ଅନଲାଇନ୍ ଟ୍ରାଞ୍ଜାକସନ୍ କରୁଛନ୍ତି କି? ସତର୍କ ରୁହନ୍ତୁ ନ ହେଲେ ଠକେଇର ଶିକାର ହୋଇପାରନ୍ତି
Advertisement

ଅନଲାଇନ୍ ଟ୍ରାଞ୍ଜାକସନ୍ କରୁଛନ୍ତି କି? ସତର୍କ ରୁହନ୍ତୁ ନ ହେଲେ ଠକେଇର ଶିକାର ହୋଇପାରନ୍ତି

ଅନଲାଇନ ଟ୍ରାଞ୍ଜାକସନ୍ କରିବା ସମୟରେ କିଛି ଏମିତି ଟିପ୍ସର ପାଳନ କରିବା ଆବଶ୍ୟକ ଯାହା ଆପଣଙ୍କୁ ଠକେଇରୁ ବଞ୍ଚେଇପାରିବ । ଏନେଇ ଜାଣିରଖନ୍ତୁ କିଛି ଟିପ୍ସ...  

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଦ୍ୟୁମ୍ନ ମାଝୀ, ଭୁବନେଶ୍ୱର: ଆଜିର ଦିନରେ କ୍ୟାସଲେସ୍ ପେମେଣ୍ଟ ବା ବିନା ମୁଦ୍ରା କାରବାର ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି । ବିଶେଷ କରି ପେଟିଏମ୍, ଫ୍ରୀଚାର୍ଜ, ମୋବିକ୍ୱିକ୍ ଭଳି ମୋବାଇଲ ୱାଲେଟ୍ ଆପ୍ଲିକେସନ୍ ବର୍ତ୍ତମାନ ସମୟରେ ସହରବାସୀଙ୍କ ସାହାରା ପାଲଟିଛି । ଗତ ଦୁଇ ସପ୍ତାହ ହେବ କ୍ୟାସଲେସ୍ କାରବାର ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗୁଗଚୁପ୍ ଦୋକାନୀଙ୍କଠାରୁ ଆରମ୍ଭ କରି ଛୋଟବଡ ହୋଟେଲ, ପରିବା ଦୋକାନ, ସେଲୁନ, କ୍ୟାଫେ ଓ କୋଲ୍ଡଡ୍ରିଂକ୍ସ ଦୋକାନ ଭଳି ସ୍ଥାନରେ ଡିଜିଟାଲ୍ ୱାଲେଟର ବହୁତ ବ୍ୟବହାର ହେଉଛି । ଏହାବ୍ୟତୀତ କ୍ୟାବ୍, ବସ୍, ଟ୍ରେନ୍, ବିମାନ, ସିନେମା ପାଇଁ ଟିକେଟ ବୁକିଂ କରିବାକୁ ମଧ୍ୟ ଲୋକେ ସ୍ମାର୍ଟ ଉପାୟରେ ଟଙ୍କା ପରିବର୍ତ୍ତେ ଡିଜିଟାଲ୍ ୱାଲେଟର ସାହାଯ୍ୟ ନେଉଛନ୍ତି । ହେଲେ କେତେକ ସ୍ଥଳେ ଏହାର ନକରାତ୍ମକ ଦିଗ ଯୋଗୁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି ।

