ନୂଆଦିଲ୍ଲୀ: ଆଜି ଆସିବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ । ଉଭୟ ରାଜନୈତିକ ଓ ସାସ୍କୃତିକ କାରଣରୁ ବେଶ ଗୁରୁତ୍ୱବହନ କରିଆସିଛି ଏହି ମାମଲା । ଲଗାତାର ୪୦ ଦିନ ଧରି ଶୁଣାଣି କରିବା ପରେ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦଲତ । ତେବେ ରାୟ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
Ayodhya: Security deployed in the area around Ram Janmabhoomi police station. Supreme Court will pronounce #AyodhyaVerdict today. pic.twitter.com/d6FsWEjcTh
— ANI UP (@ANINewsUP) November 9, 2019
ଅଯୋଧ୍ୟା, ଜମ୍ମୁ କାଶ୍ମୀର, ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତିଙ୍କ ବାସଗୃହ । ସବୁଠି କଡା ସୁରକ୍ଷା । ଏହି ମାମଲାର ରାୟ ଶୁଣାଇବାକୁ ଥିବା ଅନ୍ୟ ୪ ବିଚାରପତିଙ୍କ ବାସଗୃହରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି । ବର୍ଷ ବର୍ଷ ଧରି ଯେଉଁ ମାମଲାର ଶୁଣାଣିକୁ ଅପେକ୍ଷା କରିଥିଲେ ଦେଶବାସୀ, ଆଜି ସେହି ରାୟ ଆସୁଛି ।
Delhi: Police personnel deployed outside the residence of Chief Justice of India (CJI) Ranjan Gogoi. Supreme Court will pronounce #AyodhyaVerdict today. pic.twitter.com/J2t3L4K3FA
— ANI (@ANI) November 9, 2019
ସକାଳ ୧୦।୩୦ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସମ୍ବିଧାନ ପୀଠ ରାୟ ପ୍ରକାଶ କରିବେ । ତେବେ ରାୟ ପରେ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଉପୁଜେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଯୋଧ୍ୟାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସେନା ମୁତୟନ ହୋଇଛନ୍ତି । କେବଳ ଅଯୋଧ୍ୟାରେ ୧୫ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି ।
Police personnel deployed at the entrance of Ayodhya city, in the light of pronouncement of #AyodhyaVerdict by the Supreme Court today. pic.twitter.com/0Z6IgFQ6uA
— ANI UP (@ANINewsUP) November 9, 2019
ସେହିପରି ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶ, ଜମ୍ମୁ କାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିଛି । ହାଇଦ୍ରାବାଦ, ବେଙ୍ଗାଲୁରୁ ଇତ୍ୟାଦି ସହରରେ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି । ଓଡିଶାର କଟକ, ଭଦ୍ରକ ଓ କେନ୍ଦ୍ରାପଡା ଇତ୍ୟାଦି ଜିଲ୍ଲାରେ ବିଶେଷ ନଜର ରକ୍ଷାଯାଇଛି ।