ବୁଢାରଜା ପାହାଡରେ ଲାଗିଛି ନିଆଁ। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।
Trending Photos
ଅଜୟ ନାଥ, ସମ୍ବଲପୁର: ରାଜ୍ୟର ପ୍ରକୃତିକୁ ଗ୍ରାସିଛି ନିଆଁ । ଶିମିଳିପାଳ ନିଆଁ ପରେ ଧିରେ ଧିରେ ଅନେକ କିଛି ଜଙ୍ଗଲରେ ଲାଗିଛି ନିଆଁ ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହି କ୍ରମରେ ବୁଢାରଜା ପାହାଡରେ ଲାଗିଛି ନିଆଁ। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ନିଆଁର ଗତି ଏତେ ଭୟଙ୍କର ଥିଲା ଯେ କ୍ଷଣିକ ସମୟ ମଧ୍ୟରେ ନିଆଁ ଚାହୁଁ ଚାହୁଁ ଅନେକ ମୂଲ୍ୟବାନ ଗଛ ଗୁଡ଼ିକ ପୋଡ଼ି ଛାରଖାର କରି ଦେଇଥିଲା।
ଶୁଖିଲା ପତ୍ରରୁ ନିଆଁ (Jungle Fire) ଆରମ୍ଭ ହୋଇ ବଡ଼ ବଡ଼ ବାଉଁଶ ବୁଦା ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ବନ ବିଭାଗକୁ ଖବର ଦେଲାପରେ ତୁରନ୍ତ ନିଆଁ ଲିଭାଇବାରେ ଲାଗିପଡ଼ିଥିଲେ କର୍ମଚାରୀ ମାନେ। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ଏହା ପୂର୍ବରୁ ୧୦ ତାରିଖ ରାତିରେ ମଧ୍ୟ ଏହି ପାହାଡ଼ (Hill)ରେ ନିଆଁ ଲାଗି ଅନେକ ଗଛ ପୋଡି ନଷ୍ଟ ହୋଇଯାଇଥିଲା।
Also Read: MiG-21 ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ
ବନ ବିଭାଗ ଏଥିପାଇଁ କିଛି କର୍ମଚାରୀଙ୍କୁ ଏଠାରେ ଡ୍ୟୁଟି କରିବା ପାଇଁ ମଧ୍ୟ କହିଥିଲା । ଯେଉଁମାନେ ପାହାଡ଼କୁ ବୁଲି ଆସୁଛନ୍ତି ତାଙ୍କର ନାମ ଏବଂ ଠିକଣା ଲେଖି ରଖିବା ପାଇଁ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହେଲାନାହିଁ। ଯଦି ବନ କର୍ମଚାରୀ ମାନେ ଆଜି ତାଙ୍କର କାର୍ଯ୍ୟ ସଠିକ ଭାବରେ କରିଥାନ୍ତେ ତାହେଲେ ଆଜି ବୁଢ଼ାରଜା ପାହାଡ଼ (Budha raja hill) ରେ ନିଆଁ ଲାଗିନଥାନ୍ତା। ଏବେ ବନ ବିଭାଗ ଏହି କର୍ମଚାରୀ ମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଅପେକ୍ଷା।
Edited: Zee Odisha Desk