ଦୈନିକ ୧୦୦ ଟଙ୍କା ସଞ୍ଚୟ କରି ପାଆନ୍ତୁ ୧୫ ଲକ୍ଷ ଟଙ୍କା; ଜାଣନ୍ତୁ ସରକାରଙ୍କ ଏହି ଚମତ୍କାର ସ୍କିମ
Advertisement

ଦୈନିକ ୧୦୦ ଟଙ୍କା ସଞ୍ଚୟ କରି ପାଆନ୍ତୁ ୧୫ ଲକ୍ଷ ଟଙ୍କା; ଜାଣନ୍ତୁ ସରକାରଙ୍କ ଏହି ଚମତ୍କାର ସ୍କିମ

ସୁକନ୍ୟା ସମୃଦ୍ଧି ଯୋଜନା ଏକ ସରକାରୀ ଯୋଜନା ଯାହାକି ଝିଅଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ।

 

ଦୈନିକ ୧୦୦ ଟଙ୍କା ସଞ୍ଚୟ କରି ପାଆନ୍ତୁ ୧୫ ଲକ୍ଷ ଟଙ୍କା; ଜାଣନ୍ତୁ ସରକାରଙ୍କ ଏହି ଚମତ୍କାର ସ୍କିମ

ଜଗଦୀଶ୍ ବାରିକ,ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନା ଏକ ସରକାରୀ ଯୋଜନା ଯାହାକି ଝିଅଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ। ଯଦି ଆପଣଙ୍କର ଝିଅ ରହିଛି ତାହେଲେ ଏହି ସ୍କିମରେ ନିବେଶ କରି ଆପଣ ତାଙ୍କର ଉଚ୍ଚଶିକ୍ଷା ଖର୍ଚ୍ଚ ଓ ବିବାହ ଖର୍ଚ୍ଚରୁ ମୁକ୍ତି ପାଇପାରିବେ।

ଦିନକୁ ୧୦୦ ଟଙ୍କା ସଞ୍ଚୟ କରି ପାଇପାରିବେ ୧୫ ଲକ୍ଷ!

ସୁକନ୍ୟା ସମୃଦ୍ଧି ଯୋଜନା (Sukanya Samriddhi Yojana) ଏକ ଦୀର୍ଘକାଳୀନ ଯୋଜନା। ଏଥିରେ ଆପଣଙ୍କୁ କେବଳ ଝିଅର ୨୧ ବର୍ଷ ବୟସ ପର୍ଯ୍ୟନ୍ତ କେତେ ଟଙ୍କା ଦରକାର ତାହା ସ୍ଥିର କରିବାକୁ ପଡିବ। ଧରାଯାଉ ଆପଣ ୧୫ ଲକ୍ଷ ଟଙ୍କା ଚାହୁଁଛନ୍ତି। ଏଥିପାଇଁ ଆପଣଙ୍କୁ ମୋଟା ଟଙ୍କା ନିବେଶ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ ଦୈନିକ ୧୦୦ ଟଙ୍କା ସଞ୍ଚୟ କରିବାକୁ ପଡିବ। ଯାହା ଆଗାମୀ ସମୟରେ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ଦେବ। ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ହିସାବ ବୁଝାଉଛୁ କିନ୍ତୁ ପ୍ରଥମେ ଏହି ଯୋଜନାକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ।

Also Read: କେନ୍ଦ୍ର କର୍ମଚାରୀଙ୍କ ଆକାଉଣ୍ଟରେ ୧ ଜୁଲାଇରୁ ଆସିବ ବର୍ଦ୍ଧିତ ଦରମା, ଜାଣନ୍ତୁ କେତେ ମିଳିବ ଲାଭ

 

ସୁକନ୍ୟା ସମୃଦ୍ଧି ଯୋଜନା କ’ଣ?

ଝିଅଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଏହା ସରକାରଙ୍କ ଏକ ଲୋକପ୍ରିୟ ଯୋଜନା। ସୁକନ୍ୟା ସମୃଦ୍ଧି ଯୋଜନାରେ ଜନ୍ମରୁ ୧୦ ବର୍ଷ ମଧ୍ୟରେ ଜଣେ ଝିଅର ଆକାଉଣ୍ଟ ଖୋଲାଯାଇପାରିବ। ଆପଣ ବାର୍ଷିକ ସର୍ବନିମ୍ନ ୨୫୦ ଟଙ୍କା ଓ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ଏହି ଯୋଜନା ପରିପକ୍ୱ ସେତେବେଳେ ହେବେ ଯେତେବେଳେ ଝିଅକୁ ୨୧ ବର୍ଷ ହେବ। ଯଦିଓ ଏହି ଯୋଜନାରେ ଆପଣଙ୍କ ନିବେଶ ଅତିକମରେ ଝିଅର ୧୮ ବର୍ଷ ବୟସରେ ମଧ୍ୟରେ ବନ୍ଦ ହୋଇଯିବ। ୧୮ ବର୍ଷ ପରେ ଆପଣ ଏହି ଯୋଜନାରୁ ମୋଟ ରାଶିର ୫୦ ପ୍ରତିଶତ ରାଶି ପ୍ରତ୍ୟାହାର କରିପାରିବେ। ଯାହାକୁ ସ୍ନାତକ କିମ୍ବା ପରବର୍ତ୍ତୀ ଅଧ୍ୟୟନ ପାଇଁ ବ୍ୟବହାର କରିପାରିବେ। ଏହା ପରେ ଯେତେବେଳେ ସେ ୨୧ ବର୍ଷ ବୟସରେ ହୋଇଯିବେ ସେତେବେଳେ ସମସ୍ତ ଟଙ୍କା ପ୍ରତ୍ୟାହାର କରିହେବ।

କେବଳ ୧୫ ବର୍ଷ ପାଇଁ ଟଙ୍କା ଜମା ହୋଇଥାଏ
ଏହି ଯୋଜନା ବିଷୟରେ ଭଲ କଥା ହେଉଛି ଅଠରେ ଆକାଉଣ୍ଟ ଖୋଲିବା ଠାରୁ ଆପଣଙ୍କୁ ସମ୍ପୂର୍ଣ୍ଣ ୨୧ ବର୍ଷ ପାଇଁ ଟଙ୍କା ଜମା କରିବାକୁ ପଡିବ ନାହିଁ। ଆପଣଙ୍କୁ କେବଳ ୧୫ ବର୍ଷ ପାଇଁ ଟଙ୍କା ଜମା କରିବାକୁ ହେବ। ଯେତେବେଳେ ଝିଅ ବୟସ ୨୧ ବର୍ଷ ହୋଇଯିବ ସେତେବଳେ ଆପଣ ସେହି ଟଙ୍କା ଉପରେ ସୁଧ ପାଇବାକୁ ଲାଗିବେ। ବର୍ତ୍ତମାନ ସରକାର ବାର୍ଷିକ ୭.୬% ସୁଧ ଦେଉଛନ୍ତି। ଏହି ଯୋଜନା ଘରର ଦୁଇ ଝିଅଙ୍କ ପାଇଁ ଖୋଲାଯାଇପାରିବ । ଯଦି ଯାଆଁଳା ପିଲା ଅଛନ୍ତି ତେବେ ତୃତୀୟ ଝିଅ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ।

Also Read: LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

 

ନିବେଶ ପାଇଁ କିପରି କରିବେ ପ୍ରସ୍ତୁତି

ସର୍ବପ୍ରଥମେ ଆପଣ ଝିଅର ୨୧ ବର୍ଷ ବୟସରେ କେତେ ଟଙ୍କା ଚାହୁଁଛନ୍ତି ତାହା ସ୍ଥିର କରିବାକୁ ପଡିବ। ଆପଣ ଯେତେ ଶୀଘ୍ର ଏହି ଯୋଜନା ଆରମ୍ଭ କରିବ ସେତେ ଅଧିକ ମାଚ୍ୟୁରିଟି ମିଳିବ। ଅର୍ଥାତ୍ ଯେତେବେଳେ ଝିଅର ୨୧ ବର୍ଷ ହେବ।

