• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳାଳିଙ୍କ ମଧ୍ୟରୁ ପ୍ରଥମ ୩ଟି ସ୍ଥାନରେ ରହିଛି ଏହି ଭାରତୀୟ ଖେଳାଳି

ବିଶ୍ୱର ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳାଳିଙ୍କ ନାଁର ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରି ଦୁନିଆର ବିଭିନ୍ନ ଦେଶର ଖେଳାଳିଙ୍କ ନାଁ ରହିଛି । ଏହାସହ ଏହି ତାଲିକାରେ ଭାରତୀୟ ଖେଳାଳିଙ୍କ ଦବଦବା ରହିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଦିନକୁ ଦିନ ଆହୁରି ଅଧିକ ପ୍ରସିଦ୍ଧ ହେବାକୁ ଲାଗିଛନ୍ତି । ଏହା ବ୍ୟତୀତ ତାଙ୍କ ସହଯୋଗୀ ଖେଳାଳି ରୋହିତ ଶର୍ମାଙ୍କ ମଧ୍ୟ ସୁନାମ ବଢିବାରେ ଲାଗିଛି । 

ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳାଳିଙ୍କ ମଧ୍ୟରୁ ପ୍ରଥମ ୩ଟି ସ୍ଥାନରେ ରହିଛି ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳାଳିଙ୍କ ନାଁର ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରି ଦୁନିଆର ବିଭିନ୍ନ ଦେଶର ଖେଳାଳିଙ୍କ ନାଁ ରହିଛି । ଏହାସହ ଏହି ତାଲିକାରେ ଭାରତୀୟ ଖେଳାଳିଙ୍କ ଦବଦବା ରହିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଦିନକୁ ଦିନ ଆହୁରି ଅଧିକ ପ୍ରସିଦ୍ଧ ହେବାକୁ ଲାଗିଛନ୍ତି । ଏହା ବ୍ୟତୀତ ତାଙ୍କ ସହଯୋଗୀ ଖେଳାଳି ରୋହିତ ଶର୍ମାଙ୍କ ମଧ୍ୟ ସୁନାମ ବଢିବାରେ ଲାଗିଛି । 

ଡିଜିଟାଲ ମାର୍କେଟିଙ୍ଗ ପ୍ଲାଟଫର୍ମ ସେମରଶର ରିପୋର୍ଟ ଅନୁସାରେ, ଦୁନିଆରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଖେଳାଳିଙ୍କ ପ୍ରଥମ ୩ଟି ସ୍ଥାନରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ୩ ଭାରତୀୟ ଖେଳାଳିଙ୍କ ନାଁ ରହିଛି ।

ଏଥିରେ କୋହଲି ନମ୍ୱର ୧ ସ୍ଥାନର ରହିଛନ୍ତି । ଅନ୍ୟପକ୍ଷେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦ୍ୱିତୀୟ ସ୍ଥାନର ଅଛନ୍ତି । ସେହିପରି ଓପନର ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି ।

ସର୍ଚ୍ଚ କରାଯାଇଥିବା ପରିଣାମ ଅନୁସାରେ, ୨୦୧୯ ଜାନୁଆରୀରୁ ସେପ୍ଟେମ୍ୱର ଯାଏ କୋହଲିଙ୍କ ନାଁ ପ୍ରାୟ ୨୦ ଲକ୍ଷ ଥର ସର୍ଚ୍ଚ କରାଯାଇଛି । ସେହିପରି ଧୋନି ଓ ରୋହିତଙ୍କ ନାଁ ୧୦ ଲକ୍ଷ ଥର ସର୍ଚ୍ଚ କରାଯାଇଛି । ଏହା ବ୍ୟତୀତ ଭାରତୀୟ ଦଳକୁ ୨୦୧୯ ସବୁଠାରୁ ଅଧିକ ଥର ସର୍ଚ୍ଚ କରାଯାଇଛି । ୨୦୧୮ରେ ଇଂଲଣ୍ଡ ଟିମକୁ ସବୁଠାରୁ ଅଧକ ଥର ସର୍ଚ୍ଚ କରାଯାଇଥିଲା ।