close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆତଙ୍କୀଙ୍କ ଟାର୍ଗେଟରେ କୋହଲି, ବଢିଲା ଟିମ ଇଣ୍ଡିଆର ସୁରକ୍ଷା

ଆସନ୍ତା ନଭେମ୍ବର ୩ରେ ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଦିଲ୍ଲୀରେ ହେବାକୁ ଥିବା ଏହି ମ୍ୟାଚ ସମୟରେ ଭାରତୀୟ ଟିମ ଉପରେ ଆକ୍ରମଣ ନେଇ ଧମକ ମିଳିଛି ।

ଆତଙ୍କୀଙ୍କ ଟାର୍ଗେଟରେ କୋହଲି, ବଢିଲା ଟିମ ଇଣ୍ଡିଆର ସୁରକ୍ଷା
ଫାଇଲ ଫଟୋ

ନୂଆଦିଲ୍ଲୀ: ଆତଙ୍କୀଙ୍କ ଟାର୍ଗେଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ! ପୁରା ଟିମ ଇଣ୍ଡିଆ ଉପରେ ବଡ ଧରଣର ହମଲା କରିବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ ! ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ଏନେଇ ଏକ ଧମକ ପୂର୍ଣ୍ଣ ଚିଠି ମିଳିଛି । ଯାହା ପରେ ଟିମ ଇଣ୍ଡିଆର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ଆସନ୍ତା ନଭେମ୍ବର ୩ରେ ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଦିଲ୍ଲୀରେ ହେବାକୁ ଥିବା ଏହି ମ୍ୟାଚ ସମୟରେ ଭାରତୀୟ ଟିମ ଉପରେ ଆକ୍ରମଣ ନେଇ ଧମକ ମିଳିଛି । ଆହୁରି ମଧ୍ୟ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ,  ବିଜେପି କାର୍ଯ୍ୟକାରୀ ସଭାପତି ଏବଂ ଆରଏସଏସ ମୁଖ୍ୟଙ୍କ ଉପରେ ହମଲା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଯେଉଁ ଚିଠିକୁ ବିସିସିଆଇ ପାଖକୁ ପଠାଇ ଦେଇଛି ଏନଆଇଏ । 

କେରଳରେ ଥିବା ଅଲ ଇଣ୍ଡିଆ ଲସ୍କର ନାମକ ଆତଙ୍କୀ ସଙ୍ଗଠନ ଏମାନଙ୍କ ଉପରେ ହମଲା କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ହୋଇପାରେ, ଏହି ଚିଠି ଡରାଇବା ଉଦ୍ଦେଶ୍ୟରେ ପଠାଯାଇଛି । ହେଲେ ଏହାକୁ ହାଲୁକା ଭାବରେ ନେଇନି ପୋଲିସ । ଷ୍ଟାଡିୟମ ଏବଂ ଖେଳାଳୀଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ସୁରକ୍ଷାକର୍ମୀ ।