• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଋଷିଙ୍କ ମୃତ୍ୟୁରେ ସଞ୍ଜୟ ଲେଖିଲେ ଏପରି ଚିଠି...

ଋଷିଙ୍କ ମୃତ୍ୟୁରେ ସଞ୍ଜୟ ଲେଖିଲେ ଏପରି ଚିଠି...

ଋଷିଙ୍କ ଦେହାନ୍ତରେ ସଞ୍ଜୁଙ୍କ ଶୋକଭରା ଚିଠି...

Edited By:Zee Odisha Desk
Published: Apr 30, 2020, 03:26 PM IST|Updated: Apr 30, 2020, 03:27 PM IST
joinshare
ଋଷିଙ୍କ ମୃତ୍ୟୁରେ ସଞ୍ଜୟ ଲେଖିଲେ ଏପରି ଚିଠି...

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Bangkok Fire: ମଧ୍ୟରାତ୍ରିରେ ବଡ ଧରଣର ଅଗ୍ନିକାଣ୍ଡ, ୨୦ରୁ ଅଧିକ ମୃତ, ଅନେକ ଆହତ

    Bangkok Fire: ମଧ୍ୟରାତ୍ରିରେ ବଡ ଧରଣର ଅଗ୍ନିକାଣ୍ଡ, ୨୦ରୁ ଅଧିକ ମୃତ, ଅନେକ ଆହତ

    Odia News1 hr ago
    2

    ମହିଳାଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟିନେଲେ

    Odia News1 hr ago
    3

    ମଧ୍ୟରାତ୍ରିରେ କମ୍ପି ଉଠିଲା ତେହେରାନ! ବିସ୍ଫୋରଣରେ ଜଣେ ମୃତ, ଅନେକ ଆହତ

    Odia News2 hrs ago
    4

    Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 newsJul 12
    5

    Prabhat Biswal: କଟକ ରାଜନୀତିରେ ବଡ଼ ଓଲଟପାଲଟ, ବିଜେପିରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ

    Prabhat BiswalJul 12

    ନୂଆଦିଲ୍ଲୀ: ୧୯୭୦ ମସିହାରେ ପରଦାକୁ ଆସିଥିଲା ମେରା ନାମ ଜୋକର। ଶିଶୁ କଳାକାର ଭାବେ ପରଦାକୁ ଆସିଥିଲେ ଆଜି ପରଲୋକ ଗମନ କରିଥିବା ବର୍ଷିୟାନ ଅଭିନେତା ଋଷି କପୁର। ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବଲିଉଡ଼ରେ ବେଶ ସକ୍ରିୟ ରହିଥିଲେ। ନିଖୁଣ ଅଭିନୟ ବଳରେ ପ୍ରଶଂସକଙ୍କ ମନରେ ବାନ୍ଧି ହୋଇ ରହିଥିଲେ ଋଷି। ତେବେ ୨୦୧୮ ମସିହାରୁ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରିଚାଳିଥିଲେ। ତାଙ୍କ ମୃତ୍ୟୁରେ ବଲିଉଡ଼ ଠାରୁ ଆରମ୍ଭ କରି ନେତା, ଅଭିନେତା ଶୋକବ୍ୟକ୍ତ କରିଛନ୍ତି। 

    ଆଉ ଏହି ସମୟରେ ପୁରୁଣା ସ୍ମୃତିକୁ ମନେ ପକାଇ ଭାବାବେଗ ପୂର୍ଣ୍ଣ ବାର୍ତ୍ତା ସେୟାର କରିଛନ୍ତି ସଞ୍ଜୟ ଦତ୍ତ। ସଞ୍ଜୟ ଦତ୍ତ ଋଷିଙ୍କୁ ଚିଣ୍ଟୁ ସାର କହି ସମ୍ବୋଧନ କରିଆସୁଥିଲେ। ସେ ଏକ ଚିଠିରେ ଲେଖିଛନ୍ତି କି, ସ୍ନେହର ଚିଣ୍ଟୁ ସାର, ଆପଣ ମୋ ଜୀବନ ଓ ଅଭିନୟ କ୍ୟାରିୟରର ଜଣେ ପ୍ରେରଣାର ଉତ୍ସ। ଯ଼େତେବେଳେ ମୁଁ ସଂକଟ ସମୟ ଦେଇ ଗତି କରୁଥିଲି, ସେତେବେଳେ ମଧ୍ୟ ଆପଣ ମୋ ସହିତ ରହିଥିଲେ। ସେହି ସମୟରେ ମୋତେ ସଠିକ ରାସ୍ତାକୁ ଆଣିବା ପାଇଁ ଉପଦେଶ ମଧ୍ୟ ଦେଇଥିଲେ। ମୁଁ ଆପଣଙ୍କ ସହିତ ଅନେକ ସିନେମାରେ କାମ ମଧ୍ୟ କରି ସାରିଛି। ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ମାତ୍ର ଏହାର ଟିକିଏ ବି କଷ୍ଟା କାହା ସହିତ ବାଣ୍ଟି ନଥିଲେ। 

