କଂଗ୍ରେସ, ଶିବସେନା ଓ ଏନସିପିକୁ ଝଟକା ! ତୁରନ୍ତ ଫ୍ଲୋର୍ ଟେଷ୍ଟକୁ ନା

ଆସନ୍ତାକାଲି 'ମହା' ରାୟ । ମହାରାଷ୍ଟ୍ରର ମହାନାଟକକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଦେଇଥିବା ଆମନ୍ତ୍ରଣ ବାବଦରେ ତଥ୍ୟ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଲିସଟର ଜେନେରାର ତୁଷାର ମେହେତାଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତୁରନ୍ତ ଫ୍ଲୋର୍ ଟେଷ୍ଟ୍ ପାଇଁ କଂଗ୍ରେସ, ଶିବସେନା ଓ ଏନସିପିର ନିବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

କଂଗ୍ରେସ, ଶିବସେନା ଓ ଏନସିପିକୁ ଝଟକା ! ତୁରନ୍ତ ଫ୍ଲୋର୍ ଟେଷ୍ଟକୁ ନା
ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତାକାଲି 'ମହା' ରାୟ । ମହାରାଷ୍ଟ୍ରର ମହାନାଟକକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଦେଇଥିବା ଆମନ୍ତ୍ରଣ ବାବଦରେ ତଥ୍ୟ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଲିସଟର ଜେନେରାର ତୁଷାର ମେହେତାଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତୁରନ୍ତ ଫ୍ଲୋର୍ ଟେଷ୍ଟ୍ ପାଇଁ କଂଗ୍ରେସ, ଶିବସେନା ଓ ଏନସିପିର ନିବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଆଜି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।  କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି । ଆସନ୍ତାକାଲି ସୁଦ୍ଧା ଉତ୍ତର ଦାଖଲ କରାଯିବା ପରେ କୋର୍ଟ ରାୟ ଶୁଣାଇବେ । ଏଥିସହ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ମଧ୍ୟ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସକାଳ ସାଢେ ୧୦ଟାରେ ଶୁଣାଣି ହେବ । 

ଅନ୍ୟପଟେ କଂଗ୍ରେସ, ଶିବସେନା ଓ ଏନସିପି ପକ୍ଷରୁ ଲଢୁଥିବା ଆଇନଜୀବୀ କପିଲ ସିବଲ, ତୁରନ୍ତ ଫ୍ଲୋର୍ ଟେଷ୍ଟ୍ ପାଇଁ ଦାବି କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ହଠାତ୍ ନୂଆ ସରକାର ଗଢି ଉଠିବା ପରେ ଉପୁଜିଥିବା ବିବାଦକୁ ନେଇ କଂଗ୍ରେସ, ଏନସିପି ଏବଂ ଶିବସେନା ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସେହି ଆଦେଶକୁ ରଦ୍ଦ କରିବା ପାଇଁ ତିନି ଦଳ ଆବେଦନ କରିଥିଲେ।

ଅଜିତ ପାୱାରଙ୍କୁ ହାତେଇଲେ ଏନସିପିର ବହୁ ବିଧାୟକଙ୍କ ସମର୍ଥନ ମିଳିବ । ବୋଧେ ଏଭଳି କିଛି ଆଶା ରଖି ମାଷ୍ଟର ପ୍ଲାନ କରିଥିଲା ବିଜେପି । ହେଲେ ତାହା ନୋହିଲା । ଅଜିତଙ୍କ ସହ ଏବେ ମାତ୍ର ୩/୪ ବିଧାୟକ ହିଁ ଥିବା ଜଣାପଡିଛି । ସେମାନେ ବି ଶରଦ ପାୱାରଙ୍କ ପାଖକୁ ଖୁବଶୀଘ୍ର ଫେରିଆସିପାରନ୍ତି । ଏବେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ କ୍ୟାମ୍ପରେ ୪୯ ବିଧାୟକ ଥିବା କୁହାଯାଉଛି । ପୁରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏନସିପି ନେତା ନୱାବ ମଲିକ । 

ସେ କହିଛନ୍ତି, ''ଆଜି ସନ୍ଧ୍ୟା ସୁଦ୍ଧା ଆମ ପାଖକୁ ସମସ୍ତ ବିଧାୟକ ଫେରିଆସିବେ । ଅଜିତଙ୍କୁ ହାତେଇ ବହୁମତ ପ୍ରମାଣ ଦେବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଅସମ୍ଭବ । ଏବେ ଅଜିତ ନିଜ ଭୁଲ ପାଇଁ ଅନୁତପ୍ତ ହେବା ଦରକାର ।''

ସେ ଆହୁରି ମଧ୍ୟ କହିଛନ୍ତି, ଦେବେନ୍ଦ୍ର ଭଡନାଭିସ କେବେବୁ ବହୁମତ ପ୍ରମାଣ ଦେଇପାରିବେ ନାହିଁ । ପ୍ଲୋର ଟେଷ୍ଟରେ ସରକାର ଭାଙ୍ଗିବା ସ୍ପଷ୍ଟ । ତେଣୁ ସେ ଇସ୍ତଫା ଦେଇଦିଅନ୍ତୁ ବୋଲି ଦାବି କରିଛନ୍ତି ନୱାବ ମଲିକ । 

ଆହୁରି ପଢନ୍ତୁ; 'ଅଜିତ ଅନୁତପ୍ତ ହୁଅନ୍ତୁ, ଫଡନାଭିସ ଇସ୍ତଫା ଦିଅନ୍ତୁ'