ସୋମବାର ଯୁବକ ଜଣକ southern Great Barrier Reefରେ ନିଜର ୪ ବନ୍ଧୁଙ୍କଗ ସହ ସନ୍ତରଣ କରୁଥିଲେ ।
Trending Photos
)
ନୂଆଦିଲ୍ଲୀ: ପୂର୍ବ ଅଷ୍ଟ୍ରେଲିଆରେ ଅଘଟଣ । ଶାର୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ସମୁଦ୍ରରେ ସନ୍ତରଣ କରୁଥିବା ବେଳେ ଶାର୍କ ଆକ୍ରମଣର ଶିକାର ହୋଇଥିଲେ ଜଣେ ୨୩ ବର୍ଷୀୟ ଯୁବକ । ତେବେ ଗତ ୪ ମାସ ମଧ୍ୟରେ ପୂର୍ବ ଅଷ୍ଟ୍ରେଲିଆରେ ଏହା ତୃତୀୟ ଶାର୍କ ଆକ୍ରମଣ ।
ଯାହା ଜଣାପଡ଼ିଛି, ସୋମବାର ଯୁବକ ଜଣକ southern Great Barrier Reefରେ ନିଜର ୪ ବନ୍ଧୁଙ୍କଗ ସହ ସନ୍ତରଣ କରୁଥିଲେ । ତେବେ ଏହି ସମୟରେ ସମୁଦ୍ର ମଧ୍ୟରେ ଶାର୍କ ହାବୁଡ଼ରେ ପଡ଼ିଯାଇଥିଲେ । ଯୁବକଙ୍କ ହାତ, ପାଦ ଏବା ବାହୁରେ ଗମ୍ଭୀର ଆହତ ଲାଗିଥିଲା । ତାଙ୍କୁ ନିକଟସ୍ଥ ଗ୍ଲେଡଷ୍ଟୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଗତ ୪ ମାସ ମଧ୍ୟରେ ଏହା ଥିଲା ତୃତୀୟ ଶାର୍କ ଆକ୍ରମଣ । ପୂର୍ବରୁ ଗତ ଜାନୁଆରୀ ୮ ତାରିଖରେ ଜଣେ ୯ ବର୍ଷର ଝିଅ ଶାର୍କ ଆକ୍ରମଣର ଶିକାର ହୋଇଥିଲେ । ସେହିପରି ଡିସେମ୍ବର ମାସ ଶେଷ ବେଳକୁ ଜଣେ ୩୦ ବର୍ଷୀୟ ଯୁବକ ମଧ୍ୟ ଶାର୍କ ଆକ୍ରମଣର ଶିକାର ହୋଇଥିଲେ ।