     

    I will miss you Chintu sir. pic.twitter.com/ioWvKiJZxr

    — Sanjay Dutt (@duttsanjay) April 30, 2020

    ସେ ଆହୁରି ମଧ୍ୟ ଲେଖିଥିଲେ କି, ନ୍ୟୁୟର୍କରେ ଥିବା ସମୟରେ ମଧ୍ୟ ଆପଣ ବେଶ ଖୁସିର ସହିତ କଥା ହେଉଥିଲେ। ମୋର ଆପଣଙ୍କ ସହିତ ଶେଷ ସାକ୍ଷାତ ଆପଣଙ୍କ ଘରେ ରାତ୍ରୀ ଭୋଜନ ସମୟରେ ହୋଇଥିଲା। ସେତେବେଳେ ମଧ୍ୟ ଆପଣ ମୋର ଭଲମନ୍ଦ ପଚାରି ବୁଝିଥିଲେ। ଆଜି ଆପଣ ଏ ଦୁନିଆରେ ଆଉ ନାହାନ୍ତି। ଏହା ମୋ ପାଇ ସବୁଠାରୁ ବଡ଼ ଦୁଃଖର କଥା। ଏହାର କାରଣ ଆଜି ମୁଁ ଜଣେ ବଡ଼ ଭାଇ, ପରିବାରର ସଦସ୍ୟ ତଥା ମୋତେ ଏ ଦୁନିଆରେ ବଞ୍ଚିବା ଶିଖାଇଥିବା ଜଣେ ଭଲ ମଣିଷଙ୍କୁ ମୁଁ ହରାଇଛି। ମୁଁ ଆପଣଙ୍କୁ ସବୁଦିନ ପାଇଁ ମିଶ କରିବି ଚିଣ୍ଟୁ ସାର, ଲଭ ୟୁ ଚିଣ୍ଟୁ ସାର ବୋଲି ସେ ଲେଖିଥିଲେ। 

    ଆହୁରି ପଢନ୍ତୁ: ଋଷିଙ୍କ ଝିଅ ରିଦ୍ଧିମାଙ୍କୁ ମିଳିଲା ଅନୁମତି, ଯିବେ ମୁମ୍ବାଇ...

    ସୂଚନା ଯୋଗ୍ୟ ଋଷି କପୁର ତାଙ୍କ ପିତା ରାଜ କପୁରଙ୍କ ସିନେମା ଶ୍ରୀ ୪୨୦ରୁ ସିନେମା କ୍ୟାରିୟର ଆରମ୍ଭ କରିଥିଲେ। ଯଦିଓ ଏହି ସିନେମାରେ ଶିଶୁ କଳାକାର ଭାବେ ପରଦାକୁ ଆସିଥିଲେ। କିନ୍ତୁ ୧୯୭୩ ମସିହାରେ ବବି ସିନେମାରେ ସେ ମୁଖ୍ୟ ଭୁମିକାରେ ଜନର ଆସିଥିଲେ। ସେହି ସମୟରେ ଏହି ସିନେମାଟି ବେଶ ହିଟ ସାବ୍ୟସ୍ତ ହୋଇଥିଲା। ଏହା ପରେ, ତିନି ଦଶନ୍ଧି ପର୍ଯ୍ୟନ୍ତ ସେ ବଲିଉଡ଼ରେ ସକ୍ରିୟ ରହିଥିଲେ। ଏକାଧିକ ରୋମାଣ୍ଟିକ ସିନେମାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। ଲୈଲା ମଜନୁ, ରଫୁ ଚକ୍କର, କର୍ଜ, ଚାନ୍ଦନୀ, ହିନା, ସାଗର ଭଳି ହିଟ ସିନେମା ମଧ୍ୟ ଦେଇଛନ୍ତି। 

    Add Zee News as a Preferred Source
    TAGS:
    emotional post
    rishi kapoor
    cremation