close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରାୟ ପରେ ରାମଲଲାଙ୍କ ମୁଖ୍ୟ ମହନ୍ତଙ୍କ ସୁରକ୍ଷା ବୃଦ୍ଧି

ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ହେବା ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶେଷକରି ଉତ୍ତର ପ୍ରଦେଶରେ ପୋଲିସଙ୍କୁ ସତର୍କ ରହିବାକୁ କୁହାଯାଇଛି । ରାୟ ଆସିବାର ଗୋଟିଏ ଦିନ ପରେ ରାମଲଲାଙ୍କ ମୁଖ୍ୟ ପୂଜାରୀ ସତେନ୍ଦ୍ର ଦାସଙ୍କ ଘରେ ସୁରକ୍ଷା ବୃଦ୍ଧି କରାଯାଇଛି । 

ରାୟ ପରେ ରାମଲଲାଙ୍କ ମୁଖ୍ୟ ମହନ୍ତଙ୍କ ସୁରକ୍ଷା ବୃଦ୍ଧି

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ହେବା ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶେଷକରି ଉତ୍ତର ପ୍ରଦେଶରେ ପୋଲିସଙ୍କୁ ସତର୍କ ରହିବାକୁ କୁହାଯାଇଛି । ରାୟ ଆସିବାର ଗୋଟିଏ ଦିନ ପରେ ରାମଲଲାଙ୍କ ମୁଖ୍ୟ ପୂଜାରୀ ସତେନ୍ଦ୍ର ଦାସଙ୍କ ଘରେ ସୁରକ୍ଷା ବୃଦ୍ଧି କରାଯାଇଛି । 

ମହନ୍ତ ସତେନ୍ଦ୍ର ଦାସଙ୍କ ଘର ବାହାରେ ବହୁ ସଂଖ୍ୟାରେ ପୋଲିସ କର୍ମୀ ମୁତୟନ କରାଯାଇଛି । କେବଳ ତାଙ୍କ ନୁହଁ ଅଯୋଧ୍ୟାର ଅନ୍ୟ ପ୍ରମୁଖ ସନ୍ଥଙ୍କ ସୁରକ୍ଷାରେ ବୃଦ୍ଧି କରାଯାଇଛି । ସେମାନଙ୍କ ଘର ଆଗରେ ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି । 

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଶନିବାର ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ରାୟ ପ୍ରଦାନ କରିଥିଲେ । ୨.୭୭ ଏକର ବିବାଦୀୟ ଜମିକୁ ରାମଲଲା ବିରାଜମାନକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମୁସଲିମ ପକ୍ଷକାର ସୁନ୍ନି ୱକଫ ବୋର୍ଡକୁ ଅଯୋଧ୍ୟାରେ ବିକଳ୍ପ ୫ ଏକର ଜମି ଦେବା ପାଇଁ ଆଦେଶ ପ୍ରଦାନ କରିଥିଲେ । ଏହି ବିକଳ୍ପ ଜମି କେନ୍ଦ୍ର ସରକାର ଓ ଯୋଗୀ ସରକାର ଅଯୋଧ୍ୟାରେ ଦେବେ । ରାମଜନ୍ମଭୂମି ନ୍ୟାସକୁ ମଧ୍ୟ ଜମିର ମାଲିକାନ ଅଧିକାର ମିଳି ନାହିଁ । ନିଜ ରାୟରେ କୋର୍ଟ କହିଛନ୍ତି ଯେ ବିବାଦୀୟ ଜମିର ବାହ୍ୟ ଓ ଆଭ୍ୟନ୍ତରୀଣ ଅଂଶ ଉପରେ ରାମଲଲାଙ୍କ ଅଧିକାର ରହିଛି । ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରାଯାଉ ।

ଏହାସହ ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଛନ୍ତି ଅଦାଲତ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ଜଷ୍ଟିସ ଗୋଗୋଇ ।