ପର୍ଯ୍ୟଟନ ଋତୁରେ ଖୋଲିଲା ରାମ ସାଗର ବନ୍ଧ
Advertisement

ପର୍ଯ୍ୟଟନ ଋତୁରେ ଖୋଲିଲା ରାମ ସାଗର ବନ୍ଧ

ସମ୍ବଲପୁର ମହାନଗର ନିଗମ (Sambalpur Municipal Corporation) ଦ୍ୱାରା ବନ୍ଦ ହୋଇ ପଡିଥିବା ରାମ ସାଗର (Ram Sagar dam) ବନ୍ଧରେ ନୌକାବିହାର ସେବାକୁ (Boating Service) ପୁଣି ଆରମ୍ଭ କରାଯାଇଛି।

ପର୍ଯ୍ୟଟନ ଋତୁରେ ଖୋଲିଲା ରାମ ସାଗର ବନ୍ଧ

ଅଜୟ ନାଥ, ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ (Sambalpur Municipal Corporation) ଦ୍ୱାରା ବନ୍ଦ ହୋଇ ପଡିଥିବା ରାମ ସାଗର (Ram Sagar dam) ବନ୍ଧରେ ନୌକାବିହାର ସେବାକୁ (Boating Service) ପୁଣି ଆରମ୍ଭ କରାଯାଇଛି। କୋଭିଡ କଟକଣା (Covid Guideline) ପାଇଁ ବନ୍ଦ ପଡିଥିବା ନୌକାବିହାର ପୁଣି ଆରମ୍ଭ ହୋଇଥିବାରୁ ପର୍ଯ୍ୟଟନ ଋତୁରେ ବେଶ ମଜା ନେଉଛନ୍ତି ପର୍ଯ୍ୟଟକ (Tourist)। ଧୀରେଧୀରେ ପର୍ଯ୍ୟଟନ କ୍ଷେତ୍ର ସବୁ ଖୋଲୁଥିବାରୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଏହି ନୈକାବିହାର ଆରମ୍ଭ ହେବା ପରେ ବହୁ ସଂଖ୍ୟାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ। ତେବେ ବହୁ ସମୟ ପରେ ପୁଣି ଏହି ସେବା ଆରମ୍ଭ ହୋଇଥିବାରୁ ମହାନଗର ନିଗମର ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରିଛନ୍ତି ସହରବାସୀ। 

ଅଧିକ ପଢନ୍ତୁ: କୃଷକ ଆନ୍ଦୋଳନ; ସରକାରକୁ ସତର୍କ କଲେ ଶରଦ ପାୱାର

ସମ୍ବଲପୁର ସହର ଭିତରେ ପୁଣି ନୌକା ବିହାରର ମଜା ନେଇ ପାରିବେ ଲୋକ। କାହିଁକି ନା ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପୁଣି ଆରମ୍ଭ ହୋଇଛି ରାମସଗାର ନୌକାବିହାର ସେବା। ଦୀର୍ଘ ଦିନ ହେଲା ଏହି ସେବା ବନ୍ଦ ଥିବା ବେଳେ ବର୍ତ୍ତମାନ ଏହାକୁ ପୁଣି ଆରମ୍ଭ କରିଛି ମହାନଗର ନିଗମ। ସାଧାରଣରେ ଏହି ନୌକାବିହାର ସେବାକୁ ଆରମ୍ଭ କରିବାକୁ ବହୁ ଦିନ ହେଲା ଦାବି କରି ଆସୁଥିଲେ ସହରବାସୀ। ତେଵେ ବହୁ ବିଳମ୍ବରେ ହେଲେ ବି ସମ୍ବଲପୁର ଫାୟାର ଷ୍ଟେସନ ରୋଡ଼ରେ ଥିବା ରାମସାଗର ବନ୍ଧର ନୌକା ବିହାର ସେବାକୁ ପୁଣି ଆରମ୍ଭ କରିଛି ସମ୍ବଲପୁର ମହାନଗର ନିଗମ। ଦୀର୍ଘ ଦିନ ହେଲା ଏହା ବିପର୍ଯ୍ୟସ୍ଥ ହୋଇ ପଡ଼ିରହିଥିଲା। ଅବସର ବିନୋଦନ ପାଇଁ ସମ୍ବଲପୁରବାସୀଙ୍କ ପାଖରେ ଆଉ କୌଣସି ମାଧ୍ୟମ ମଧ୍ୟ ନଥିଲା। ବର୍ତ୍ତମାନ କୋଭିଡ ଗାଇଡ଼ ଲାଇନ ଭିତରେ ଏହାକୁ ଖୋଲାଯିବା ପରେ ବର୍ତ୍ତମାନ ସମ୍ବଲପୁର ସହ ବାହାର ଅଞ୍ଚଳର ଲୋକେ ମଧ୍ୟ ଆସି ନୌକାବିହାର ମଜା ନେଉଛନ୍ତି। 

ଅଧିକ ପଢନ୍ତୁ: Corona Vaccine: ଟିକାକୁ ନେଇ ଆସିଲା ଭଲଖବର, ଟିକା ବ୍ୟବହାର ପାଇଁ ଆବେଦନ କଲା Serum

ରାମସାଗର ବନ୍ଧର ନୌକା ବିହାର କେନ୍ଦ୍ରଠାରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏଠାରେ ନୌକାବିହାର କରିପାରିବେ ଲୋକେ। ଏଠାକୁ ଆସୁଥିବା ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି। ନୌକାବିହାର ସହ ଏଠାରେ ଥିବା ଉଦ୍ୟାନରେ ଭ୍ରମଣ କରିପାରିବେ ପର୍ଯ୍ୟଟକ। ଏହାକୁ ପ୍ରବେଶ ପାଇଁ ଜଣ ପିଛା ଏଣ୍ଟ୍ରି ଫି ୫ଟଙ୍କା ହୋଇଥିବା ବେଳେ ୨୫ ମିନିଟର ବୋଟିଂ ପାଇଁ ମୁଣ୍ଡପିଛା ୩୫ ଟଙ୍କାର ଦେୟ ଦେବାକୁ ପଡ଼ିବ।

ମହାନଗର ନିଗମ ପକ୍ଷରୁ ପୁଣି ଥରେ ରାମସାଗର ବନ୍ଧରେ ନୌକାବିହାର ସେବା ଆରମ୍ଭ ହୋଇଥିବା ବେଲେ ଏହାର ଉଚିତ ରକ୍ଷଣାବେକ୍ଷଣ କରି ପରିଚାଳିତ କରିବା ମହାନଗର ନିଗମ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ। ତେବେ ମହାନଗର ନିଗମ ପକ୍ଷରୁ ନୌକା ବିହାର ସୁପରିଚାଳନା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି  କହିଛନ୍ତି ସମ୍ବଲପୁର ମହାନଗର ନିଗମ କମିସନର ।