ଅନେକ ଲୋକ ମଧ୍ୟ ଅନଲାଇନରେ ଟ୍ରାଞ୍ଜାକସନର ସୁବିଧା ନେଉଛନ୍ତି । କାରଣ ଏହା ଦ୍ୱାରା ଶିଘ୍ର ଖାତାକୁ ଟଙ୍କା ଯିବା ଆସିବା କରିଥାଏ । ସମୟ ବଞ୍ଚିବା ସହ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାହେବାକୁ ପଡ଼ିନଥାଏ ।  ଯେମିତି ଭାବେ ଅନଲାଇନ୍ ଟ୍ରାଞ୍ଜାକସନ୍ ବଢ଼ିବାରେ ଲାଗିଛି ସେହି ଅନୁପାତରେ ଅନଲାଇନରେ ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ଆପଣ ସତର୍କ ନ ରହିଲେ ଆପଣଙ୍କ ସହ ମଧ୍ୟ ଏମିତି ଠକେଇ ହୋଇପାରେ । ଆପଣ ସତର୍କ ରହିବା ସହ କିଛି ଟିପ୍ସକୁ ମଧ୍ୟ ପାଳନ କରିବା ଆବଶ୍ୟକ । ଯାହା ଆପଣଙ୍କୁ ଅନଲାଇନ୍ ଠକେଇରୁ ରକ୍ଷା କରିପାରିବ ।

ଟିପ୍ସ ବିଷୟରେ ଜାଣିନିଅନ୍ତୁ :
୧) କେବେ ବି କାହା ସହିତ ନିଜ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ସେୟାର କରନ୍ତୁ ନାହିଁ  
୨) କୌଣସି ବ୍ୟକ୍ତି ଯାହା ଉପରେ ଆପଣଙ୍କ ବିଶ୍ୱାସ ନ ହେଉଛି ନିଜ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ସେୟାର କରନ୍ତୁନାହିଁ
୩) ଏମିତିକି ଆପଣଙ୍କ ବିଶ୍ୱାସଯୋଗ୍ୟ ଲୋକଙ୍କ ସହ ମଧ୍ୟ ତଥ୍ୟ ସେୟାର କରିବା ଉଚିତ୍ ନୁହେଁ
୪)  କାର୍ଡର ଫଟୋ କେଉଁଠି ବି ଅପଲୋର୍ଡ କରନ୍ତୁନାହିଁ
୫)  ଅନେକ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ବାରମ୍ୱାର ଭରିବାକୁ ପଡ଼ିଥାଏ ବୋଲି ଅପଲୋଡ୍ କରିଦେଇଥାନ୍ତି
୬) ସିବିବି, ଏକ୍ସପାୟରି ଡେଟ୍ ଓ  ଓଟିପି କୌଣସି ବ୍ୟକ୍ତି ସହ ସେୟାର କରନ୍ତୁନାହିଁ
୭) ବ୍ୟାଙ୍କ, ବୀମା, ମୋବାଇଲ୍ ୱାଲେଟ୍ ଅଧିକୃତ ବ୍ୟକ୍ତି ସହ ମଧ୍ୟ ସେୟାର କରନ୍ତୁ ନାହିଁ
୮) ଅନଲାଇନ୍ ଟ୍ରାଞ୍ଜାକସନରେ ଓଟିପି ମୁଖ୍ୟ ଭୂମିକା ହୋଇଥାଏ । ଏହାକୁ କାହା ସହ ସେୟାର କରନ୍ତୁ ନାହିଁ 
୯)  କାର୍ଡର ପିନ୍ ଏଣ୍ଟ୍ରି କଲା ବେଳେ ଏହାକୁ ହାତରେ ଲୁଚାଇ ରଖନ୍ତୁ । ଯେପରି କେହି ପଛପଟେ ଦେଖି ନ ପାରିବେ 
୧୦) ଟ୍ରେନ୍ ବ୍ୟାଙ୍କିଙ୍ଗ/ମୋବାଇଲ୍  ବ୍ୟାଙ୍କିଙ୍ଗ କରିବା ସମୟରେ ସାବଧାନର ସହ କରନ୍ତୁ 
୧୧)  କିଛି ଦିନର ବ୍ୟବଧାନ ମଧ୍ୟରେ କାର୍ଡର ସିକ୍ରେଟ୍ ନମ୍ୱରକୁ ପରିବର୍ତ୍ତନ କରନ୍ତୁ 
୧୨)  ବହୁତ ଲମ୍ୱା ସମୟ ପର୍ଯ୍ୟନ୍ତ ପାସୱାର୍ଡକୁ ବ୍ୟବହାର କରନ୍ତୁ ନାହିଁ