• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଦବଙ୍ଗ 3ର ରିଲିଜ ସହ ସଲମାନ ଭାଙ୍ଗିବେ ଅମୀରଙ୍କ ରେକର୍ଡ

ଚଳିତ ବର୍ଷ କ୍ରିସମସରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ  ଫିଲ୍ମ 'ଦବଙ୍ଗ 3' ରିଲିଜ ହେବ । ଏହି ଫିଲ୍ମ ମାଧ୍ୟମରେ ସଲମାନ ଦର୍ଶକଙ୍କ ଆଗରେ ନିଜ ଜଲୱା ଦେଖାଇବେ । ଫିଲ୍ମକୁ ନେଇ ମଧ୍ୟ ଦର୍ଶକ ମଧ୍ୟରେ ବେଶ ଉତ୍ସୁକତା ଭରି ରହିଛି । ପ୍ରତି ଫିଲ୍ମ ପରି ଏହି ଫିଲ୍ମକୁ ନେଇ ମଧ୍ୟ ଟ୍ରେଡ ଏକ୍ସପର୍ଟ ବକ୍ସ ଅଫିସରେ ଚମତ୍କାର ଓପନିଂ କରିବାର ଆଶା ରଖିଛନ୍ତି । କାରଣ ଏହା ଏକ ବ୍ଲୋକବଷ୍ଟର ଫିଲ୍ମ ଦବଙ୍ଗର ଫ୍ରେନଚାଇଜୀ ରହିଛି ଓ ଅନ୍ୟଟି ହେଉଛି ସଲମାନଙ୍କ ଷ୍ଟାରଡମ ।

ଦବଙ୍ଗ 3ର ରିଲିଜ ସହ ସଲମାନ ଭାଙ୍ଗିବେ ଅମୀରଙ୍କ ରେକର୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ କ୍ରିସମସରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ  ଫିଲ୍ମ 'ଦବଙ୍ଗ 3' ରିଲିଜ ହେବ । ଏହି ଫିଲ୍ମ ମାଧ୍ୟମରେ ସଲମାନ ଦର୍ଶକଙ୍କ ଆଗରେ ନିଜ ଜଲୱା ଦେଖାଇବେ । ଫିଲ୍ମକୁ ନେଇ ମଧ୍ୟ ଦର୍ଶକ ମଧ୍ୟରେ ବେଶ ଉତ୍ସୁକତା ଭରି ରହିଛି । ପ୍ରତି ଫିଲ୍ମ ପରି ଏହି ଫିଲ୍ମକୁ ନେଇ ମଧ୍ୟ ଟ୍ରେଡ ଏକ୍ସପର୍ଟ ବକ୍ସ ଅଫିସରେ ଚମତ୍କାର ଓପନିଂ କରିବାର ଆଶା ରଖିଛନ୍ତି । କାରଣ ଏହା ଏକ ବ୍ଲୋକବଷ୍ଟର ଫିଲ୍ମ ଦବଙ୍ଗର ଫ୍ରେନଚାଇଜୀ ରହିଛି ଓ ଅନ୍ୟଟି ହେଉଛି ସଲମାନଙ୍କ ଷ୍ଟାରଡମ ।

ଏହି ଫିଲ୍ମରେକୁ ନେଇ କ୍ରେଜ ସେହି ସମୟରେ ଦେଖା ଦେଇଥିଲା, ଯେତେବେଳେ ଏହାର ଘୋଷଣା କରାଯାଇଥିଲା । ନିର୍ମାତା ଏହି ଫିଲ୍ମକୁ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ ଓ କନ୍ନଡ ଭାଷାରେ ରିଲିଜ କରିବାର ପ୍ରସ୍ତୁତି କରୁଛନ୍ତି । ଏହାକୁ ଧ୍ୟାନରେ ରଖି ସାଉଥ ଫିଲ୍ମର ଦିଗଜ କଳାକାର କିଚ୍ଚା ସୁଦୀପଙ୍କୁ ଦବଙ୍ଗ 3ରେ ସଲମାନଙ୍କ ଅପୋଜିଟରେ ରଖା ଯାଇଛି । ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମର ମାଗ ରିଲିଜ ପାଇଁ ପ୍ରସ୍ତୁତି କରାଯାଉଛି ।

ରିପୋର୍ଟ ଅନୁସାରେ, ଦବଙ୍ଗ 3ରେ ସାରା ଦେଶରେ ପ୍ରାୟ ୫୪୦୦ ସ୍କିନରେ ରିଲିଜ କରିବାର ପ୍ରସ୍ତୁତି କରାଯାଉଛି । ଏହି ପରିସ୍ଥିତିରେ ବର୍ତ୍ତମାନ ଯାଏ ସର୍ବାଧିକ ସ୍କିନରେ ରିଲିଜ ହେବା ପ୍ରଥମ ଫିଲ୍ମର ରେକର୍ଡ ଦବଙ୍ଗ 3 ନାଁରେ ହେବ । ଏହା ପୂର୍ବରୁ ଏହି ରେକର୍ଡ ଅମୀର ଖାନଙ୍କ ଫିଲ୍ମ ଠକ ଅଫ ହିନ୍ଦୁସ୍ତାନ ନାଁରେ ରହିଛି । ଏହି ଫିଲ୍ମ ସର୍ବମୋଟ ୫୦୦୦ ସ୍କିନରେ ରିଲିଜ ହୋଇଥିଲା । ଏହି ପରିସ୍ଥିତିକରେ ସଲମାନଙ୍କ ଦବଙ୍ଗ 3ର ରିଲିଜ ସହ ଆମୀରଙ୍କ ଠକ ଅଫ ହିନ୍ଦୁସ୍ତାନର ଏହି ରେକର୍ଡକୁ ଭାଙ୍ଗିବ । ଭାରତର ଅଧିକାଂଶ ସିଙ୍ଗଲ ସ୍କିନ ଦିନ ୧୨ ରୁ ୧୨.୩୦ ସମୟରେ ମେଟିନି ଶୋ ସହ ଖୋଲିଥାଏ । କିନ୍ତୁ ଦବଙ୍ଗ 3ର ଟିମ ଏହାକୁ ସକାଳେ 9.30ରେ ଖୋଲିବାର ପ୍ଲାନ କରୁଛି ।