close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜମୁଛି ସରସମେଳା; ନାଚ ଗୀତର ମଜା ନେଉଛନ୍ତି ଦର୍ଶକ

ବେଶ୍ ଧୁମଧାମରେ ଚାଲିଛି ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ। ଏହି ଅବସରରେ ସ୍ଥାନୀୟ ମହିଷାପାଟରେ ଆୟୋଜନ କରାଯାଇଛି ସରସ ମେଳା। ପ୍ରତି ବର୍ଷ ଏହି ମେଳାକୁ ପଲ୍ଲିଶ୍ରୀ ମେଳା ଭାବେ ଜଣାଯାଉଥିଲା। ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାର ନାମ ପରିବର୍ତ୍ତନ କରାଯାଇ ସରସ ମେଳା ରଖାଯାଇଛି।

ଜମୁଛି ସରସମେଳା; ନାଚ ଗୀତର ମଜା ନେଉଛନ୍ତି ଦର୍ଶକ

ଋତୁପର୍ଣ୍ଣା ଧଳସାମନ୍ତ, ଢେଙ୍କାନାଳ: ବେଶ୍ ଧୁମଧାମରେ ଚାଲିଛି ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ। ତେବେ ଏହି ଅବସରରେ ସ୍ଥାନୀୟ ମହିଷାପାଟରେ ଆୟୋଜନ କରାଯାଇଛି ସରସ ମେଳା। ତେବେ ପ୍ରତି ବର୍ଷ ଏହି ମେଳାକୁ ପଲ୍ଲିଶ୍ରୀ ମେଳା ଭାବେ ଜଣାଯାଉଥିଲା। ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାର ନାମ ପରିବର୍ତ୍ତନ କରାଯାଇ ସରସ ମେଳା ରଖାଯାଇଛି। 

sarasamela

ସନ୍ଧ୍ୟାରେ ପୂଜାକୁ ଉପଭୋଗ କରୁଥିବା ବେଳେ ଏହି ମେଳାର ମଧ୍ୟ ମଜା ନେଉଛନ୍ତି ଲୋକେ।  ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜନିଜ ହାତ ତିଆରି ଜିନିଷର ପସରା ମେଲାଇ ଦେଇଛନ୍ତି। ମୋଟ୍ ୧୦ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ୪୫୨ଟି ଷ୍ଟଲ ଖୋଲାଯାଇଛି। ପାଗ ଭଲ ଥିବା ଯୋଗୁ ବ୍ୟବସାୟ ମଧ୍ୟ ବେଶ୍ ଜମୁଛି।  
ବିଶେଷ କରି ବିଭିନ୍ନ ଘରକରଣା ସାମଗ୍ରୀ ସାଙ୍ଗକୁ ହାତ ତିଆରି ଜିନିଷ ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି। ଏହି ମେଳାରେ ସବୁ ବର୍ଗର ଲୋକଙ୍କ ପାଇଁ ମନ କିଣିଲା ଭଳି ଜିନିଷ ମିଳୁଛି।  ସେ କନ୍ଧମାଳର ହଳଦୀ ହେଉ, କି ହାତ ତିଆରି ଆଚାର, କି ପିଲାଙ୍କ ପାଇଁ ବିଭିନ୍ନ ହାତ ତିଆରି ଖେଳନା, ସବୁ ଏଠାରେ ବେଶ୍ ସୁଲଭ ମୂଲ୍ୟରେ ମିଳୁଛି।  ମା' ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ପରେ ମେଳାରେ ଜିନିଷ କିଣା ଓ ଭଳିକିଭଳି ଖାଦ୍ୟର ପସରା ଲୋକଙ୍କୁ ଆକର୍ଷିତ କରୁଛି। ଏହି ମେଳାରେ କେବଳ ଏହି ପୂଜା ସମୟରେ ହିଁ ବିଭିନ୍ନ ରାଜ୍ୟର ଭିନ୍ନଭିନ୍ନ ପ୍ରକାର ଖାଦ୍ୟ ଉପଲବ୍ଧ ହୋଇଥାଏ। ଯାହା ଅନ୍ୟ କୌଣସି ସମୟରେ ମିଳିନଥାଏ।  ତେଣୁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଲୋକେ।  ଏହା ସହ ମେଳାର ଅନ୍ୟ ଆକର୍ଷଣ ପାଲଟିଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ।ବିଭିନ୍ନ ଲୋକ ନୃତ୍ୟ ଓ ଗୀତ ମଧ୍ୟ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି।

Tags: