close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବେଳାଭୂମୀରେ ମୋଦିଙ୍କ ସଫେଇ ଅଭିଯାନ ଫଟୋ ପଛର ରହସ୍ୟ

ସ୍ୱଚ୍ଛ ଭାରତର ଶୁଭାରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୁଦ୍ର କୂଳରେ ସଫେଇ ଅଭିଯାନର ଫଟୋ ଓ ଭିଡିଓ ଗତ କିଛିଦିନ ହେବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଅନେକ ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଯଦି କେହି ରାସ୍ତାରେ ଅଳିଆ ଫିଙ୍ଗୁଛି ଆମେ ବି କିଛି ଅଳିତା ତା ଉପରେ ଗଦେଇ ଦେଉଛି । ଆମେ ନକରାତ୍ମକ କଥାକୁ ଅତିଶିଘ୍ର ଗ୍ରହଣ କରିଥାଉ, ମୋଦି ସାରା ଦେଶକୁ ସ୍ୱଚ୍ଛ କରିପାରିବେ ନାହିଁ ।  ସେ ସଫେଇ ଅଭିଯାନ ଆରମ୍ଭ କରି ସମସ୍ତଙ୍କୁ ସାମିଲ ହେବାକୁ ସନ୍ଦେଶ ଦେଇଛନ୍ତି । ସେ ଯାହା ହେଉନା କାହିଁକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଫଟୋ ପଛରେ ଏକ ରହସ୍ୟ ଲୁଚି ରହିଛି । ଯାହା ବହୁ କମ୍ ଲୋକଙ୍କୁ ଜଣାଥିବ... 

ବେଳାଭୂମୀରେ ମୋଦିଙ୍କ ସଫେଇ ଅଭିଯାନ ଫଟୋ ପଛର ରହସ୍ୟ

ପ୍ରଦ୍ୟୁମ୍ନ ମାଝୀ,ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତର ଶୁଭାରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୁଦ୍ର କୂଳରେ ସଫେଇ ଅଭିଯାନର ଫଟୋ ଓ ଭିଡିଓ ଗତ କିଛିଦିନ ହେବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଅନେକ ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଯଦି କେହି ରାସ୍ତାରେ ଅଳିଆ ଫିଙ୍ଗୁଛି ଆମେ ବି କିଛି ଅଳିତା ତା ଉପରେ ଗଦେଇ ଦେଉଛି । ଆମେ ନକରାତ୍ମକ କଥାକୁ ଅତିଶିଘ୍ର ଗ୍ରହଣ କରିଥାଉ, ମୋଦି ସାରା ଦେଶକୁ ସ୍ୱଚ୍ଛ କରିପାରିବେ ନାହିଁ ।  ସେ ସଫେଇ ଅଭିଯାନ ଆରମ୍ଭ କରି ସମସ୍ତଙ୍କୁ ସାମିଲ ହେବାକୁ ସନ୍ଦେଶ ଦେଇଛନ୍ତି । ସେ ଯାହା ହେଉନା କାହିଁକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଫଟୋ ପଛରେ ଏକ ରହସ୍ୟ ଲୁଚି ରହିଛି । ଯାହା ବହୁ କମ୍ ଲୋକଙ୍କୁ ଜଣାଥିବ... 

ପିଏମ୍  ମୋଦିଙ୍କ ଏହି ଫଟୋ  ସୋସିଆଲ ମିଡିଆରେ ଘୂରି ବୁଲୁଛି ।  ଗତ ଅକ୍ଟୋବର ୧୨ ତାରିଖ ସକାଳ ଠାରୁ ହିଁ  ଏହି ଫଟୋକୁ ଆପଣମାନେ ଦେଖୁଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଫଟୋ  ମହାବଳୀପୁରମ୍ ସମୁଦ୍ର ବେଳାଭୂମୀରେ ପଡ଼ିଥିବା ପ୍ଲାଷ୍ଟିକ୍ ଏବଂ ଅନ୍ୟ ଅଳିଆ ଅବର୍ଜନା ପ୍ଲଗିଙ୍ଗ୍ କରିବା ବେଳର ।  ପ୍ରଧାନମନ୍ତ୍ରୀ ମୋଦି ଏଥିସହ ଜଡ଼ିତ ଭିଡିଓ ଟ୍ୱିଟ୍ କରି ସେ ଲେଖିଛନ୍ତି ।....

