• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ୱାବଲମ୍ୱୀ, ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସତ୍ୟଭାମା

ହାଟଡିହି ବ୍ଲକର ମୁଗୁପୁର ଗାଁର ଦିବ୍ୟାଙ୍ଗ ମହିଳା ସତ୍ୟଭାମା ସାହୁ। ବୟସ ପାଖାପାଖି ୬୫ ହେଲାଣି।  ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟମାନଙ୍କ କରିପାରିଛନ୍ତି ରୋଜଗାରକ୍ଷମ। ଦୀର୍ଘ ୪୦ ବର୍ଷ ହେବ ଜାରି ରହିଛି ସତ୍ୟଭାମାଙ୍କ ପ୍ରୟାସ।    

ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ୱାବଲମ୍ୱୀ, ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସତ୍ୟଭାମା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମୁଗୁପୁର ଗାଁର ଦିବ୍ୟାଙ୍ଗ ମହିଳା ସତ୍ୟଭାମା ସାହୁ। ବୟସ ପାଖାପାଖି ୬୫ ହେଲାଣି। କମ୍ ବୟସରୁ ପୋଲିଓ ଆକ୍ରାନ୍ତ ହେଲେ। ପିଲାଟି ବେଳୁ ବିଧାତା ବାପାମାଙ୍କୁ ଛଡାଇ ନେଲା। ନିଜ ଗୋଡରେ ଚାଲିବାକୁ ସକ୍ଷମ ନଥିବାରୁ ସ୍କୁଲ୍ ମଧ୍ୟ ଯାଇ ପାରିଲେ ନାହିଁ। ଏତେ ଅସୁବିଧା ସତ୍ଵେ ହାର୍ ମାନି ନଥିଲେ ସେ। ପତ୍ର ବିନିମୟ ପାଠ୍ୟକ୍ରମ ଜରିଆରେ ପାଠ ପଢି ପାସ୍ କଲେ। ପରେ ଗାଁରେ ଚାଟଶାଳି କରି ପିଲାଙ୍କୁ ପାଠ ପଢାଇବା ସହ ଟେଲରିଂ କାର୍ଯ୍ୟ ଶିଖିଥିଲେ। ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧୂପକାଠି, ହଳଦିଗୁଣ୍ଡ ଓ ପେପର ମ୍ୟାଚି ପରି ସାମଗ୍ରୀ ଉତ୍ପାଦନ ଆରମ୍ଭ କରୁଛନ୍ତି। ଫଳରେ ସେ ଦୁଇ ପଇସା ରୋଜଗାର କରିବା ସହ ଅନେକ ମହିଳା ହୋଇ ପାରୁଛନ୍ତି  ସ୍ୱାବଲମ୍ବୀ । 

ଦିବ୍ୟାଙ୍ଗ ହୋଇ ସୁଦ୍ଧା ନିଜର ସମସ୍ତ ନିତ୍ୟକର୍ମ ସହ ଅନ୍ୟ ସମସ୍ତ କାମ ନିଜେ ହିଁ କରିଥାନ୍ତି। ପିଲାଙ୍କୁ ପାଠ ପଢାଇବା,ଟେଲରିଂ,ଧୂପକାଠି,ହଳଦିଗୁଣ୍ଡ,ଝୋଟପଟି,ପେପର ମ୍ୟାଚି ପରି ସାମଗ୍ରୀ ତିଆରି କରୁଛନ୍ତି ସେ। ତାଙ୍କଠୁ ପ୍ରେରଣା ପାଇ  ଆଖପାଖ ଅଞ୍ଚଳର କିଛି ମହିଳା ସତ୍ୟଭାମାଙ୍କ  ସହ ମିଶି ଏସବୁ ଜିନିଷ ତିଆରି କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। 

ସତ୍ୟଭାମା  ଓ ତାଙ୍କ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଓରମାସ୍ ଜରିଆରେ ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ବିକ୍ରି  ହେଉଛି। ଫଳରେ ସାମାନେ ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି। ଦୀର୍ଘ ବର୍ଷ ହେବ ଏପରିକାର୍ଯ୍ୟ କରୁଥିଲେ ମଧ୍ୟ  ଥକି ଯାଇ ନାହାଁନ୍ତି ସତ୍ୟଭାମା ।