ସାଉଦି ଆରବ ଓ ୟୁଏଇ ଭାରତରେ ନିବେଶ କରିବେ ୭୦ଅରବ ଡଲାର, ପାକିସ୍ତାନକୁ ଝଟକା

ମହାରାଷ୍ଟ୍ରରେ ଏକ ତୈଳ ବିଶୋଧନାଗାର ପାଇଁ ସାଇଦି ଆରବ ଏବଂ ୟୁଏଇ ମିଶି ୭୦ ଅରବ ଡଲାର ନିବେଶ କରିବେ । ଏହି ଦୁଇ ଦେଶ ତରଫରୁ ଭାରତରେ ବହୁତ ବଡ଼ ନିବେଶ  କରାଯିବ । ଏହା ପୂର୍ବରୁ ଅନୁମାନ କରାଯାଇଥିଲା କେବଳ ତୈଳ ବିଶୋଧନାଗାରରେ ୪୪ ଆରବ ଡଲାର ନିବେଶ କରାଯିବ ।  ୟୁଏଇ ଏବଂ ସାଉଦି ଆରବ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ଏବଂ ଆବୁ ଧାବୀ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ ଜାୟେଦ ଅନ ନାହୟାନଙ୍କ ମଧ୍ୟରେ ନଭେମ୍ୱର ୨୭ରେ ସାକ୍ଷାତ ପରେ ନିବେଶ ଅଙ୍କ ବୃଦ୍ଧି ପାଇଛି ।  

ସାଉଦି ଆରବ ଓ ୟୁଏଇ ଭାରତରେ ନିବେଶ କରିବେ ୭୦ଅରବ ଡଲାର, ପାକିସ୍ତାନକୁ ଝଟକା
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ତୈଳ ବିଶୋଧନାଗାର ପାଇଁ ସାଉଦି ଆରବ ଏବଂ ୟୁଏଇ ମିଶି ୭୦ ଅରବ ଡଲାର ନିବେଶ କରିବେ । ଏହି ଦୁଇ ଦେଶ ତରଫରୁ ଭାରତରେ ବହୁତ ବଡ଼ ନିବେଶ  କରାଯିବ । ଏହା ପୂର୍ବରୁ ଅନୁମାନ କରାଯାଇଥିଲା କେବଳ ତୈଳ ବିଶୋଧନାଗାରରେ ୪୪ ଅରବ ଡଲାର ନିବେଶ କରାଯିବ ।  ୟୁଏଇ ଏବଂ ସାଉଦି ଆରବ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ଏବଂ ଆବୁ ଧାବୀ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ ଜାୟେଦ ଅନ ନାହୟାନଙ୍କ ମଧ୍ୟରେ ନଭେମ୍ୱର ୨୭ରେ ସାକ୍ଷାତ ପରେ ନିବେଶ ଅଙ୍କ ବୃଦ୍ଧି ପାଇଛି ।  

ସାଉଦି ଏବଂ ୟୁଏଇ କ୍ରାଉନ ପ୍ରିନ୍ସ ରିଫାଇନାରୀ ପ୍ରକଳ୍ପ ଉପରେ ଚର୍ଚ୍ଚା କରିଥିଲେ । ୨୦୧୮ରେ ସାଉଦି ଆରବ ଏବଂ ୟୁଏଇ ତୈଳ ବିଶୋଧନାଗାର ଏବଂ ପୋଟ୍ରୋକେମିକାଲ କମ୍ପ୍ଲେକ୍ସର ବିକାଶ କରିବାକୁ ଘୋଷଣା କରିଥିଲେ । ଯେଉଁଥିରେ ଭାରତୀୟ ବଜାର ପାଇଁ ପ୍ରତିଦିନ ୬୦୦, ୦୦୦ ବ୍ୟାରେଲ୍ ତେଲ ଉତ୍ପାଦନ କରାଯିବ ।

2

ଏହି ଯୋଜନାରେ ସାଉଦି ଆରବର ସବୁଠୁ ବଡ଼ ତୈଳ କମ୍ପାନୀ ସାଉଦି କମ୍ପାନୀ ଅରାମକୋ ଏବଂ  ସଂଯୁକ୍ତ ଆରବ ଅମୀରାତକ କମ୍ପାନୀ ଏଡନାଁକ, ଇଣ୍ଡିଆନ୍ ଅଏଲ କର୍ପୋରେସନ, ହିନ୍ଦୁସ୍ତାନ ପେଟ୍ରେଲିୟମ୍ କର୍ପୋରେସନ ଏବଂ ଭାରତ ପୋଟ୍ରୋଲିୟମ କର୍ପୋରେସନ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇନାହିଁ ।

3

ସାଉଦିର ବାଣିଜ୍ୟ ମନ୍ତ୍ରୀ  ମଜିଦ ବିନ ଅବ୍ଦୁଲ୍ଲା  ଅଲ କସାବୀ ଏହି ପ୍ରକଳ୍ପ ପାଇଁ ତାଙ୍କ ବୟାନରେ କହିଛନ୍ତି କି ''ଆମେ ସାଉଦି ଆରାମକୋଠାରୁ ଶୁଭାରମ୍ଭ କରିଛୁ । ସେ ତୈଳ ବିଶୋଧନାଗାର ନିର୍ମାଣରେ ବହୁତ ବଡ଼ ନିବେଶ ପାଇଁ ନିଷ୍ପତ୍ତି ନେଲା । ଏଥିପାଁଇ ଭାରତ ସରକାରଙ୍କ ତରଫରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।''

