ନୂଆଦିଲ୍ଲୀ: 'ମହା' ସିଂହାସନ ହାସଲ କରିବାରେ ସଫଳ ହୋଇଛି ବିଜେପି । ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ସରକାର ଗଢିଛି ଗେରୁଆ ଦଳ । ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏନସିପିରୁ ଅଜିତ ପାଓ୍ୱାରଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ । ତେବେ ଏହି ସମର୍ଥନକୁ ଅଜିତ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛି ଏନସିପି । ଏବେ ଅଜିତଙ୍କ ପାଖରେ ୨୨ଦଳୀୟ ବିଧାୟକକଙ୍କ ସମର୍ଥନ ଥିବା କୁହାଯାଉଛି ।
ଗୋଟିଏ ରାତିରେ ଚକମା ଖାଇଗଲେ ଶିବସେନା ଓ କଂଗ୍ରେସ । ସରକାର ଗଢିଲା ବିଜେପି । ଆଉ ଏହାପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ । ଭୋଟର ବିଜେପି-ଶିବସେନା ମେଣ୍ଟକୁ ବହୁମତ ଦେଇଥିଲେ । ଏହି ମେଣ୍ଟକୁ ୧୬୧ ଆସନ ମିଳିଥିଲା । ହେଲେ ଫଳାଫଳ ପରଠୁ ହିଁ ଶିବସେନା ବିକଳ୍ପ ସରକାର କଥା ଉଠାଇଥିଲା ବୋଲି କହିଛନ୍ତି ଚନ୍ଦ୍ରକାନ୍ତ ।
ସେହିପରି ସବୁବେଳେ ଦଳର ପକ୍ଷ ରଖୁଥିବା ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ । ଏବେ ସଞ୍ଜୟ ଯଥା ସମ୍ଭବ ଚୁପ ରହିବା ଦରକାର । ସେ ହିଁ ଶିବସେନାକୁ ବରବାଦ କରିଦେଇଥିବା କହିଛନ୍ତି ଚନ୍ଦ୍ରକାନ୍ତ ।
Chandrakant Patil, Maharashtra BJP President: Sanjay Raut should now at least keep silent. He has ruined Shiv Sena. pic.twitter.com/6G6W3q290B
— ANI (@ANI) November 23, 2019
ସେପଟେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି । ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ କେସି ବେଣୁଗୋପାଳ ଏହି ବୈଠକରେ ଉପସ୍ଥିତ ରହିବେ ।
ଅନ୍ୟପଟେ ମଧ୍ୟାହ୍ନ ୧୨।୩୦ରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ସମ୍ବାଦିକ ସମ୍ମିଳନୀ ଡାକିଛନ୍ତି ।
ଆହୁରି ପଢନ୍ତୁ; ରଙ୍ଗ ଆଣିଲା ଝଡ ପୂର୍ବର ନିରବତା