁର 'ତିମୁର'କୁ ଶିକାର କରିବା ଶିଖାଇଥିଲା । ଦୂର ଦୂର ଯାଏଁ ଡିଆଡିଇଁ କରିବା ଦୁଇ ଜଣଙ୍କ ଭିତରେ ଖୁବ୍ ମନୋରଞ୍ଜନ କରିୁଥିଲେ । ଛେଳିର ବୟସ ୫ ବର୍ଷ ଥିବା ବେଳେ 'ଅମୁର' ସହ ଦୋସ୍ତି ଆରମ୍ଭ ହୋଇଥିଲା ୨୦୧୫ ମସିହାରେ । ଏବଂ ସେବେ ଠାରୁ ଦୁଇଜଣ ଏକା ସାଙ୍ଗରେ ରହୁଥିଲେ । ସଫାରି ପାର୍କରେ ତିମୁରକୁ ଯେବେ ଆଣାଯାଇଥିଲା ଅମୁର 'ତିମୁର'କୁ ଛୁଇଁବି ନଥିଲା । ନା ବାଘକୁ ଦେଖି 'ତିମୁର' ମନ ବିତରେ କେବେ ଭୟ ଜାତ ହୋଇନଥିଲା । ଏପରି ଲାଗୁଥିଲା ଦୁଇଜଣଙ୍କ ମଧ୍ୟରେ ବହୁତ ପୂର୍ବରୁ ପରିଚୟ ଥିଲା ।

ଶେଷରେ କେମିତି ଭାଙ୍ଗିଲା ଅମୁର ଓ 'ତିମୁର' ଜୋଡ଼ି ?
ତୋଙ୍କ ଦୁଇଜଣଙ୍କ ଦୋସ୍ତିର ଚର୍ଚ୍ଚା ଏତେ ପ୍ରଭାବିତ କରିଥିଲା ଯେ ଦୂର ଦୂରାନ୍ତରୁ ଉଭୟଙ୍କୁ ଦେଖିବାକୁ ପର୍ଯ୍ୟଟକ ଆସୁଥିଲେ । ହେଲେ ଏମିତି ସମୟ ଆସିଲା ଯେବେ ଦୁଇଜଣଙ୍କ ମଧ୍ୟରେ ଦୋସ୍ତିରେ ଫାଟ ସୃଷ୍ଟି ହେଲା । ଛେଳି ବାଘ ଆଗରେ ଟିକିଏ ସାହସୀ ହୋଇଗଲା  ଏବଂ ବାଘକୁ ଚ୍ୟାଲେଞ୍ଜ କରିବାକୁ ଲାଗିଲା । ବାଘକୁ ୧ ମାସ ଧରି ହଇରାଣ କରିବାକୁ ଲାଗିଲା ଛେଳି । ହେଲେ ବାଘ ଦୋସ୍ତିର ମର୍ଯ୍ୟାଦା ବଜାୟ ରଖିଲା ।

ଜାନୁଆୟରୀ ୨୦୧୬ ମସିହାରେ ଯେବେ ଛେଳି ବାଘ ଉପରେ ଗୋଡ଼ ରଖିଦେଲା, ତେବେ ତାର ଧର୍ଯ୍ୟ ଭାଙ୍ଗିଗଲା । ବାଘ ରାଗିଯାଇ ଛେଳିକୁ ପାହାଡ଼ ଉପରୁ ତଳକୁ ଧକ୍କା ଦେଇଦେଲା । ଯାହାଦ୍ୱାରା ବାଘର ଗଭୀର ଭାବେ ଆହତ ହେଲା । ସେ ଛୋଟା ଗୋଡ଼ରେ ଚାଲିବାକୁ ଲାଗିଲା । ତାହାର ରୋଗ ଧିରେ ଧିରେ ବଢ଼ି ତାର ମୃତ୍ୟୁ ହୋଇଗଲା । ପାର୍କ ଅଧିକାରୀ ଭଲ ଚିକିତ୍ସା କରାଇଲେ ମଧ୍ୟ ସେ ସୁସ୍ଥ ହୋଇପାରିଲାନାହିଁ । ତାର ପ୍ରାଣବାୟୁ ଉଡ଼ିଗଲା । ତାହାର ମୃତ୍ୟୁ ପରେ ଅନଲାଇନରେ ଶୋକ ସନ୍ଦେଶ ବ୍ୟକ୍ତ କରି ରୁଷିଆବାସୀ ଦୁଃଖ ପ୍ରକାଶ କରୁଛନ୍ତି । ଶ୍ରଦ୍ଧାଞ୍ଜଳୀ ଦେଇ ତିମୁରର ସାହାସ ଏବଂ ତାହାର ହୃଦୟରେ ରହିବା କଥା କହୁଛନ୍ତି । ଏହା ସହ ତିମୁର କବର ଉପରେ ସ୍ମାରକ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି ।