ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି

ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି । ଇଡି ଦ୍ୱାରା ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲାର ଶୁଣାଣି ହେବ । ଗତ ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଶହେରୁ ଅଧିକ ଦିନ ହେବ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ଚିଦାମ୍ବରମ । 

ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି
ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି । ଇଡି ଦ୍ୱାରା ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲାର ଶୁଣାଣି ହେବ । ଗତ ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଶହେରୁ ଅଧିକ ଦିନ ହେବ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ଚିଦାମ୍ବରମ । 

ଏହି ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ଚିଦାମ୍ବରମକୁ ପ୍ରଥମେ ସିବିଆଇ ଗିରଫ କରିଥିଲା । ଯଦିଓ ଅକ୍ଟୋବରରେ ଜାମିନ ମିଳିଯାଇଥିଲା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ ହୋଇଥିଲେ ଚିଦାମ୍ବରମ । ତେବେ ଚିଦାମ୍ବରମଙ୍କୁ ଜାମିନ ମିଳିବ ନା ନାହିଁ, ଆଜି ସ୍ପଷ୍ଟ ହେବ । 

2

ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଶୁଣାଣି ବେଳେ ହାଇକୋର୍ଟ କହିଥିଲେ, ''ଆଇଏନଏକ୍ସ ମିଡିଆ ଅର୍ଥ ନେଣଦେଣ ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ ରହିଛି । ଯଦି ତାଙ୍କୁ ଜାମିନ ମିଳେ, ତେବେ ସମାଜକୁ ଏକ ଖରାପ ବର୍ତ୍ତା ଯିବ ।''

ଆହୁରି ପଢନ୍ତୁ; ମହିଳାଙ୍କ ସୁରକ୍ଷା ଚିନ୍ତା: ପୋଲିସ ଗାଡିରେ ବସାଇବ, ଘରେ ନେଇ ଛାଡିବ

ଇଡିର ସମ୍ପତ୍ତି ଶୋଷଣ ନିବାରଣ ଅଧିନିୟମ(ପିଏମଏଲଏ) ଅନୁଯାୟୀ ପି। ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ ହୋଇଛି। ଚିଦାମ୍ବରମ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଉପା ସରକାର(୧) ଓ ଉପା ସରକାର(୨) ଅମଳରେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିଲେ। ୨୦୦୭ ମସିହାରେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପାଇଁ  ଏଫଆଇପିବି ମଞ୍ଜୁରୀ ଦେବାକୁ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ୧୫ ମେ ୨୦୧୭ରେ ସିବିଆଇ ପି। ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ କରିଥିଲା। ପରେ ଗତ ୨୧ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇଥିଲା। ଆଉ ଆଜି ଏହି ମାମଲାରେ ଚିଦାମ୍ବରମକୁ ଇଡି ଗିରଫ କରିଛି । 

ଆହୁରି ପଢନ୍ତୁ; ମାରିଦିଅ ନ ହେଲେ ଛାଡ଼ିଦିଅ