• ପଂଚାୟତ ନିର୍ବାଚନ ପୂର୍ବରୁ ଦକ୍ଷିଣାଞ୍ଚଳରେ ଭୁଶୁଡ଼ିଛି କଂଗ୍ରେସ ଦୁର୍ଗ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା
  • ଭବାନୀପାଟଣା ସ୍ଥିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରକୁ ଅଣ୍ଡାମାଡ଼
  • ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ
  • ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବାରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି
  • ପିଲାଙ୍କୁ ଟିକା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ପିଲାମାନଙ୍କୁ ୨ଟି ଡୋଜରେ ଟିକାକରଣ କରିବା ପାଇଁ ପରାମର୍ଶ ଅଛି
  • ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ଦିଆଯିବ
  • ଯେଉଁ ସମୟରେ ନିର୍ଦ୍ଦେଶ ଆସିବ ତୁରନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବୁ

ପୁଣି ଫେରିଲା ରାଗିଂ: ୧୮ ଡାକ୍ତରୀ ଛାତ୍ରଙ୍କୁ ୫୪ ହଜାର ଫାଇନ

ଭୀମସାର ଦ୍ଵିତୀୟ ବର୍ଷ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗ ହୋଇଥିଲା। ଗତ ୧୨ ତାରିଖରେ ଭୀମସାରର ୬ ଜଣ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା।

ପୁଣି ଫେରିଲା ରାଗିଂ: ୧୮ ଡାକ୍ତରୀ ଛାତ୍ରଙ୍କୁ ୫୪ ହଜାର ଫାଇନ

ଅଜୟ ନାଥ, ସମ୍ବଲପୁର: ଭିମସାର(VIMSAR) ର ପିଛା ଛାଡ଼ୁନି ସମସ୍ୟା। କିଛିଦିନର ନୀରବତା ପରେ ପୁଣି ଭିମସାରକୁ ଫେରିଲା ରାଗିଂ ଘଟଣା । ଭୀମସାର ଦ୍ଵିତୀୟ ବର୍ଷ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗ ହୋଇଥିଲା। ଗତ ୧୨ ତାରିଖରେ ଭୀମସାରର ୬ ଜଣ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଜୁନିୟର ଛାତ୍ରଙ୍କ ଅଭିଯୋଗ ପରେ ଭୀମସାର କର୍ତ୍ତୃପକ୍ଷ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । 

Also Read:  ଏଣିକି ମୁସଲିମ ବାହାଘରରେ ବାଜିବନି DJ ଓ ବ୍ୟାଣ୍ଡ, ହୋଟେଲ ଉପରେ ବି ଲାଗିଲା କଟକଣା

ଆଣ୍ଟି ରାଗିଂ ସେଲ (Ragging Cell) କୁ ଏ ବାବଦରେ ଅଭିଯୋଗ କରାଯାଇଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଘଟଣାର ତଦନ୍ତ କରି ଆଣ୍ଟି ରାଗିଂ ସେଲ ଭୀମସାର କର୍ତ୍ତୃପକ୍ଷଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ ରିପୋର୍ଟକୁ ଆଧାର କରି ଭୀମସାର କର୍ତ୍ତୃପକ୍ଷ ସିନିୟର ଛାତ୍ରସଙ୍ଘକୁ ୫୪ ହଜାର ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। 

Also Read: ବିପଦରେ ମହାରାଷ୍ଟ୍ର ସରକାର, ବଞ୍ଚିବାର ସବୁ ରାସ୍ତା ବନ୍ଦ !

ସିନିୟର ୧୮ ଜଣ ଛାତ୍ରଙ୍କୁ ଏହି ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି ସୁଦ୍ଧା ସିନିୟର ଛାତ୍ର ସଙ୍ଘ ଏହି ଅର୍ଥ ଭୀମସାର (Veer Surendra Sai Institute of Medical Sciences and Research) କର୍ତ୍ତୃପକ୍ଷ ପାଖରେ ଅର୍ଥ ପୈଠ କରିବେ ବୋଲି ଭୀମସାର ଡ଼ାଇରେକ୍ଟର ପ୍ରଫେସର ଲଳିତ ମେହେର  ସୂଚନା ଦେଇଛନ୍ତି। ଏ ବାବଦରେ ଛାତ୍ରଙ୍କ ପରିବାରଙ୍କୁ ଜଣାଇବା ସହ ତାଙ୍କ ଠାରୁ ଆଗାମୀ ସମୟରେ ଏଭଳି କାର୍ଯ୍ୟ ସେମାନେ କରିବେ ନାହିଁ ବୋଲି ତାଗିଦ କରାଯାଇଛି।

Edited: Zee Odisha Desk