• ଆଜି ରୁକୁଣା ରଥଯାତ୍ରା
  • ବିନା ଭକ୍ତରେ ହେବ ରଥ ଟଣା
  • ଓଡ଼ିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡ଼ାଉନ୍
  • ସବୁ ସହରାଂଚଳରେ ଶନିବାର , ରବିବାର ସଟଡ଼ାଉନ୍
  • ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା
  • ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ
  • IPL 2021: ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ
  • ରାଜସ୍ଥାନରେ ୧୫ ଦିନିଆ ଲକଡାଉନ ଘୋଷଣା
  • ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି
  • ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ କରୋନା ଟିକା

ସମ୍ବଲପୁରରେ ବିଏସପିର ଧାରଣା

ବହୁଜନ ସମାଜ ପାର୍ଟି ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦିଆଯାଇଛି । 

ସମ୍ବଲପୁରରେ ବିଏସପିର ଧାରଣା

ଅଜୟ ନାଥ, ସମ୍ବଲପୁର: ବହୁଜନ ସମାଜ ପାର୍ଟି ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦିଆଯାଇଛି । ବିଏସପି ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲାର ଲୋକ ମାନଙ୍କୁ ମୌଳିକ ସେବା ଦେବାରେ ପ୍ରଶାସନ ତଥା ରାଜ୍ୟ ସରକାର  ବିଫଳ ହୋଇଛି  । ଏଥିସହ ୧୨ ଦଫା ଦାବି ପୁରଣ ନେଇ ଧାରଣା ଦିଆଯିବା ସହ ଏକ ଦାବିପତ୍ର ମଧ୍ୟ ଦଳ ପକ୍ଷରୁ ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା ।

ବିଏସପି ଜିଲ୍ଲା ସଭାପତି ନାରାୟଣ ସୁନାଙ୍କ ନେତୃତ୍ୱରେ ଏହି ଧାରଣା ମାଧ୍ୟମରେ ମୁଖ୍ୟତ ସମ୍ବଲପୁର ସହରରେ ସୌନ୍ଦର୍ଯ୍ୟକରଣ ନାଁରେ ଯେଉଁ ଲୋକଙ୍କୁ ବିସ୍ଥାପିତ କରାଯାଉଛି ତାହାକୁ ବିରୋଧ କରାଯିବା ସହ ବିସ୍ଥାପନ ପୁର୍ବରୁ ଲୋକଙ୍କୁ ଥଇଥାନ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏଥିସହ ସରକାରୀ ସ୍ଥାନରେ ବର୍ଷ ବର୍ଷ ଧରି ଘର କରି ରହିଥିବା ଲୋକଙ୍କୁ ସରକାରୀ ଜମି ପଟ୍ଟା ଦେବା ପାଇଁ ଦଳ ଦାବିକରିଛି । ଏହି ଧାରଣ କାଯ୍ୟକ୍ରମ ରେ ବହୁଜନ ସମାଜ ପାର୍ଟିର ବହୁ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।