'' ଆଜି ସକାଳ ସମୟରେ ମାମଲ୍ଲପୁରମ୍ ର ସମୁଦ୍ର କୂଳରୁ ଅଧଘଣ୍ଟା ଧରି ଅଳିଆ ଅବର୍ଜନା ପ୍ଲଗିଙ୍ଗ୍ କରିଥିଲି, ଏହି ଅଳିଆକୁ ମୁଁ ହୋଟେଲ ମାଲିକ ଜୟରାଜଙ୍କୁ ଦେଇଥିଲି । ଆମେ ଏହିକଥାକୁ ପୃଷ୍ଠି କରିବା ଦରକାର ଯେ, ସର୍ବସାଧାରଣ ସ୍ଥାନକୁ ସଫା ସୁତୁରା ରଖିବା ଉଚିତ୍ ।  ଏହା ଦ୍ୱାରା ଆମେ ସୁସ୍ଥ ରହିଥାଉ''

ମୋଦି ତାଙ୍କ ଟ୍ୱିଟ୍ ରେ କହିଛନ୍ତି  ପ୍ଲଗିଙ୍ଗ୍  ବାବଦରେ ଅନେକ ଲୋକଙ୍କୁ ଜଣାନଥିବ । ଏହାର ଅର୍ଥ ମୁଁ ଶବ୍ଦ କୋଶରେ ଖୋଜିଲି,  ହେଲେ କିଛି ମିଳିଲାନାହିଁ । ରିପୋର୍ଟ ଦେଖିବା ପରେ ମୋତେ ଏହାର ଅର୍ଥ ଦେଖିଲି ଯେ 'ପ୍ଲଗିଙ୍ଗ୍'ର ଅର୍ଥ ଚଲାବୁଲା କରୁଥିବା କିମ୍ୱା ଦୌଡୁଥିବା ସମୟରେ ରାସ୍ତାରେ ପଡ଼ିଥିବା ଅଳିଆ ଦେଖିଲେ ଉଠାଇ ଜମା କରିବା । 

'ପ୍ଲଗିଙ୍ଗ୍' ଶବ୍ଦ ଧିରେ ଧିରେ ବ୍ୟାପିବାରେ ଲାଗିଛି । ପ୍ଲିଗିଙ୍ଗ୍ ବହୁତ ଜଣାଶୁଣା ଶବ୍ଦ ଏବଂ ଏହା ସ୍ୱିଡେନ୍ ରୁ ଆସିଛି ।୨୦୧୬ରେ ଜଣେ ସ୍ୱେଡେନ୍ ନାଗରିକ ଏରିକ୍ ଅହଲଷ୍ଟ୍ରୋମ୍ ଏହି ଶବ୍ଦର ଆରମ୍ଭ କରିଥିଲେ। ଅଫିସକୁ ଯିବା ସମୟରେ ଏରିକ୍ ରାସ୍ତା ପାର୍ଶ୍ୱରେ ଅଳିଆ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଗଦା ହୋଇରହିଥିବା ଦେଖିଥିଲେ । ସେ ମର୍ଣ୍ଣିଂ ୱାର୍କ ସମୟରେ ଏହି ଅଳିଆ ଅବର୍ଜନାକୁ ସଫା କରିବାକୁ ଅଭିଯାନ ଚଳାଇଲେ । ଏରିକ୍ ଏକ କାର୍ଯ୍ୟକ୍ରମରେ ପ୍ଲଗିଙ୍ଗ୍ ବାବଦରେ ଜଣାଇଥିଲେ ଯେ ରାସ୍ତାରେ ଅନେକ ସପ୍ତାହ ଧରି ଅଳିଆ ଆବର୍ଜନା ପଡ଼ି ରହୁଥିଲା । ତାକୁ କେହି ହଟାଉନଥିଲା । ସେଥିପାଇଁ ମୁଁ ସେହି ଅଳିଆକୁ ସଫା କରିବାକୁ ନିଷ୍ପତ୍ତି ନେଲି ।  ମେକ୍ସିକୋରେ  ପ୍ରତ୍ୟେକ ଦିନ ୪ ହଜାର ଲୋକ ପ୍ଲଗିଂଙ୍ଗ୍ କରୁଛନ୍ତି ।  

