ଦଳର ବିଜୟରେ ସମ୍ବଲପୁର ଆପ ପାଳିଲା ବିଜୟୋତ୍ସବ

ଦେଶର ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ପୁଣି ଥରେ ବିପୁଳ ପରିମାଣରେ ବିଜୟ ହାସଲ କରିଛି। ଯାହାକୁ ନେଇ ସମଗ୍ର ଦେଶରେ ଆପ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି। ଏପରିକି ବେଶ ଧୁମଧାମରେ ବିଜୟ ଉତ୍ସବ ମଧ୍ୟ ପାଳିଛନ୍ତି। ଏହିକ୍ରମରେ ସମ୍ବଲପୁରରେ ମଧ୍ୟ ଆପ କର୍ମୀମାନେ ବେଶ ଧୁମଧାମରେ ଉତ୍ସବ ପାଳନ କରିଥିବା ଜଣାପଡ଼ିଛି। 

ଦଳର ବିଜୟରେ ସମ୍ବଲପୁର ଆପ ପାଳିଲା ବିଜୟୋତ୍ସବ

ସମ୍ବଲପୁର: ଦେଶର ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ପୁଣି ଥରେ ବିପୁଳ ପରିମାଣରେ ବିଜୟ ହାସଲ କରିଛି। ଯାହାକୁ ନେଇ ସମଗ୍ର ଦେଶରେ ଆପ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି। ଏପରିକି ବେଶ ଧୁମଧାମରେ ବିଜୟ ଉତ୍ସବ ମଧ୍ୟ ପାଳିଛନ୍ତି। ଏହିକ୍ରମରେ ସମ୍ବଲପୁରରେ ମଧ୍ୟ ଆପ କର୍ମୀମାନେ ବେଶ ଧୁମଧାମରେ ଉତ୍ସବ ପାଳନ କରିଥିବା ଜଣାପଡ଼ିଛି। 

ଆଜି ସମ୍ବଲପୁରର କଚେରୀ ଛକଠାରେ ସମ୍ବଲପୁର ଜିଲ୍ଲା ଆପ ଦଳର ସଦସ୍ୟମାନେ ବିଜୟୋତ୍ସଵ ପାଳନ କରିଛନ୍ତି। ପରସ୍ପରକୁ ମିଷ୍ଠାନ ଖୁଆଇବା ସହ ଆମ ଆଦମୀ ପାର୍ଟି ଜିନ୍ଦାବାଦ ନାରା ଦେଇ ବିଜୟ ଉତ୍ସଵ ପାଳନ କରୁଛନ୍ତି।

ବିକାଶର ନାରା ସହ ଯେଭଳି ଭାବରେ ପୁନର୍ବାର ଦ୍ଵିତୀୟ ଥର କେନ୍ଦ୍ରର ହୃଦୟସ୍ଥଳ ଦିଲ୍ଲୀରେ ରାଜତ୍ୱ କରିବାକୁ ପଥ ପରିଷ୍କାର କରୁଛି ଆମ ଆଦମୀ ପାର୍ଟି ନିଶ୍ଚିତ ଭାବରେ ଦେଶର ରାଜନୀତି କ୍ଷେତ୍ରରେ ଏହା ପ୍ରତିଫଳିତ ହେବ ବୋଲି ଜଣାପଡିଛି।