ପ୍ରତିରକ୍ଷା ମନ୍ତ୍ରାଳୟର କମିଟିରେ ସାଧ୍ୱୀ ପ୍ରଜ୍ଞା, କଂଗ୍ରେସ କହିଲା ଗୋଡସେ ଭକ୍ତଙ୍କ ଭଲ ଦିନ ଆସି ଯାଇଛି
ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକରଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର କମିଟିରେ ସ୍ଥାନ ମିଳିଛି । ଏହି କମିଟିରେ ତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କମିଟିର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୁଛନ୍ତି । ସର୍ବଦା ନିଜ ମନ୍ତବ୍ୟ ଯୋଗୁ ଚର୍ଚ୍ଚା ରହି ଆସୁଥିବା ସାଧ୍ୱୀ ପ୍ରଜ୍ଞା ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଦେଶର ଭୋପାଳରୁ ନିର୍ବାଚନ ଲଢି ସଂସଦ ପହଞ୍ଚିଥିଲେ । ଲୋକସଭା ନିର୍ବାଚନ ସମୟରେ ସାଧ୍ୱୀଙ୍କ ବୟାନ ଚର୍ଚ୍ଚାରେ ରହି ଆସୁଥିଲା ।
- ପ୍ରତିରକ୍ଷା ମନ୍ତ୍ରାଳୟର କମିଟିରେ ପ୍ରଜ୍ଞା ଠାକୁର
- ରାଜନାଥ ସିଂହ କମିଟିର ଅଧ୍ୟକ୍ଷ
- କଂଗ୍ରେସର ଟାର୍ଗେଟରେ ବିଜେପି
Trending Photos

ନୂଆଦିଲ୍ଲୀ: ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକରଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର କମିଟିରେ ସ୍ଥାନ ମିଳିଛି । ଏହି କମିଟିରେ ତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କମିଟିର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୁଛନ୍ତି । ସର୍ବଦା ନିଜ ମନ୍ତବ୍ୟ ଯୋଗୁ ଚର୍ଚ୍ଚା ରହି ଆସୁଥିବା ସାଧ୍ୱୀ ପ୍ରଜ୍ଞା ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଦେଶର ଭୋପାଳରୁ ନିର୍ବାଚନ ଲଢି ସଂସଦ ପହଞ୍ଚିଥିଲେ । ଲୋକସଭା ନିର୍ବାଚନ ସମୟରେ ସାଧ୍ୱୀଙ୍କ ବୟାନ ଚର୍ଚ୍ଚାରେ ରହି ଆସୁଥିଲା ।
ପ୍ରତିରକ୍ଷା ମାମଲାରେ ଏହି ମନ୍ତ୍ରାଳୟରେ ମୋଟ ୨୧ ସଦସ୍ୟ ଅଛନ୍ତି । ଏଥିରେ ସାଧ୍ୱୀ ସିଂହ ଠାକୁରଙ୍କ ନାଁ ମଧ୍ୟ ସାମିଲ କରାଯାଇଛି । କମିଟିର ଅଧ୍ୟକ୍ଷ ରାଜନାଥ ସିଂହଙ୍କ ବ୍ୟତୀତ ଫାରୁକ ଅବଦୁଲା, ଏ. ରାଜା, ସୁପ୍ରିୟା ସୁଲେ, ମୀନାକ୍ଷୀ ଲେଖି, ରାକେଶ ସିଂହ, ଶରଦ ପାୱାର, ଜେପି ନଡ୍ଡା ଆଦି ସାମିଲ ଅଛନ୍ତି ।
Few Months back PM said “he can never forgive #PragyaThakur for her remarks but today she is rewarded with appointment on Parliamentary Committee on Defence -Message is Clear -It’s Acche Din for Nathuram Godse Bhakts
— Jaiveer Shergill (@JaiveerShergill) November 21, 2019
ସାଧ୍ୱୀଙ୍କୁ କମିଟିରେ ସାମିଲ କରିବାକୁ ନେଇ କଂଗ୍ରେସ ଦଳ ଏହାକୁ ଦୁର୍ଭାଗ୍ୟଜନକ କହିଛନ୍ତି । ମଧ୍ୟ ପ୍ରଦେଶ ସରକାରଙ୍କ ମନ୍ତ୍ରୀ ପିସି ର୍ମା ଏହାକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ପିଏମ ମୋଦିଙ୍କ କଥା କହିବା ଓ କରିବାରେ ବହୁତ ତଫାତ ରହିଥାଏ । ପିଏମ ମୋଦି କହିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କିନ୍ତୁ ବର୍ତ୍ତମାନ ଯାଏ ସେପରି କିଛି ହୋଇନି ।
ସେହିପରି କଂଗ୍ରେସ ନେତା ଜୟବୀର ଶରଗିଲ କହିଛନ୍ତି ଯେ ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା କମିଟିରେ ସାମିଲ କରାଯାଇଛି । ବିଜେପି ସରକାର ଜାତୀୟବାଦର ନୂଆ ମଡେଲ ଉପସ୍ଥାପନ କରିଛି । ବୋମା ବିସ୍ଫୋରଣ ମାମଲାରେ ଟ୍ରାୟଲ ଚାଲୁଥିବା ନେତାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟରେ ସାମିଲ କରାଯାଇଛି । ଚିନ୍ତାର କୌଣସି କାରଣ ନାହିଁ, ଭାରତ ମାତା କି ଜୟ ବୋଲି କହିଛନ୍ତି ସେ । ସେ ଆହୁରି କହିଛନ୍ତି ଯେ କିଛି ମାସ ପୂର୍ବେ ପିଏମ ମୋଦି ମନରୁ କ୍ଷମା କରି ପାରିବୁ ନାହିଁ କଥା କହିଥିଲେ, କିନ୍ତୁ ଏବେ ସ୍ପଷ୍ଟ ସନ୍ଦେଶ ମିଳୁଛି ନାଥୁରାମ ଗୋଡସେର ଭକ୍ତଙ୍କ ଭଲ ଦିନ ଆସିଯାଇଛି ।
More Stories