• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ସଚିନଙ୍କ ଠାରୁ ଅଟୋଗ୍ରାଫ ନେଲେ ପୋଲିଂ ଅଫିସର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା ।  ରାଜ୍ୟର ୨୮୮ଟି ଆସନରେ ମତଦାନ କରୁଛନ୍ତି ମତଦାତା । ଫିଲ୍ମ ଜଗତର କଳାକାରଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ତଥା କ୍ରିକେଟର ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏହି କ୍ରମରେ କ୍ରିକେଟ ଜଗତର ମହା ଖେଳାଳି ସଚିନ ତେନ୍ଦୁଲକର ନିଜ ପରିବାର ସହ ଭୋଟ ଦେବାକୁ ପହଞ୍ଚିଥିଲେ । 

ସଚିନଙ୍କ ଠାରୁ ଅଟୋଗ୍ରାଫ ନେଲେ ପୋଲିଂ ଅଫିସର
Sachin Tendulkar in Bandra polling booth

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା ।  ରାଜ୍ୟର ୨୮୮ଟି ଆସନରେ ମତଦାନ କରୁଛନ୍ତି ମତଦାତା । ଫିଲ୍ମ ଜଗତର କଳାକାରଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ତଥା କ୍ରିକେଟର ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏହି କ୍ରମରେ କ୍ରିକେଟ ଜଗତର ମହା ଖେଳାଳି ସଚିନ ତେନ୍ଦୁଲକର ନିଜ ପରିବାର ସହ ଭୋଟ ଦେବାକୁ ପହଞ୍ଚିଥିଲେ । 

ସଚିନ ନିଜ ପତ୍ନୀ ଅଞ୍ଜଳି ଓ ପୁଅ ଅର୍ଜୁନ ସହ ବାନ୍ଦାର ପୋଲିଂ ବୁଥରେ ମତଦାନ କରିଛନ୍ତି । ମତଦାନ ବେଳେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି । ପୋଲିଂ ବୁଥରେ କାର୍ଯ୍ୟରତ ପୋଲିଂ ଅଫିସର ସଚିନଙ୍କ ଠାରୁ କିକ୍ରେଟ ବଲ ଉପରେ ଅଟୋଗ୍ରାଫ ନେଇଛନ୍ତି । ସଚିନ ମଧ୍ୟ ପୋଲିଂ ଅଫିସରଙ୍କୁ ନିରାଶ କରି ନଥିଲେ, ଲେଦରର ନାଲି ବଲ ଉପରେ ନିଜ ଅଟୋଗ୍ରାଫ ଦେଇଥିଲେ । ମତଦାନ ପରେ ପରିବାର ସହ ସଚିନ ଫଟୋ ମଧ୍ୟ ଉଠାଇଥିଲେ । ଅନ୍ୟପକ୍ଷେ ତାଙ୍କ ଝିଅ ସାରା ସେମାନଙ୍କ ସହ ନଥିଲା । 

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ହରିୟାଣାରେ କଂଗ୍ରେସ ସିଧା ସଳଖ ବିଜେପିକୁ ଟକ୍କର ଦେଉଥିବା ବେଳେ ମହାରାଷ୍ଟ୍ରରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଓ ବିଜେପି ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ କଡା ଟକ୍କର ଚାଲିଛି ।  ଆସନ୍ତା ଅକ୍ଟୋବର ୨୪ରେ ଏହାର ପରିଣାମ ଆସିବ ।