ସାବରୀମାଲା ମାମଲା; ଆଜି ଆସିବ ରାୟ

ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ ପୁନର୍ବିଚାର ପାଇଁ ଆବେଦନ ଦାଖଲ ହୋଇଛି । ଏହି ଦୁଇ ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଚଳିତ ମାସ 17 ତାରିଖରେ ଅବସର ଗ୍ରହଣ କରିବେ ଏହା ପୂର୍ବରୁ ପଡି ରହିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତି ଉପରେ ଶୁଣାଣି ଆରମ୍ଭ କରିଦେଇଛନ୍ତି ।

 ସାବରୀମାଲା ମାମଲା; ଆଜି ଆସିବ ରାୟ

ନୂଆଦିଲ୍ଲୀ: ସାବରୀମାଲା ଏବଂ ରାଫେଲ ପ୍ରସଙ୍ଗରେ ଦାଖଲ ହୋଇଥିବା ଯାଚିକା ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ତଥା ଚୂଡ଼ାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ ପୁନର୍ବିଚାର ପାଇଁ ଆବେଦନ ଦାଖଲ ହୋଇଛି । ଏହି ଦୁଇ ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଚଳିତ ମାସ 17 ତାରିଖରେ ଅବସର ଗ୍ରହଣ କରିବେ ଏହା ପୂର୍ବରୁ ପଡି ରହିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତି ଉପରେ ଶୁଣାଣି ଆରମ୍ଭ କରିଦେଇଛନ୍ତି । ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ସବୁ ବୟସର ମହିଳାଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଥିଲେ । ଏହି ନିଷ୍ପତିକୁ ଅନେକ ଧାର୍ମିକ ସଂଗଠନ ବିରୋଧ କରିଥିଲେ ଏବଂ ଏହାକୁ ପରମ୍ପରା ଉଲ୍ଲଂଘନ ଦର୍ଶାଇଥିଲେ ।

ସୁପ୍ରିମକୋର୍ଟରେ ମାମଲାର ପୁନର୍ବିଚାର କରିବା ପାଇଁ ସମୁଦାୟ 19ଟି ରିଭ୍ୟୁ ପିଟିସନ ଦାଖଲ ହୋଇଛି । ବିଜେପି ସାଂସଦ ମୀନାକ୍ଷୀ ଲେଖୀଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ମାନହାନୀ ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ନିଜର ନିଷ୍ପତି ଶୁଣାଇ ପାରନ୍ତି । ପିଏମ ନରେନ୍ଦ୍ର ମୋଦୀଙ୍କ ପାଇଁ ଚୌକିଦାରର ଚୋର ହେ ନାରାର ପ୍ରୟୋଗକୁ ସୁପ୍ରିମକୋର୍ଟଙ୍କ ନିଷ୍ପତି ସହ ଯୋଡିବା ବିରୋଧରେ ଲେଖି ମାନହାନି  ଯାଚିକା ଦାଖଲ କରିଥିଲେ ।