ନୂଆବର୍ଷରୁ ରେଳଯାତ୍ରା ମହଙ୍ଗା
trendingNow,recommendedStories0/zeeodisha/odisha617994

ନୂଆବର୍ଷରୁ ରେଳଯାତ୍ରା ମହଙ୍ଗା

ସାଧାରଣ ଜନତାଙ୍କୁ ନୂଆବର୍ଷରେ ଝଟକା ଦେଇଛି ରେଳବିଭାଗ

ନୂଆବର୍ଷରୁ ରେଳଯାତ୍ରା ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗାମାଡ଼ରେ ଛଟପଟ ହେଉଥିବା ସାଧାରଣ ଜନତାଙ୍କୁ ନୂଆବର୍ଷରେ ଝଟକା ଦେଇଛି ରେଳବିଭାଗ । ଆଜି ମଧ୍ୟରାତ୍ରୀ ତଥା ନୂଆବର୍ଷ ଆରମ୍ଭରୁ ହିଁ ଲାଗୁ ହେବ ଏହି ବର୍ଦ୍ଧିତ ରେଳଦର । ରେଳ ବିଭାଗ କିଲୋମିଟର ପିଛା ୧ ରୁ ୪ ପଇସା ପର୍ଯ୍ୟନ୍ତ ବଢାଇଛନ୍ତି । 

ରେଳ ବିଭାଗ ଅର୍ଡିନାରୀ ନନ-ଏସି ସେକେଣ୍ଡ କ୍ଲାସ ପାଇଁ କିଲୋମିଟର ପିଛା 1 ପଇସା ବୃଦ୍ଧି କରିଥିବା ବେଳେ ମେଲ ଏବଂ ଏକ୍ସପ୍ରେସ ଗାଡ଼ି ପାଇଁ ଏହା 2 ପଇସା ପର୍ଯ୍ୟନ୍ତ ଲାଗୁ ହେବ । ସେହିପରି ଏସି କ୍ଲାସ ବିଭାଗ 4 ପଇସା ବୃଦ୍ଧି କରିଛନ୍ତି । 

ତେବେ ଦୂରଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବେଶ ଏହା ମହଙ୍ଗା ସାବ୍ୟସ୍ତ ହେବ । ଦୂରଗାମୀ ଗାଡ଼ି ଗୁଡ଼ିକରେ ଏସି ଚେୟାର କାରରେ 4 ପଇସା, ଏସି 3 ଟାୟାରରେ 4 ପଇସା ଏବଂ ଏସି 2 ଟାୟାରରେ ମଧ୍ୟ 4 ପଇସା ବୃଦ୍ଧି ପାଇଛି । 

Trending news