ଯେତେବେଳେ ସମଗ୍ର ଦେଶ ନିଖୋଡ଼ ନିଦରେ ଶୋଇଥାଏ, ଠିକ୍ ସେହି ସମୟରେ ଆରମ୍ଭ ହୋଇଥାଏ ଏମାନଙ୍କ ବ୍ୟବସାୟ ।
Trending Photos
)
ନୂଆଦିଲ୍ଲୀ: କୋରୋନା ମୁକାବିଲା କରିବାକୁ ଯାଇ ଲକ ଡାଉନରେ ଦେଶ । ଘର ଭିତରେ ହିଁ ରହୁଛନ୍ତି ଦେଶବାସୀ । ଏସବୁ ଭିତରେ ଦିନରେ କାମ କଲେ ରାତିରେ ପରିବାର ପାଇଁ ସଉଦା କିଣୁଥିବା ଶ୍ରମିକ ବେଶ୍ ହନ୍ତସନ୍ତ । ହେଲେ ଆପଣ କେବେ ଭାବିଛନ୍ତି, ରାତିରେ ଅନିଦ୍ରା ରହି ବ୍ୟବସାୟ କଲେ, ସକାଳୁ ପିଲା ଛୁଆଙ୍କୁ ଦାନା ଯୋଗାଉଥିବା ଦେହ ବ୍ୟବସାୟୀଙ୍କ କଥା । ଏବେ ସେମାନଙ୍କୁ ନା ମିଳୁଛନ୍ତି ଗ୍ରାହକ ନା ମିଳୁଛି ଗୁଜୁରାଣ ମେଣ୍ଟାଇବା ପାଇଁ ଆର୍ଥିକ ସହାୟତା । ଏସିଆର ସବୁଠୁ ବୃହତ ରେଡ୍ ରାଇଟ ଅଞ୍ଚଳ ମହାରାଷ୍ଟ୍ର କମାଠୀପୁରାରୁ ହିଁ ଏଭଳି କିଛି ଚିତ୍ର ସାମ୍ନାକୁ ଆସୁଛି ।
ଯେତେବେଳେ ସମଗ୍ର ଦେଶ ନିଖୋଡ଼ ନିଦରେ ଶୋଇଥାଏ, ଠିକ୍ ସେହି ସମୟରେ ଆରମ୍ଭ ହୋଇଥାଏ ଏମାନଙ୍କ ବ୍ୟବସାୟ । ରୋଜଗାର ପାଇଁ ନିଜ ଦେହକୁ ବିକ୍ରି କରିବାର ରାସ୍ତା ଏମାନେ ଆପଣେଇଥାନ୍ତି । ହେଲେ ଏମାନଙ୍କର ବି ଥାଏ ପିଲା ଛୁଆର ପରିବାର । ରାତିରେ ଯୌନ ପିପାଷୁ ମଣିଷକୁ ଖୁସି କରି ଯେଉଁ ଅର୍ଥ ଏମାନେ ଉପାର୍ଜନ କରିଥାନ୍ତି, ସକାଳୁ ସେହି ଟଙ୍କାରେ ହିଁ ପରିବାର ଚଳେ ।
ଏବେ ସମଗ୍ର ଦେଶ ଲକ୍ ଡାଉନ୍ । ଦେହ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ବନ୍ଦ । ଗ୍ରାହକ ଘରେ, ଦେହ ବ୍ୟବସାୟୀ ରାସ୍ତାରେ । ବିକ୍ଷୋକ୍ଷ କରିବାକୁ ନୁହେଁ, ପେଟ ପାଇଁ । କେଉଁ ଏନଜିଓ ସଂସ୍ଥା ଆସିବେ, ଖାଦ୍ୟ ଦେବେ । ଏହି ଆଶା ନେଇ ରାସ୍ତାରେ ଛିଡ଼ା ହୋଇ ରହୁଛନ୍ତି ଦେହ ବ୍ୟବସାୟୀ । ମୁମ୍ବାଇର କମାଠୀପୁରା ଦେହ ବ୍ୟବସାୟୀଙ୍କ ଏ ଚିତ୍ର ଦେଖିଲେ ଆପଣ ମଧ୍ୟ କିଛି ସମୟ ଭାବିବାକୁ ବାଧ୍ୟ ହେବେ ।
ଜଣେ ଦେହଜୀବୀ କହିଛନ୍ତି, ''ଆମେ କୌଣସି ରାସନ ପାଉନାହିଁ । ଦିନକୁ ଦିନ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି । ଆମେ କେବଳ ଖାଇବାକୁ ପାଉଛୁ, ତାହା ବି ବିଭିନ୍ନ ଏନଜିଓ ସଂସ୍ଥା ଦ୍ୱାରା ।'' ଲକ୍ ଡାଉନ ବେଳେ ଏମାନଙ୍କ ଏକମାତ୍ର ଚିନ୍ତା, କେବେ ସବୁଠିକ୍ ହେବ । ଆଗଭଳି ଗ୍ରାହକ ଆସିବେ । ପରିବାର ପ୍ରତିପୋଷଣ ପାଇଁ ଅର୍ଥ ମିଳିବ ।