Advertisement
Article Detail0/zeeodisha/odisha671885
Zee OdishaOther Newsଶହେରେ ଶହେଙ୍କୁ ୪୭...

'ଶହେରେ ଶହେ'ଙ୍କୁ ୪୭...

ସୋସିଆଲ ମିଡିଆରେ ସଚିନ ସଚିନ । ବିଶ୍ୱର କୋଟି କୋଟି କ୍ରିକେଟପ୍ରେମୀ ଆଜି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଟ୍ୱିଟରରେ ଟ୍ରେଣ୍ଡ କରୁଛି #HappyBirthdaySachin, #SachinTendulkar, #GodOfCricket ଇତ୍ୟାଦି । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ସିଏ କ୍ରିକେଟର ଭଗବାନ । ସିଏ ବିଶ୍ୱ ବିଜେତା । ବିଶ୍ୱର ବଡ଼ ବଡ଼ ବୋଲରଙ୍କୁ ଚକମା ଦେଖାଇବାରେ ସେ ମାହିର । ତାଙ୍କ ବ୍ୟାଟ ଚାଲିଲେ, ସେଞ୍ଚୁରି ପାଖକୁ ଚାଲିଆସେ । ସେ 'ଶହେରେ ଶହେ' । ଦେଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ନାଁ ସଚିନ ତେନ୍ଦୁଲକର ।  ଆଜି ତାଙ୍କ ୪୭ ତମ ଜନ୍ମଦିନ । ସୋସିଆଲ ମିଡିଆରେ ସଚିନ ସଚିନ । ବିଶ୍ୱର କୋଟି କୋଟି କ୍ରିକେଟପ୍ରେମୀ ଆଜି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଟ୍ୱିଟରରେ ଟ୍ରେଣ୍ଡ କରୁଛି #HappyBirthdaySachin, #SachinTendulkar, #GodOfCricket ଇତ୍ୟାଦି । 

ଯେତେବେଳେ ସମଗ୍ର ଦେଶ କୋରୋନା ମୁକାବିଲା କରୁଛି, ସେତେବେଳେ ନିଜର ଜନ୍ମଦିନ ପାଳନ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ ସଚିନ । କୋରୋନା ଯୁଦ୍ଧ ଲଢ଼ୁଥିବା ଡାକ୍ତର, ନର୍ସ, ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ସୈନିକ, ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନେଇଛନ୍ତି କ୍ରିକେଟର ଭଗବାନ । ହେଲେ ସଚିନଙ୍କୁ ଶୁଭେଚ୍ଛା ଜଣାଇବାର ସୋସିଆଲ ମିଡ଼ିଆରେ କୌଣସି କମି ଦେଖିବାକୁ ମିଳିନି । ଆଜି ସଚିନ କ୍ରିକେଟ ମଇଦାନରେ ନାହାଁନ୍ତି ସତ, ହେଲେ କୋଟି କୋଟି କ୍ରିକେଟପ୍ରେମୀଙ୍କ ହୃଦୟରେ ରାଜ୍ କରୁଛନ୍ତି । 

ଆରମ୍ଭ କରିବା ସଚିନଙ୍କ ପିଲାଦିନର ସାଙ୍ଗ ବିନୋଦ କାମ୍ବଲୀଙ୍କ ଠାରୁ । ଟିମ୍ ଇଣ୍ଡିଆର ଏହି ପୂର୍ବ କ୍ରିକେଟର ନିଜ ପରିବାର ସହ ଭିଡିଓ କରି ସଚିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

Add Zee News as a Preferred Source

ସେହିପରି, ଟିମ୍ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କ ପାଖକୁ ଆସିବା । ହାପି ବର୍ଥ ଡେ ବସମ୍ୟାନ ବୋଲି କହିଛନ୍ତି ରବି ଶାସ୍ତ୍ରୀ । 

ସେହିପରି ବିସିସିଆଇ ମଧ୍ୟ ଟ୍ୱିଟ କରି ସଚିନଙ୍କୁ ଶୁଭେଚ୍ଛା ଜଣାଇଛି । ୨୦୦୮ରେ ଇଂଲଣ୍ଡ ବିରୋଧରେ ସଚିନ ଖେଳିଥିବା ଏକ ଦମଦାର ପାରିର ଭିଡିଓକୁ ସେୟାର କରିଛି ବିସିସିଆଇ । ସେହିପରି ୨୬/୧୧ ମୁମ୍ବାଇ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ୪୧ ତମ ଶତକ କରିଥିଲେ ସଚିନ୍ । 

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ମଧ୍ୟ ସଚିନ ତେନ୍ଦୁଲକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଚିନଙ୍କ ପାଜୀ ବୋଲି ସମ୍ବୋଧନ କରିଛନ୍ତି ପ୍ରଜ୍ଞାନ । 

ତେବେ ଆଇସିସି ମଧ୍ୟ ସଚିନଙ୍କୁ ଶୁଭେଚ୍ଛା ଜଣାଇଛି । ଇତିହାସର ସବୁଠାରୁ ଚମତ୍କାର ବ୍ୟାଟ୍ସମ୍ୟାନ ବୋଲି କହିଛି ଆଇସିସି । 

About the Author