ତୁର୍କୀର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ପାଇଲେ ଓଡ଼ିଆ ପୁଅ
Advertisement

ତୁର୍କୀର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ପାଇଲେ ଓଡ଼ିଆ ପୁଅ

ବେଲଜିୟମ, ଜୋର୍ଡାନ, ଟୋକିଓରେ ଭାରତର ରାଷ୍ଟ୍ରଦୂତ ଭାବେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସଞ୍ଜୟ । ବୈଦେଶିକ ମନ୍ତ୍ରାଳୟ ଉପସଚିବ ଭାବେ କାର୍ଯ୍ୟକରି ନେପାଳ ଏବଂ ଚୀନ ସହ ଭାରତର ସମ୍ପର୍କକୁ ମଜଭୁତ କରିଛନ୍ତି ।  ଖୁବଶୀଘ୍ର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବେ ।

ତୁର୍କୀର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ପାଇଲେ ଓଡ଼ିଆ ପୁଅ

ଜିନୁ ଜେନା, ନୂଆଦିଲ୍ଲୀ: ଓଡ଼ିଆ କୁଟନୀତିଜ୍ଞଙ୍କ ସଫଳତା । ରିପ୍ଲବିକ ଅଫ୍ ତୁର୍କୀର ପରବର୍ତ୍ତୀ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି ୧୯୯୧ ବ୍ୟାଚ୍ IFS ସଞ୍ଜୟ ପଣ୍ଡା ।  ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୮୩ ମସିହାରେ ସେ ରାଜନୀତି ବିଜ୍ଞାନ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିଛନ୍ତି ।  ଏକ ବର୍ଷରୁ ଅଧିକ ସମୟ ଧରି ସେ ସାନଫ୍ରାନସିସ୍କୋରେ ବାଣିଜ୍ୟିକ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି । ଖୁବଶୀଘ୍ର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବେ । ୧୪ ନଭେମ୍ବର ୨୦୧୮ରେ  ସାନଫ୍ରାନସିସ୍କୋରେ ବାଣିଜ୍ୟିକ ରାଷ୍ଟ୍ରଦୂତ ଭାବେ ଯୋଗଦାନ ଦେଇଥିଲେ । ୧୯୯୧ ମସିହାର IFS ସଞ୍ଜୟ କୁଟନୀତିଜ୍ଞ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ରୁ ୨୦୧୬  ସେଚେଲସ ରାଷ୍ଟ୍ରଦୂତ ଭାବେ ଯୋଗଦାନ । ୨୦୧୬ରେ ଦିଲ୍ଲୀ ଫେରି ଭାରତୀୟ ବର୍ହିବ୍ୟାପାର ମନ୍ତ୍ରାଳୟର ଇଣ୍ଡିଆନ ଓସିଏନ ରିଜନ ବା ଭାରତୀୟ ଉପକୂଳ ଅଞ୍ଚଳର ଯୁଗ୍ମ ସଚିବ  ଭାବେ ଦାୟିତ୍ୱ ଗ୍ରହଣ ।  
 
ଏହା ପୂର୍ବରୁ ବେଲଜିୟମ, ଜୋର୍ଡାନ, ଟୋକିଓରେ ଭାରତର ରାଷ୍ଟ୍ରଦୂତ ଭାବେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସଞ୍ଜୟ । ବୈଦେଶିକ ମନ୍ତ୍ରାଳୟ ଉପସଚିବ ଭାବେ କାର୍ଯ୍ୟକରି ନେପାଳ ଏବଂ ଚୀନ ସହ ଭାରତର ସମ୍ପର୍କକୁ ମଜଭୁତ କରିଛନ୍ତି ।  ଖୁବଶୀଘ୍ର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବେ ।

ସରକାରୀ ସେବାରେ ଯୋଗଦେବା ପୂର୍ବରୁ ସେ ତାଙ୍କ କ୍ୟାରିୟର ଦିଲ୍ଲୀର ଏକ ଘରୋଇ କମ୍ପାନୀରୁ ଆରମ୍ଭ କରିଥିଲେ । ତେବେ IFS ହେବା ପୂର୍ବରୁ ୧୯୮୭ରେ ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହୋଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ଯୋଗ ଦେଇଥିଲେ । ସଞ୍ଜୟଙ୍କ ଘର କଟକ ଜିଲ୍ଲାରେ । ତାଙ୍କ ଧର୍ମପତ୍ନୀଙ୍କ ନାଁ ମିନତି ଏବଂ ତାଙ୍କର ଦୁଇ ସନ୍ତାନ ଅଛନ୍ତି ।