ବଜାରରେ ଭୂକମ୍ପ
Advertisement

ବଜାରରେ ଭୂକମ୍ପ

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତୀୟ ବଜାରରେ ଚଡ଼କ। ବଜାରରେ ଭୁକମ୍ପ ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ। ଦ୍ୱିପ୍ରହର ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୪୦୮। ୯୮ ଅଙ୍କ ଅର୍ଥାତ ଏକ ପ୍ରତିଶତ ଖସି ୪୦,୬୪୬। ୭୧ ଏତିକି ସ୍ତରରେ କାରବାର କରୁଥିବା ଜଣାପଡ଼ିଛି।  

ବଜାରରେ ଭୂକମ୍ପ

ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତୀୟ ବଜାରରେ ଚଡ଼କ। ବଜାରରେ ଭୁକମ୍ପ ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ। ଦ୍ୱିପ୍ରହର ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୪୦୮। ୯୮ ଅଙ୍କ ଅର୍ଥାତ ଏକ ପ୍ରତିଶତ ଖସି ୪୦,୬୪୬। ୭୧ ଏତିକି ସ୍ତରରେ କାରବାର କରୁଥିବା ଜଣାପଡ଼ିଛି।  

ସେହିପରି ନ୍ୟାସନାଲ ଏକ୍ସଚେଞ୍ଜ ନିଫଟି ୧୨୩। ୩୫ ଅଙ୍କ ଅର୍ଥାତ ୧। ୦୨ ପ୍ରତିଶତ ଖସି ଆସି ୧୧,୯୨୨। ୪୫ରେ କାରବାର ଜାରି ରଖିଛି। ତେବେ ବଜାରରେ ଏଭଳି ଚଡ଼କ ପାଇଁ କୋରୋନା ଆତଙ୍କକୁ ଦାୟୀ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି କୋରୋନା ଭାଇରସ ପାଇଁ ବିଗତ ୨୪ ଘଣ୍ଟା ମଧ୍ୟରେ ୯୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୧୮୬୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେପଟେ ଏହି ଭାଇରସରେ ୭୦ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବା ଜଣାପଡ଼ିଛି।  

ତେବେ ଆଜି ସକାଳୁ ସେନସେକ୍ସ ୧୨୬। ୬୩ ଅର୍ଥାତ ୦। ୩୧ ପ୍ରତିଶତ ଖସି ୪୦,୯୨୯। ୦୬ ଅଙ୍କରୁ କାରବାର ଆରମ୍ଭ କରିଥିଲା। ସେହିପରି ନିଫ୍ଟି ୪୦। ୫୫ ଅଙ୍କ ଅର୍ଥାତ ୦। ୩୪ ପ୍ରତିଶତ ଖସି ୧୨,୦୦୫। ୨୫ ଅଙ୍କରୁ ବ୍ୟବସାୟ ଆରମ୍ଭ କରିଥିଲା।  

ତେବେ ବଜାରରେ ଏଭଳି ଚଡ଼କ ପଡ଼ିବା କାରଣରୁ ବଡ଼ ବଡ଼ ନିବେଶକମାନେ କ୍ଷତି ସହିଛନ୍ତି। ଏସବିଆଇ, ଜି ଲିମିଟେଡ଼, ଇନଫୋସିସ, ୟେସ ବ୍ୟାଙ୍କ, କୋଲ ଇଣ୍ଡିଆ, ହିନ୍ଦୁସ୍ତାନ ୟୁନିଲିଭର ଏଚସିଏଲ ଟେକ, ଇନଫ୍ରାଟେଲ, ଜେଏସଡବ୍ଲ୍ୟୁ ଷ୍ଟିଲ ଏବଂ ଗ୍ରାସିମର ସେୟାର ସବୁଜ ସଂକେତରୁ ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ମୋଟର୍ସ, ଟାଟାଷ୍ଟିଲ, ସନ ଫାର୍ମା, ୟୁପିଏଲ, ଏକ୍ସିସ ବ୍ୟାଙ୍କ, ଏନଟିପିସି, ଅଡ଼ାଣି ପୋର୍ଟର୍ସ ଏବଂ ଆଇଟିସିର ସେୟାରରେ କ୍ଷତି ଘଟିଥିବା ଦେଖିବାକୁ ମିଳିଛି।  

ସେହିପରି ଟେଲିକମ କମ୍ପାନୀ ଗୁଡ଼ିକ କିନ୍ତୁ ବ୍ୟବସାୟ ଆରମ୍ଭରୁ ବେଶ କ୍ଷତିରୁ ବ୍ୟବସାୟ ଆରମ୍ଭ କରିଥିଲେ। ଭୋଡ଼ାଫୋନ, ଆଇଡ଼ିଆ ସେମାନଙ୍କ ସେୟାରର ୦। ୩୫ ଅଙ୍କ ଅର୍ଥାତ ୧୦। ୨୯ ପ୍ରତିଶତ ଖସି ୩। ୦୫ ସ୍ତରରେ ରହି ବ୍ୟବସାୟ ଜାରି ରଖିଛନ୍ତି। ପୂର୍ବ କାରବାର ଅନୁଯାୟୀ ୩। ୦୪ ସ୍ତରରେ ରହି ବ୍ୟବସାୟ ବନ୍ଦ କରିଥିଲେ ଏହି ଟେଲିକମ କମ୍ପାନୀ ଗୁଡ଼ିକ। ତେବେ ଏୟାର ଟେଲ ୧। ୨୫ ଅଙ୍କ ଖସି ୫୬୩। ୬୦ରେ ବ୍ୟବସାୟ କାରବାର କରୁଥିବା ଦେଖିବାକୁ ମିଳିଛି।