ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ କାହିଁକି ଅନୁପସ୍ଥିତ ରହିଲେ ସଞ୍ଜୟ ରାଉତ ?
trendingNow,recommendedStories0/zeeodisha/odisha617660

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ କାହିଁକି ଅନୁପସ୍ଥିତ ରହିଲେ ସଞ୍ଜୟ ରାଉତ ?

ଡାଲ ମେଁ କୁଛ୍ କାଲା ହେ !

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ କାହିଁକି ଅନୁପସ୍ଥିତ ରହିଲେ ସଞ୍ଜୟ ରାଉତ ?

ନୂଆଦିଲ୍ଲୀ: ସୋମବାର ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି । ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୩୬ ମନ୍ତ୍ରୀ । ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ । ସେହିପରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଏହି ଶପଥ ଗ୍ରହଣ ଉତ୍ସବରେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ନ ଆସିବା ନେଇ ଚର୍ଚ୍ଚା ସରଗରମ । 

'ମହା' ନାଟକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ । କେବଳ ମହାରାଷ୍ଟ୍ରରେ ନୁହେଁ, ସମଗ୍ର ଦେଶରେ ତାଙ୍କ ବୟାନ ବାଜି ଗଣମାଧ୍ୟମର ଶିରୋନାମା ପାଲଟୁଥିଲା । ଏହି କିଛି ଦିନ ଭିତରେ ବେଶ ଚର୍ଚ୍ଚିତ ଚେହେରା ହୋଇପଡିଛନ୍ତି ସଞ୍ଜୟ । ଯେତେବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ଭିତରେ ଟଣା ଓଟରା ଲାଗି ରହୁଥିଲା, ସେତେବେଳେ ବିଜେପି ନେତାଙ୍କୁ ଶିବସେନା ପକ୍ଷରୁ ମୁହଁତୋଡ ଜବାବ ଦେଉଥିଲେ ସଞ୍ଜୟ । 

କେବଳ ସେତିକି ନୁହେଁ, ଯେତେବେଳେ ମହାରାଷ୍ଟ୍ର ରାଜନୀତି ମହା ବିକାଶ ଅଘାଡି ମେଣ୍ଟ ଗଠନ ଆଡକୁ ମୁହାଁଉଥିଲା, ସେତେବେଳେ ଦଳ ପକ୍ଷରୁ ମାପିଚୁପି ପ୍ରତିକ୍ରିୟା ରଖିବାରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ସଞ୍ଜୟ । ହେଲେ ଉଦ୍ଧବ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଦିନ ସଞ୍ଜୟଙ୍କ ଅନୁପସ୍ଥିତକୁ କେହି କେହି ଭିନ୍ନ ନଜରରେ ଦେଖୁଛନ୍ତି । ଭିତରେ କିଛି ଗୋଟିଏ ଗଡ଼ବଡ଼ ଥିବା ଚର୍ଚ୍ଚା ହେଉଛି । 

ଆହୁରି ପଢ଼ନ୍ତୁ; ୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ(ଅରୁଣ ପଟ୍ଟନାୟକ ଓ ଅଜିତ ପାୱାର)

fallback

Trending news