ପ୍ଲଗିଙ୍ଗ୍ ରେ ଅଳିଆ ଅବର୍ଜାନା ଉଠାଇବାକୁ ନଇଁବାକୁ ପଡ଼େ । ହାତ ତଳକୁ କରିବାକୁ ପଡ଼େ । ଶରୀରକୁ ଏକ ଭଙ୍ଗୀରେ ନୁଆଁଇବା ଯୋଗୁଁ ଅଧିକ କ୍ୟାଲୋରୀ ଉତ୍ପନ୍ନ ହୁଏ । ଏହା ସହ ସେହି ସମୟରେ ପରିବେଶ  ମଧ୍ୟ ସଫାସୁତୁରା ହୋଇଯାଏ । ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ୱରରେ ମନ୍ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ଲଗିଙ୍ଗ୍ ଶବ୍ଦ ବାବଦରେ କହିଥିଲେ । ସେ କହିଥିଲେ..

 "ଆମ ଦେଶର ଜଣେ ଯୁବକ ଏକ ବଡ଼ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି । ସେହି ଯୁବକଙ୍କ କାମ ଉପରେ ମୋର ଧ୍ୟାନ ଯିବାପରେ, ମୁଁ ତାଙ୍କ ସହ ଫୋନରେ କଥାହେଲି । ସେହି ଯୁବକଙ୍କ ଉଦ୍ୟମକୁ ଜାଣିବାକୁ ଓ ବୁଝିବାକୁ ଚେଷ୍ଟା କଲି । ହୋଇପାରେ ସେହି ଯୁବକ ଜଣଙ୍କ ଉଦ୍ୟମ ଅନ୍ୟ ଲୋକଙ୍କ କାମରେ ଆସିପାରେ । ରିପୁଦମନ୍ ଏକ ଅଭିନବ ପ୍ରୟାସରେ ପ୍ଲଗିଙ୍ଗ୍ କରୁଛନ୍ତି । ଯେତେବେଳେ ପ୍ରଥମଥର ପାଇଁ ମୁଁ ପ୍ଲଗିଙ୍ଗ୍ ଶବ୍ଦ ଶୁଣିଲି ମୋ ପାଇଁ ମଧ୍ୟ ନୂଆଥିଲା । ବିଦେଶରେ ବୋଧହୁଏ କିଛି ମାତ୍ରାରେ ଉପଯୋଗ ହେଉଛି ଏହି ଶବ୍ଦ । ହେଲେ ଭାରତରେ ରିପୁଦମ୍ ବଲ୍ବୀ ଜୀ ଏହାକୁ ବହୁତ ପ୍ରଚାର କରିଛନ୍ତି'' ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରୋଡିଓ କାର୍ଯ୍ୟକ୍ରମରେ ବଲ୍ବୀଙ୍କ ସହ ଚର୍ଚ୍ଚା ବେଳେ ରିପୁଦମ୍ ବଲ୍ବୀ କହିଥିଲେ...

'' ମୁଁ ନିଜେ ଜଣେ ଦୌଡ଼ାଳୀ ଏବଂ ମୋର ମନରେ ବିଚାର ଆସିଥିଲା କୌଣସି ଜିନିଷର ଅଭିଯୋଗ  କରିବାଠାରୁ ଭଲ ନିଜେ କିଛି କରିବା । ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରିବା । ପୁଣି ମୁଁ ଭାବିଲି ଦୌଡ଼ ସହ ସଫେଇ ଅଭିଯାନର ଶୁଭାରମ୍ଭ କରାଯାଉ । ଏଥିରେ ଦୋଡ଼ି ଦୋଡ଼ି ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ ନିଜ ଆଖପାଖର ବାତାବରଣକୁ ମଧ୍ୟ ସଫା ଓ ସ୍ୱଚ୍ଛ ରଖିବାକୁ ସାହାଯ୍ୟ କରିବା ।