'କୋରୋନାଠୁ ଆହୁରି ଖତରନାକ କେଜ୍ରିୱାଲ'
Advertisement

'କୋରୋନାଠୁ ଆହୁରି ଖତରନାକ କେଜ୍ରିୱାଲ'

ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସିଥିବା ବିଶ୍ୱ ହିନ୍ଦୁ ପରିଷଦ ନେତ୍ରୀ ସାଥ୍ୱୀ ପ୍ରାଚୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସିଥିବା ବିଶ୍ୱ ହିନ୍ଦୁ ପରିଷଦ ନେତ୍ରୀ ସାଥ୍ୱୀ ପ୍ରାଚୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ଏଥର ସାଥ୍ୱୀ ପ୍ରାଚୀଙ୍କ ବୟାନ ଦିଲ୍ଲୀ ଦଙ୍ଗାକୁ ନେଇ । ଏହି ଦଙ୍ଗା ପାଇଁ କେଜ୍ରିୱାଲ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ସାଥ୍ୱୀ ପ୍ରାଚୀ । ହେଲେ କେନ୍ଦ୍ର ସରକାର ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବାଃ ବାଃ ଦେଇଛନ୍ତି । 

ଉତ୍ତରପ୍ରଦେଶ ଶାହଜହାପୁରରେ ସାଥ୍ୱୀ ପ୍ରାଚୀ କହିଛନ୍ତି, ''ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନା ଭାଇରସରୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ । କାହିଁକିନା କୋରୋନା ଭାଇରସ୍ ୨୦ ଦିନ ଭିତରେ ୨ଟି ଜୀବନ ନେଇଛି, ହେଲେ ଦିଲ୍ଲୀ ଦଙ୍ଗାରେ ୩୬ ଘଣ୍ଟା ମଧ୍ୟରେ ୫୫ ଜଣଙ୍କ ଜୀବନ ଯାଇଛି ।''

ସାଥ୍ୱୀ ପ୍ରାଚୀ ଆହୁରି ମଧ୍ୟ କହିଛନ୍ତି, ''ଦିଲ୍ଲୀରେ ହୋଇଥିବା ଦଙ୍ଗା ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଅଟେ ।  ଯଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନଥାନ୍ତେ ତେବେ ବୋଧେ ମୁଜାଫରନଗର ଘଟଣାର ପୁନରାବୃତ୍ତି ହୋଇଥାନ୍ତା ।'' 

ଆହୁରି ପଢ଼ନ୍ତୁ; ରାଜ୍ୟସଭା ଯିବେ ପୂର୍ବତନ CJI ରଞ୍ଜନ ଗୋଗୋଇ