)
ନୂଆଦିଲ୍ଲୀ: କୋରୋନାକୁ ନେଇ ସମଗ୍ର ଦେଶ ଏବେ ଚିନ୍ତାଗ୍ରସ୍ତ। ଏଥିରୁ ବର୍ତ୍ତିବା ପାଇଁ ଏବେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି। ଏପରିକି ବିଧାୟକ, ସାଂସଦ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ସଚେତନ ବାର୍ତ୍ତା ପ୍ରଦାନ କରୁଛନ୍ତି। ସଚେତନତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ସ୍ଥିତି ମଧ୍ୟ ଜାହିର କରିଛନ୍ତି। ସରକାରଙ୍କ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନସିଂର କଥା କହୁଛନ୍ତି। କିନ୍ତୁ ଏହା ବାଏଁ ବାଏଁ ଉଡ଼ାଇଦେଉଛନ୍ତି ସମାଜବାଦ ଦଳର କିଛି ଖାମଖିଆଲି ନେତା।
ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର ନାଗିନା ନିର୍ବାଚନ ମଣ୍ଡଳୀର ବିଧାୟକ ମନୋଜ ପାରସ ଲକଡାଉନ ପରିସ୍ଥିତିର ଧୂଆଁବାଣ ଉଡ଼ାଉଥିବାର ଦେଖିବାକୁ ମିଳିଛି। ନିଜ ଘର ଆଗରେ ଗରିବ ମାନଙ୍କୁ ରାସନ ବାଣ୍ଟିବା ବାହାନାରେ ଲୋକମାନଙ୍କୁ ଏକତ୍ରିତ କରି ଭିଡ଼ କରୁଥିବା ଦେଖିବାକୁ ମିଳିଛି। ଏନେଇ ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ରାସନ ବଣ୍ଟା ଯିବା ସମୟରେ ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂରତାକୁ ତିଳେ ହେଁ ପାଳନ କରାଯାଉନଥିବା ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି। ରାସନ ଆଣିବା ପାଇଁ ଧାଁ ଧପଡ଼ର ପରିବେଶ ସେଠାରେ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।
ଏପରିକି ବିଧାୟକଙ୍କ ସମର୍ଥକମାନେ ଘର ଭିତରୁ ବିଭିନ୍ନ ରାସନ ଜିନିଷ ବାହାରକୁ ଫିଙ୍ଗୁ ଥିବା ଦେଖିବାକୁ ମିଳିଛି। ତାହାକୁ ନେବା ପାଇଁ ଲୋକଙ୍କ ମଧ୍ୟରେ ଧାଁଧପଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଲକଡାଉନ ସମୟରେ ଗରିବ ମାନଙ୍କୁ ରାସନ ଦେବା ନେଇ ବିଧାୟକ ଘୋଷଣା କରିଥିଲେ। ରାସନ ନେବା ପାଇଁ ବିଧାୟକଙ୍କ ବାସଭବନରେ ଲୋକମାନେ ପହଞ୍ଚିଥିଲେ। ମାତ୍ର ସେହି ସମୟରେ ସୋସିଆଲ ଡିଷ୍ଟାନସିଂକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା।
ବିଧାୟକ ମନୋଜ କହିଛନ୍ତି କି, ଏକ ସଂଗେ ୧୦ ରୁ ୧୫ ଜଣ ଲୋକ ଛିଡ଼ା ହେବେ। ସେମାନଙ୍କୁ ଶୃଙ୍ଖଳିତ ଭାବେ ରାସନ ଯୋଗାଇ ଦିଆଯିବ ବୋଲି ସେମାନେ ଯୋଜନା କରିଥିଲେ। ମାତ୍ର ହଠାତ ବହୁ ମାତ୍ରାରେ ଲୋକମାନେ ଆସି ଭିଡ଼ ଜମାଇବେ ବୋଲି ତାଙ୍କ କଳ୍ପନା ବାହାରେ ଥିବା ନେଇ ବିଧାୟକ କହିଥିଲେ।