କେବେ ବିନିଯୋଗ ଆରମ୍ଭ କରିବେ

ଧରାଯାଉ ଯଦି ଆପଣଙ୍କ ଝିଅର ବୟସ ଆଜି ୧୦ ବର୍ଷ ଓ ଆପଣ ଆଜି ନିବେଶ ଆରମ୍ଭ କରୁଛନ୍ତି ତେବେ ଆପଣ କେବଳ ୧୧ ବର୍ଷ ପାଇଁ ନିବେଶ କରିବାରେ ସକ୍ଷମ ହେବ ।ସେହିପରି ଯଦି ଆପଣଙ୍କ ୫ ବର୍ଷର ଝିଅ ଅଛି ଓ ଆପଣ ନିବେଶ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣ ୧୬ ବର୍ଷ ନିବେଶ କରିବାରେ ସମର୍ଥ ହେବ । ଏହି କାରଣରୁ ମାଚ୍ୟୁରିଟି ପରିମାଣ ବୃଦ୍ଧି ପାଇବ । ବର୍ତ୍ତମାନ ଯଦି ଆପଣଙ୍କର ଝିଅ ୨୦୨୧ ରେ ୧ ବର୍ଷ ହୋଇଛି ଓ ଆପଣ ନିବେଶ କରିବା ଆରମ୍ଭ କରନ୍ତି ତେବେ ଏହା ୨୦୪୨ ରେ ମାଚ୍ୟୁରିଟି ହେବ । ଓ ଆପଣ ଏହି ଯୋଜନାର ସର୍ବାଧିକ ଲାଭ ପାଇପାରିବେ।

Also Read: ମୋଦି ସରକାରଙ୍କ ଏହି ସ୍କିମରେ ମିଳୁଛି ଶସ୍ତା ସୁନା, ମେ ୨୮ ଯାଏ କିଣିବାର ସୁଯୋଗ

 

ଦିନକୁ ୧୦୦ ଟଙ୍କା ନିବେଶ କରି କିପରି ୧୫ ଲକ୍ଷ ଟଙ୍କା ପାଇପାରିବେ

୧. ମନେକରନ୍ତୁ ଯଦି ଆପଣ ୨୦୨୧ ରେ ନିବେଶ ଆରମ୍ଭ କରିଛନ୍ତି ଓ ଆପଣଙ୍କ ଝିଅର ବୟସ ୧ ବର୍ଷ ଅଟେ

୨. ବର୍ତ୍ତମାନ ଆପଣ ପ୍ରତିଦିନ ୧୦୦ ଟଙ୍କା ନିବେଶ କଲେ ଏକ ମାସରେ ୩୦୦୦ ଟଙ୍କା ନିବେଶ କରୁଛନ୍ତି

୩. ଏହିପରି ଯଦି ଆପଣ ପ୍ରତି ମାସରେ ୩୦୦୦ ଟଙ୍କା ଜମା କରନ୍ତି ତେବେ ବାର୍ଷୀକ ୩୬୦୦୦ ଟଙ୍କା ଜମା କରୁଛନ୍ତି

୪. ଯଦି ଆପଣ ଏହି ନିବେଶକୁ ମାତ୍ର ୧୫ ବର୍ଷ ପାଇଁ କରନ୍ତି ତେବେ ମୋଟ ନିବେଶ ୫.୪ ଲକ୍ଷ ଟଙ୍କା ହେଉଛି

୫. ବାର୍ଷିକ ୭.୬% ସୁଧ ଅନୁଯାୟୀ ଆପଣ ମୋଟ ୯,୮୭,୬୩୭ ଟଙ୍କା ସୁଧ ପାଇବେ

୬. ୨୦୪୨ ମସିହାରେ, ଯେତେବେଳେ ଆପଣଙ୍କ ଝିଅ ୨୧ ବର୍ଷ ହେବ ସେତବେଳେ ଏହି ଯୋଜନାଟି ମାଚ୍ୟୁରିଟି ହେବ ଓ ସେତେବେଳେ ସମୁଦାୟ ମାଚ୍ୟୁରିଟି ପରିମାଣ ୧୫,୨୭,୬୩୭ ଟଙ୍କା ହେବ ।

 ଏହା ହେଉଛି ଏକ ହିସାବ ଯାହାକୁ ଆପଣଙ୍କୁ ମନେ ରଖିବାକୁ ପଡିବ । ଦିନକୁ ୧୦୦ ଟଙ୍କା ସଞ୍ଚୟ କରି ଆପଣ ନିଜ ଝିଅର ଭବିଷ୍ୟତକୁ ସଜାଇ ପାରିବେ । ପ୍ରତ୍ୟେକ ନିବେଶର ସମାନ ମୌଳିକ ମନ୍ତ୍ର ଅଛି । ଏହି ଯୋଜନାକୁ ଆପଣ ଯେତେ ଶୀଘ୍ର ଆରମ୍ଭ କରିବ ସେତେ ଅଧିକ ଲାଭ ଉଠାଈ ପାରିବେ ।