Advertisement
Article Detail0/zeeodisha/odisha671175
Zee OdishaOther Newsଲଜ୍ଜ୍ୟା: ନର୍ସଙ୍କ କପଡ଼ା ଚିରିଲେ ଜମାତୀ !

ଲଜ୍ଜ୍ୟା: ନର୍ସଙ୍କ କପଡ଼ା ଚିରିଲେ ଜମାତୀ !

କୋରୋନା ଯୋଦ୍ଧାଙ୍କ ପାଇଁ ଆତଙ୍କବାଦୀ ପାଲଟୁଛନ୍ତି ଜମାତି 

ଲଜ୍ଜ୍ୟା: ନର୍ସଙ୍କ କପଡ଼ା ଚିରିଲେ ଜମାତୀ !

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଲଜ୍ଜ୍ୟାକର ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ଜମାତିରେ ସାମିଲ ହୋଇ ଦେଶରେ କୋରୋନା ସଂକ୍ରମଣ କରୁଥିବା ଏହି ଜମାତିମାନଙ୍କ ନାଁରେ ଆସିଛି ଆଉ ଏକ ଭୟଙ୍କର ଅଭିଯୋଗ। କୋରୋନାକୁ ପରାସ୍ତ କରିବା ପାଇଁ ଆଗଧାଡ଼ିର ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଓ ନର୍ସ ତଥା ସ୍ୱାସ୍ଥ୍ୟକର୍ମୀ। ମାତ୍ର ସେମାନଙ୍କ ଉପରକୁ ବାରମ୍ବାର ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କ ଉପରକୁ କେତେବେଳେ ପଥର ଫିଙ୍ଗୁଛନ୍ତି ତ କେତେବେଳେ ସେମାନଙ୍କୁ ଅଇଁଠା ଖାଦ୍ୟ ଦେଉଛନ୍ତି ଏହି ଜମାତୀମାନେ। 

ତେବେ ବର୍ତ୍ତମାନ ଏମାନଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ଖୋଦ ଜଣେ ନର୍ସ। ଦିଲ୍ଲୀର ଏକ ଡାକ୍ତରଖାନାରେ ନର୍ସଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା କିଛି ଜମାତିଙ୍କ ନାମରେ ଅଭିଯୋଗ ହୋଇଛି। ପୀଡ଼ିତ ନର୍ସ କହିଛନ୍ତି କି, କିଛି ଜମାତି ମୋତେ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ନିକଟରୁ ବଞ୍ଚିବାକୁ ଉଦ୍ୟମ କରିଥିଲି। ମାତ୍ର ସେମାନେ ମୋତେ ପଛରୁ ଟାଣି ଧରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ କବଳରୁ ଖସିବାକୁ ଉଦ୍ୟମ କରିବା ବେଳେ  ତେବେ ଏନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ନିଜ ଟ୍ୱିଟ ଆକାଉଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି। 

 

Add Zee News as a Preferred Source

ସମ୍ବିତ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି କି, ଶୁଣନ୍ତୁ ଏହି ଜମାତିମାନେ ଆମର କୋରୋନା ଯୋଦ୍ଧାଙ୍କ ସହିତ କିଭଳି ବ୍ୟବହାର କରୁଛନ୍ତି। ୧୫ ରୁ ୨୦ ଜମାତୀ ନର୍ସଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ବେକକୁ ଧରି ସେମାନଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ଆହୁରି ମଧ୍ୟ ଶୁଣନ୍ତୁ ଯେ, ଏମାନେ କିଭଳି ସେମାନଙ୍କ ପିନ୍ଧିଥିବା କପଡ଼ାକୁ ମଧ୍ୟ ଚିରି ପକାଇଛନ୍ତି। ଏମାନେ କୌଣସି ଆତଙ୍କବାଦୀଙ୍କ ଠାରୁ ମଧ୍ୟ କମ ନୁହନ୍ତି। ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଅମାନବୀୟ ଘଟଣା। ଏହାକୁ ଇସ୍ଲାମୋଫୋବିଆ କୁହାଯିବ ବୋଲି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି। 

ସୂଚନା ଯୋଗ୍ୟ ଏହା ପୂର୍ବରୁ ମଧ୍ୟ ଜମାତୀମାନେ ନର୍ସଙ୍କ ପ୍ରତି ବିଭିନ୍ନ ପ୍ରକାର ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ଅଶାଳୀନ ବ୍ୟବହାର ମଧ୍ୟ କରିଥିବା ଘଟଣା ସାମ୍ନାକୁ ଆସିଛି। ସେପଟେ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାଡ଼ ମରାଯାଉଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସୁଛି। 

About the Author