ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା, ଏବେ ସଞ୍ଚୟ ଜମା ଉପରେ ମିଳିବ କମ ସୁଧ
Advertisement

ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା, ଏବେ ସଞ୍ଚୟ ଜମା ଉପରେ ମିଳିବ କମ ସୁଧ

ଏହି ନୂଆ ନିୟମ ନଭେମ୍ୱର ୧୦ରେ ଲାଗୁ କରାଯିବ । ବ୍ୟାଙ୍କ ଚାଲୁ ଆର୍ଥିକ ବର୍ଷରେ ଲଗାତର ୭ଥର ଣ ଉପରେ ସୁଧହାରରେ ହ୍ରାସ କରିଛି । ସେହିପରି ବ୍ୟାଙ୍କ ଅନ୍ୟାନ୍ୟ ଜମା ଉପରେ ମିଳୁଥିବା ସୁଧ ହାରରେ ମଧ୍ୟ ପରିବର୍ତ୍ତନ କରିଛି । ଏଥିରେ ୧ରୁ ୨ ବର୍ଷ ଯାଏ ଅବଧି ଥିବା କ୍ଷୁଦ୍ର ଜମା ଉପରେ ସୁଧହାରରେ ୦.୧୫ ପ୍ରତିଶତ ହ୍ରାସ କରାଯାଇଛି ।

ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା, ଏବେ ସଞ୍ଚୟ ଜମା ଉପରେ ମିଳିବ କମ ସୁଧ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ନିଜ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି । ଏଣିକି ସଞ୍ଚୟ ଜମା ଉପରେ ଗ୍ରାହକଙ୍କୁ କମ ସୁଧ ମିଳିବ । ଶୁକ୍ରବାର ଏସବିଆଇ ଜମା ଧନ ଉପରେ ସୁଧହାର ୦.୧୫-୦.୭୫ ପ୍ରତିଶତ ଯାଏ ହ୍ରାସ କରିବାର ଘୋଷଣା କରିଛି । ଏହାପୂର୍ବରୁ ମଧ୍ୟ ଏସବିଆଇ ନିଜ ଗ୍ରାହକଙ୍କୁ ଝଟକା ଦେଇଥିଲା । ଜମା ଉପରେ ମିଳୁଥିବା ସୁଧହାରରେ ହ୍ରାସ କରିଥିଲା ବ୍ୟାଙ୍କ । ବର୍ତ୍ତମାନ ପୁଣିଥରେ ବ୍ୟାଙ୍କ ସଞ୍ଚୟ ଜମା ରାଶି ଉପରେ ମିଳୁଥିବା ସୁଧ ରାଶିକୁ ହ୍ରାସ କରିଛି ।

ଏହି ନୂଆ ନିୟମ ନଭେମ୍ୱର ୧୦ରେ ଲାଗୁ କରାଯିବ । ବ୍ୟାଙ୍କ ଚାଲୁ ଆର୍ଥିକ ବର୍ଷରେ ଲଗାତର ୭ଥର ଣ ଉପରେ ସୁଧହାରରେ ହ୍ରାସ କରିଛି । ସେହିପରି ବ୍ୟାଙ୍କ ଅନ୍ୟାନ୍ୟ ଜମା ଉପରେ ମିଳୁଥିବା ସୁଧ ହାରରେ ମଧ୍ୟ ପରିବର୍ତ୍ତନ କରିଛି । ଏଥିରେ ୧ରୁ ୨ ବର୍ଷ ଯାଏ ଅବଧି ଥିବା କ୍ଷୁଦ୍ର ଜମା ଉପରେ ସୁଧହାରରେ ୦.୧୫ ପ୍ରତିଶତ ହ୍ରାସ କରାଯାଇଛି ।

ସେହିପରି ଏସବିଆଇ ନଭେମ୍ୱର ୧ରୁ ଜମା ରାଶି ଉପରେ ମିଳୁଥିବା ସୁଧ ହାରରେ ହ୍ରାସ କରିଥିଲା । ଏହି ନିଷ୍ପତ୍ତି ଅକ୍ଟୋବର ୯ରେ ଏସବିଆଇ ନେଇଥିଲା । କିନ୍ତୁ ନଭେମ୍ୱର ୧ରୁ ଏହା ଲାଗୁ ହୋଇଛି । ବର୍ତ୍ତମାନ ଏସବିଆଇ ୧ ଲକ୍ଷ ଟଙ୍କା ଜମାରାଶି ଉପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରି ୩.୨୫ ପ୍ରତିଶତ କରି ଦେଇଛି । ଅନ୍ୟପକ୍ଷେ ସେଭିଙ୍ଗ ଏକାଉଣ୍ଟରେ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରହିଲେ, ତାହା ଉପରେ ସୁଧ ରେପୋ ରେଟ ଅନୁସାରେ ମିଳିବ ।