Advertisement
Article Detail0/zeeodisha/odisha671699
Zee OdishaOther Newsବାସ୍ତୁ ଶାସ୍ତ୍ରରେ ଲୁଣ: ଅନେକ ସମସ୍ୟାକୁ କରେ ଚୁଟକିରେ ସମାଧାନ...

ବାସ୍ତୁ ଶାସ୍ତ୍ରରେ ଲୁଣ: ଅନେକ ସମସ୍ୟାକୁ କରେ ଚୁଟକିରେ ସମାଧାନ...

ଲୁଣକୁ ନେଇ ଅଜବ କାହାଣୀ...

ବାସ୍ତୁ ଶାସ୍ତ୍ରରେ ଲୁଣ: ଅନେକ ସମସ୍ୟାକୁ କରେ ଚୁଟକିରେ ସମାଧାନ...

ଲୁଣକୁ ନେଇ ଅନେକ ଲୋକକଥା ଶୁଣିବାକୁ ମିଳିଥାଏ. ଏପରିକି ବାସ୍ତୁଶାସ୍ତ୍ରରେ ମଧ୍ୟ ଲୁଣକୁ ନେଇ ଅନେକ କଥା ଲେଖା ରହିଛି. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲୁଣ ସମସ୍ତ ନକରାତ୍ମକ ଶକ୍ତିକୁ ନଷ୍ଟ କରିଦେଇ ସକରାତ୍ମକ ଶକ୍ତିବୃଦ୍ଧି କରେ। ସୁଖ ଶାନ୍ତି ପାଇଁ ସହାୟକ ହୋଇଥାଏ । ତେବେ ଅନେକ ସମସ୍ୟାର ସମାଧାନ ପାଇଁ ମଧ୍ୟ ଲୁଣକୁ ବ୍ୟବହାର କରାଯାଇଥାଏ. 

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଛୋଟଛୋଟ ପିଲାଙ୍କୁ ଲୋକଙ୍କ କୁ-ଦୃଷ୍ଟି ପଡିଲେ ସେମାନେ କାନ୍ଦନ୍ତି। ଏହଦ୍ଵାରା ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ। ଏପରି ହେଉଥିଲେ ଦୃଷ୍ଟି ପଡିଥିବା ପିଲାକୁ ଚିମୁଟେ ଲୁଣରେ ଝାଡି ସେହି ଲୁଣକୁ ବୋହି ଯାଉଥିବା ପାଣିରେ ଭସେଇ ଦେଲେ ଦୃଷ୍ଟି ଦୋଷ ଦୂର ହୋଇଥାଏ।

ସେହିପରି ଘରେ ବାସ୍ତୁ ଦୋଷ ଥିଲେ ନାନା ସମସ୍ୟା ଉପୁଜେ। ଶୁଭ କାର୍ଯ୍ୟରେ ବାଧା ଉପୁଜେ। ଏହା ବାସ୍ତୁଦୋଷର ପ୍ରଭାବ। ତେଣୁ ଏକ କାଚ ପାତ୍ରରେ କିଛି ଲୁଣ ଗାଧୁଆ ଘରେ ଯେକୌଣସି କୋଣରେ ରଖି ଦିଅନ୍ତୁ। ମାସକ ପରେ କୌଣସି ଦିନ ଲୁଣକୁ ପାଣିରେ ଭସାଇ ଦିଅନ୍ତୁ। ଦେଖିବେ ଘରର ସମସ୍ୟା ହଟିଯିବ। ବାସ୍ତୁ ଶାସ୍ତ୍ରରେ କାଚ ଓ ଲୁଣ ଉଭୟ ରାହୁଙ୍କ ପ୍ରତୀକ। ସେଥିପାଇଁ ଏହା ଘରର ବାସ୍ତୁଦୋଷ ଦୂର କରିବାରେ ସହାୟକ ହୋଇଥାଏ।

Add Zee News as a Preferred Source

ଘରେ ଏକା ରହିବାକୁ ଡର ଲାଗୁଥାଏ। କିମ୍ବା କୌଣସି ଆଭାସ ମିଳେ ଆପଣଙ୍କ ପଛେ ପଛେ କିଏ ବୁଲୁଛି। ଏପରି ହେଉଥିଲେ କାଚ ପାତ୍ରରେ କିଛି ଲୁଣ ଘରର ଯେ କୌଣସି କୋଣରେ ରଖି ଦିଅନ୍ତୁ। ଏହା ଦ୍ୱାରା ହୁଏତ ନକରାତ୍ମକ ଶକ୍ତି ଘରୁ ବାହାରି ଯିବ। ନଚେତ ଲୁଣ ଏହାକୁ ଅବଶୋଷ କରିନେବ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଥିବା ଜଣାଯାଏ ।

ପରିବାର ସଦସ୍ୟଙ୍କ ବ୍ୟବସାୟ ଓ ଚାକିରିରେ ସମସ୍ୟା ଦେଖାଦେଉଥିଲେ ଏକ କାଚ ଗ୍ଲାସ୍‌ରେ ପାଣି ଭରନ୍ତୁ। ଗ୍ଲାସକୁ ସାମାନ୍ୟ ଖାଲି ରଖି ଏଥିରେ ସାମାନ୍ୟ ଲୁଣ ପକାଇ ଘରର ଦକ୍ଷିଣ-ପଶ୍ଚିମ କୋଣରେ ରଖି ଦିଅନ୍ତୁ। ମାସକ ପରେ ପାଣିକୁ ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ। ଏହିପରି କିଛି ଦିନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଅପସିର ଯିବ।

About the Author