ଦିଲ୍ଲୀ ବିମାନ ବନ୍ଦରରେ ସନ୍ଦେହଜନକ ବ୍ୟାଗ, ସୁରକ୍ଷା କଡାକଡି

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସନ୍ଦେହଜନକ ବ୍ୟାଗ । ବିମାନ ବନ୍ଦରର ଟର୍ମିନାଲ-୩ରୁ ଏହାକୁ ଉଦ୍ଧାର କରାଯାଇଛି । କିଏ ଏବଂ କେଉଁଥିପାଇଁ ଏହି ବ୍ୟାଗ ରଖିଥିଲା, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

ଦିଲ୍ଲୀ ବିମାନ ବନ୍ଦରରେ ସନ୍ଦେହଜନକ ବ୍ୟାଗ, ସୁରକ୍ଷା କଡାକଡି
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସନ୍ଦେହଜନକ ବ୍ୟାଗ । ବିମାନ ବନ୍ଦରର ଟର୍ମିନାଲ-୩ରୁ ଏହାକୁ ଉଦ୍ଧାର କରାଯାଇଛି । କିଏ ଏବଂ କେଉଁଥିପାଇଁ ଏହି ବ୍ୟାଗ ରଖିଥିଲା, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

ବିମାନ ବନ୍ଦରର ଟର୍ମିନାଲ-୩ରେ ବ୍ୟାଗଟିକୁ ଦେଖିବାକୁ ପାଇଥିଲେ ସୁରକ୍ଷା କର୍ମୀ । ସନ୍ଦେହଜନକ ଭାବରେ ଏହାକୁ ଉଦ୍ଧାର କରାଯାଇଥିଲା । କେଉଁ ଉଦ୍ଦେଶ୍ୟରେ ବ୍ୟାଗକୁ ରଖାଯାଇଥିଲା, ତାହା ସ୍ପଷ୍ଟ ହୋଇନି । ତେବେ ବ୍ୟାଗଟି ଉଦ୍ଧାର ପରେ ଏବେ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସନ୍ଧାନୀ କୁକୁର ଦ୍ୱାରା ବିମାନ ବନ୍ଦରକୁ ଟିକିନିକି ଯାଞ୍ଚ କରାଯାଉଛି ।