ଦୁର୍ଘଟଣାରେ ଜାଭେଦ ଅଖତାର, ସବାନା ଆଜମୀ ଗୁରୁତର
Advertisement

ଦୁର୍ଘଟଣାରେ ଜାଭେଦ ଅଖତାର, ସବାନା ଆଜମୀ ଗୁରୁତର

ପୁନେ-ମୁମ୍ବାଇ ଏକ୍ସପ୍ରେସ ଓ୍ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଖ୍ୟାତନାମା କଳାକାର ସବାନା ଆଜମୀ ଏବଂ ତାଙ୍କ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡ଼ିଛି l ତେବେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଏମଜିଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ପରେ ତାଙ୍କୁ ଏମଜିଏମ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇ ମଲ୍ଟି ସ୍ପେସାଲିଷ୍ଟ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l 

ସବାନା ଆଜମୀ ଗୁରୁତର

ମୁମ୍ବାଇ: ପୁନେ-ମୁମ୍ବାଇ ଏକ୍ସପ୍ରେସ ଓ୍ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଖ୍ୟାତନାମା କଳାକାର ସବାନା ଆଜମୀ ଏବଂ ତାଙ୍କ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡ଼ିଛି l ତେବେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଏମଜିଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ପରେ ତାଙ୍କୁ ଏମଜିଏମ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇ ମଲ୍ଟି ସ୍ପେସାଲିଷ୍ଟ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l 

ତେବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ମୁତାବକ ସବାନା ଆଜମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ଏହା ସହିତ ତାଙ୍କର ପିଠି ହାଡ଼ରେ ମଧ୍ୟ ଆଘାତ ଲାଗିଥିବା ଡାକ୍ତର ସୂଚନା ଦେଇଛନ୍ତି l ଏହା ସହିତ ତାଙ୍କର ଇଣ୍ଟରନାଲ ବ୍ଲିଡିଂ ହୋଇଛି l ତାଙ୍କ ହାଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ଏକାଧିକ ଫ୍ୟାକ୍ଚର ହୋଇଥିବା ଡାକ୍ତର କହିଛନ୍ତି l 

ସୂଚନା ଯୋଗ୍ୟ ସବାନା ଆଜମୀ ଏବଂ ତାଙ୍କ ସ୍ୱାମୀ ଜାଭେଦ ଆଖତାର ନିଜ ଗାଡ଼ିରେ ପୁନେ ଆଡ଼କୁ ଯାଉଥିଲେ l ତେବେ ଅପରାହ୍ଣ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ l ତାଙ୍କର ଗାଡ଼ି ଏକ ଟ୍ରକ ସହିତ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା l ତେବେ ଏହି ଦୁର୍ଘଟଣାରେ ସବାନାଙ୍କ ସ୍ୱାମୀ ସୁରକ୍ଷିତ ଥିବା ଜଣାପଡ଼ିଛି l