ରାହୁଲଙ୍କ 'ରେପ୍ ଇନ୍ ଇଣ୍ଡିଆ' ବୟାନକୁ ନେଇ ବାକ୍ ଯୁଦ୍ଧ
Advertisement

ରାହୁଲଙ୍କ 'ରେପ୍ ଇନ୍ ଇଣ୍ଡିଆ' ବୟାନକୁ ନେଇ ବାକ୍ ଯୁଦ୍ଧ

ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ବୟାନ ପ୍ରସଙ୍ଗ ନେଇ ସଂସଦରେ ଜୋରଦାର ହଙ୍ଗାମା ହେବା ପରେ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା ।  କିନ୍ତୁ ରାହୁଲ ନିଜ ଯୁକ୍ତିରେ ଅଟଳ ରଖିବା ସହ ସେ ବୟାନ ପାଇ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ । ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । CAB ଆଇନକୁ ନେଇ ଉତ୍ତର-ପୂର୍ବରେ ଆନ୍ଦୋଳନ ଜାରି ରହିଥିବାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତାଙ୍କ ବୟାନକୁ ପ୍ରସଙ୍ଗ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ପ୍ରକାଶ କୁମାର ପରିଡା, ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ବୟାନ ପ୍ରସଙ୍ଗ ନେଇ ସଂସଦରେ ଜୋରଦାର ହଙ୍ଗାମା ହେବା ପରେ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା ।  କିନ୍ତୁ ରାହୁଲ ନିଜ ଯୁକ୍ତିରେ ଅଟଳ ରଖିବା ସହ ସେ ବୟାନ ପାଇ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ । ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । CAB ଆଇନକୁ ନେଇ ଉତ୍ତର-ପୂର୍ବରେ ଆନ୍ଦୋଳନ ଜାରି ରହିଥିବାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତାଙ୍କ ବୟାନକୁ ପ୍ରସଙ୍ଗ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ରାହୁଲଙ୍କ ବୟାନ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କ୍ଷମା ନ ମାଗି ରାହୁଲ ଦେଶର ମହିଳାଙ୍କୁ ଅପମାନିତ କରିଛନ୍ତି ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ବୟାନକୁ ନେଇ ସଂସଦରେ ହୋଇଛି ଜୋରଦାର ହଙ୍ଗାମା । ବିଜେପି ପକ୍ଷରୁ ବୟାନକୁ ତୀବ୍ର ବିରୋଧ କରାଯିବା ସହ ସଂସଦରେ ରାହୁଲ କ୍ଷମା ମାଗିବାକୁ ଦାବି ହୋଇଛି । କିନ୍ତୁ ରାହୁଲ ନିଜ ଯୁକ୍ତରେ ଅଟଳ ରଖିବା ସହ ସେ ବୟାନ ପାଇ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି । 

ଏହାସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀକୁ ପୂର୍ବରୁ ରେପ କ୍ୟାପିଟାଲ କହିଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ  ।  CAB ଆଇନକୁ ନେଇ ଉତ୍ତର-ପୂର୍ବରେ ଆନ୍ଦୋଳନ ଜାରି ରହିଥିବାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତାଙ୍କ ବୟାନକୁ ପ୍ରସଙ୍ଗ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ରାହୁଲଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାହୁଲ ବାରମ୍ବାର ଏପରି ବୟାନ ଦେଇ ନିଜ ଅପାରଗ ପଣିଆର ପରିଚୟ ଦେଉଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ରାହୁଲଙ୍କ ବୟାନ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କ୍ଷମା ନ ମାଗି ରାହୁଲ ଦେଶର ମହିଳାଙ୍କୁ ଅପମାନିତ କରିଛନ୍ତି ବୋଲି ସେ କହିଛନ୍ତି । ଝାଡ଼ଖଣ୍ଡରେ ଆୟୋଜିତ ନିର୍ବାଚନୀ ରାଲିରେ ରାହୁଲଙ୍କ ବୟାନ ପ୍ରସଙ୍ଗରେ ମତ ରଖିଥିଲେ ସ୍ମୃତି । ରେପ୍ ଇନ୍ ଇଣ୍ଡିଆ ପ୍ରସଙ୍ଗରେ ସଂସଦର ହଙ୍ଗାମା ହେବା ପରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରଯାଇଛି । ବିବାଦୀୟ ବୟାନ ପାଇଁ ରାହୁଲ କ୍ଷମା ମାଗିବାକୁ ମନା କରିବା ପରେ ଏହାକୁ ନେଇ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ରାହୁଲ କିଛି ଭୁଲ କହିନାହାଁନ୍ତି ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଥିବାବେଳେ ରାହୁଲ ଶବ୍ଦର ମର୍ଯ୍ୟଦା ରକ୍ଷା କରିବାକୁ ବିଜେପି ପରାମର୍ଶ ଦେଇଛି । କ୍ଷମା ମାଗିବାକୁ ରାହୁଲ ମନା କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି ।  ବିଜେପି ମହିଳା ସାଂସଦଙ୍କ ପକ୍ଷରୁ ନିର୍ବାଚନ କମିଶନ ନିକଟରେ ଅଭିଯୋଗ ଦାଖଲ କରାଯାଇଛି ।

ଆହୁରି ପଢନ୍ତୁ; ସଂସଦରେ ଅ(ନ)ର୍ଥନୀତିକୁ କବର୍