close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶିବସେନା କହୁଛି 'ମୁଖ୍ୟମନ୍ତ୍ରୀ ଆମର', ବିଜେପି ଦେବ 'ଖୁସି ଖବର'

କାହା କଥାରେ କେତେ ଦମ ? କିଏ ସରକାର ଗଢିବ ? କେମିତି ଗଢିବ ? ମୁଣ୍ଡ ଗୋଳମାଳ କରିଦେଉଛି ମହାରାଷ୍ଟ୍ର ରାଜନୀତି ।

ଶିବସେନା କହୁଛି 'ମୁଖ୍ୟମନ୍ତ୍ରୀ ଆମର', ବିଜେପି ଦେବ 'ଖୁସି ଖବର'
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ମୁଣ୍ଡ ଗୋଳମାଳ କରିଦେଉଛି ମହାରାଷ୍ଟ୍ର ରାଜନୀତି । କିଏ ସତ ଆଉ କିଏ ମିଛ, କିଛି ଜଣାପଡୁନାହିଁ । କାହା କଥାରେ କେତେ ଦମ ? କିଏ ସରକାର ଗଢିବ ? କେମିତି ଗଢିବ ? କିଛି ଠିକ ହୋଇନି । ହେଲେ ବାହାସ୍ଫୋଟ ମାରିବାରେ ବ୍ୟସ୍ତ ଉଭୟ ବିଜେପି ଓ ଶିବସେନା ନେତାଏ । ଆଉ ଏହାରି ଭିତରେ ଆଜି ରାଜ୍ୟପାଳଙ୍କୁ ଭେଟୁଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ଏପଟେ ଶିବସେନା କହୁଛି, ମୁଖ୍ୟମନ୍ତ୍ରୀ ଆମର । 

ଆଜି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରୁଛି । ଅର୍ଥାତ ଯଦି ନୂଆ ସରକାର ଗଠନ ହୋଇନପାରେ, ତେବେ ଯେକୌଣସି ମୁହୂର୍ତ୍ତରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିପାରନ୍ତି ରାଜ୍ୟପାଳ । ଏପଟେ ବିଜେପି-ଶିବସେନା ମଧ୍ୟରେ ବିବାଦ ଛିଣ୍ଡିନି । ରାଜ୍ୟପାଳଙ୍କ ପାଖରେ କେଉଁ ପ୍ରକାର ବିଶ୍ୱାସ ଜନ୍ମାଇ ବିଜେପି ସରକାର ଗଢିବାକୁ ଦାବି କରିବ, ତା ଉପରେ ସମସ୍ତଙ୍କ ନଜର । କାହିଁକିନା ଆଉ ଅଳ୍ପ ସମୟ ପରେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟପାଳଙ୍କୁ ଭେଟିବେ । 

ଏହା ପୂର୍ବରୁ ବିଜେପିରୁ ଆସିଛି ବଡ ବୟାନ । ଦଳ କହିଛି, ରାଜ୍ୟରେ ବିଜେପି ହିଁ ସରକାର ଗଢିବ । ଖୁବଶୀଘ୍ର ଏନେଇ ଖୁସି ଖବର ଆସିବ । ଅର୍ଥାତ ଶିବସେନା ସହ ବିବାଦ ତୁଟି ସାରିଥିବା ପରୋକ୍ଷରେ କହିବାକୁ ଚାହିଁଛି ବିଜେପି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବେ ବୋଲି ଦଳ ସ୍ପଷ୍ଟ କରିଛି । 

Sanjay Raut

ହେଲେ ଆଜି ସକାଳୁ ପୁଣି ବାହାସ୍ଫୋଟ ମାରିଛନ୍ତି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ । ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଯେଉଁ ୫୦/୫୦ ଫର୍ମୁଲାକୁ ନେଇ ଏତେ ବଡ ବିବାଦ, ତାହା ତୁଟିନି । ସମର୍ଥନ ଦେବାକୁ ଏନସିପି ଓ କଂଗ୍ରେସ ସଫାସଫା ମନା କରିଦେଇଛନ୍ତି । ହେଲେ ବିଜେପି ଓ ଶିବସେନା ନେତାଙ୍କ ବୟାନ ଶୁଣି ଲାଗୁଛି, ସବୁ ଖାଲି ବାହାସ୍ଫୋଟ ମାରୁଛନ୍ତି । ଶିବସେନା ଆରଏସଏସର ହସ୍ତକ୍ଷେପ ଲୋଡିବା ପରେ ବିଜେପି ସହ କଥାବାର୍ତ୍ତା କରିଥିଲେ ସଙ୍ଘ ମୁଖ୍ୟ । ହେଲେ ସେ କଣ ପରାମର୍ଶ ଦେଇଛନ୍ତି, ତାହା ଏବେ ଅସ୍ପଷ୍ଟ ଅଛି ।