ମୋଦି ସରକାର ଆସିବା ପରେ ସାଉଦି ଆରବ ଏବଂ ୟୁଏଇର ଭାରତ ସହ ସମ୍ପର୍କ ମଜଭୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ-ପୂର୍ବ ଶକ୍ତିଶାଳୀ ଦେଶ ଯେମିତିକି ସାଉଦି ଆରବ, ୟୁଏଇ ଏବଂ ଇଜ୍ରାଏଲ୍ ସହ ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।  ବିଭିନ୍ନ ଦେଶ ଗସ୍ତ କରି ଶକ୍ତିଶାଳୀ ଦେଶ ସହ ସନ୍ତୁଳନ ରଖିବାରେ ଅନ୍ୟ ଦେଶକୁ ପଛରେ ପକାଇ ଦେଇଛନ୍ତି ମୋଦି ।

ଏଠାରେ କହିରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ସୁଦ୍ଧା ୮ ମଧ୍ୟ-ପୂର୍ବ ଦେଶ ଗସ୍ତ କରିସାରିଛନ୍ତି । ଭାରତର ତେଲ ଆବଶ୍ୟକତା ମେଣ୍ଟାଇବା ପାଇଁ ଭାରତର ସବୁଠୁ ବଡ଼ ଉଦ୍ଦେଶ୍ୟ ।  ଏକ ଆକଳନ ଅନୁଯାୟୀ ୨୦୨୪ ଯାଏଁ ଭାରତର ତେଲ ଆବଶ୍ୟକତା ଚିନ୍ ଠାରୁ ମଧ୍ୟ ଅଧିକ ହୋଇଯିବ ।

ଗତ ଫେବୃଆରୀ ମାସରେ ସାଉଦି ଆରବ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ଦିଲ୍ଲୀ ଆସିଥିଲେ । ଏହି ସମୟରେ ଭାରତରେ ଆସନ୍ତା ୨ ବର୍ଷରେ  ୧୦୦ ଅରବ ଡଲାରରୁ ଅଧିକ ନିବେଶର ସମ୍ଭାବନା  ଉଜ୍ଜୀବିତ ହୋଇଥିଲା । ଭାରତ ମଧ୍ୟ-ପୂର୍ବ ଦେଶ ମାନଙ୍କରେ ଉର୍ଜା କ୍ଷେତ୍ରରେ ନିବେଶ ବଢ଼ାଇଛି । ଭାରତର ଓ ନଜିସି ଆବୁଧାବିରେ ୬୦ କୋଟି ଡଲାର ନିବେଶରେ ତୈଳ ପ୍ରକଳ୍ପର ୧୦ ପ୍ରତିଶତ ସେୟାର ଖରିଦ କରିଛି ।

4

ସାଉଦି ନିଜର ଅର୍ଥବ୍ୟବସ୍ଥା ବିସ୍ଥାର କରିବାକୁ ଚେଷ୍ଠା ଚଳାଇଛି । ସାଉଦିକୁ ଭାରତ ପରି ଏକ ନୂଆ ସହଯୋଗିତାର ଆବଶ୍ୟକ ରହିଛି । କାଶ୍ମୀର ପ୍ରସଙ୍ଗରେ ନିଷ୍ପତ୍ତି ଆସିବାର ୧ ସପ୍ତାହ ମଧ୍ୟରେ ସାଉଦି ଅରାମକୋ ତରଫରୁ ଭାରତରେ ବଡ଼ ଧରଣର ବିଦେଶୀ ନିବେଶ ପାଇଁ ଘୋଷଣା କରାଯାଇଥିଲା ।  

ସାଉଦି ଆରବ ଇରାକ ପରେ  ସବୁଠୁ ବଡ଼ ତୈଳ ଉତ୍ପାଦନକାରୀ ଦେଶ । ୨୦୧୭-୧୮ ମସିହାରେ ସାଉଦି ଆରବ ଭାରତର ଚତୁର୍ଥ ବଡ଼ ବ୍ୟବସାୟୀ ବୁଝାମଣା ଦେଶ ଥିଲା । ଭାରତରେ ଉର୍ଜା ଠାରୁ ନେଇ କୃଷି କ୍ଷେତ୍ରରେ ସାଉଦି ଆରବ ପ୍ରାୟ ୧୦୦ ଅରବ ଡଲାର ନିବେଶ କରିବାକୁ ଯାଉଛି ।

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା'

ମୋଦି ସାଉଦି ଆରବ ଗସ୍ତ ସମୟରେ ୨ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।  ଯେଉଁଥିରେ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ଏବଂ ସାଉଦି ଅରାମକୋ ମଧ୍ୟରେ କର୍ଣ୍ଣାଟକରେ ତେଲ ଭଣ୍ଡାର କେନ୍ଦ୍ର ନିର୍ମାଣ ନେଇ ବୁଝାମଣା ହୋଇଥିଲା । ଦ୍ୱିତୀୟ ଇଣ୍ଡିଆନ ଅଏଲର ବେଷ୍ଟ ଏସିଆ ୟୁନିଟ୍ ଏବଂ ସାଉଦି ଆରବର ଅଲ୍ ଜେରୀ କମ୍ପାନୀ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।  ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ନିବେଶ ଏବଂ ରଣନୀତି  ସହଯୋଗ ବଢ଼ାଇବାକୁ 'ଭାରତ-ସାଉଦି' ମଧ୍ୟରେ ରଣନୀତି ବୁଝାମଣା ପରିଷଦ ଗଠନ ପାଇଁ ଘୋଷଣା କରିଥିଲେ ।

ଆହୁରି ପଢନ୍ତୁ; କର୍ତ୍ତାରପୁର କରିଡର ନିର୍ମାଣ ପଛରେ ନା'ପାକ୍ ଷଡ଼ଯନ୍ତ୍ର