ରାଜନୀତି ଛାଡ଼ି ଷ୍ଟାଣ୍ଡ-ଅପ କମେଡି କରୁଥିବାର ନଜରକୁ ଆସିବେ ଥରୁର!

ଅମେଜନ ଅରଜିନଲ ସିରିଜ 'ବନ ମାଇକ ଷ୍ଟାଣ୍ଡ'ରେ ୫ ପୃଥକ ପୃଥକ ପେଶାର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିବ । ଯେଉମାନେ କେବେ ମଧ୍ୟ ଷ୍ଟାଣ୍ଡ କମେଡି କରି ନାହାନ୍ତି । କିନ୍ତୁ ଏବେ ସେମାନେ ସମସ୍ତଙ୍କୁ ହସାଉଥିବାର ନଜରକୁ ଆସିବେ । 

ରାଜନୀତି ଛାଡ଼ି ଷ୍ଟାଣ୍ଡ-ଅପ କମେଡି କରୁଥିବାର ନଜରକୁ ଆସିବେ ଥରୁର!

ନୂଆଦିଲ୍ଲୀ: ରାଜନୀତି ଛାଡ଼ି କମେଡି କରୁଥିବାର ନଜରକୁ ଆସିବେ କଂଗ୍ରେସ ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର । ତାଙ୍କ ବ୍ୟତୀତ ଅଭିନେତା, ମ୍ୟୁଜିସିଏନ ଓ ୟୁଟୁବର ନିଜ ନିଜର ପେଶା ଛାଡି କମେଡି କରୁଥିବାର ନଜରକୁ ଆସିବେ । ହୋଇପାରେ ଏହା ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା କିନ୍ତୁ ଏହା ବାସ୍ତବରେ ହେବାକୁ ଯାଉଛି । ଅମେଜନ ପ୍ରାଇମରେ ଏବେ ଏକ ଏପରି ସିରିଜ ଆସିବ, ଯେଉଁଥିରେ ବିଭିନ୍ନ ପେଶାର ଲୋକ ଷ୍ଟାଣ୍ଡ-ଅପ କମେଡି କରୁଥିବାର ଦେଖିବାକୁ ମିଳିବ ।

ଅମେଜନ ଅରଜିନଲ ସିରିଜ 'ବନ ମାଇକ ଷ୍ଟାଣ୍ଡ'ରେ ୫ ପୃଥକ ପୃଥକ ପେଶାର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିବ । ଯେଉଁମାନେ କେବେ ମଧ୍ୟ ଷ୍ଟାଣ୍ଡ କମେଡି କରି ନାହାନ୍ତି । କିନ୍ତୁ ଏବେ ସେମାନେ ସମସ୍ତଙ୍କୁ ହସାଉଥିବାର ନଜରକୁ ଆସିବେ । ଏଥିରି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ସାମିଲ ଅଛନ୍ତି । ତାଙ୍କ ବ୍ୟତୀତ ବଲିଉଡ ଦୁନିଆର ଅଭିନେତ୍ରୀ ରୁଚା ଚଡ୍ଡା ଓ ତାପସୀ ପାନୁ ମଧ୍ୟ ସାମିଲ ଅଛନ୍ତି । ଏହା ଛଡା ମ୍ୟୁଜିକସିଏନ ବିଶାଳ ଦଦଲାନୀ ମଧ୍ୟ ଏହି ଶୋ'ରେ ଦେଖିବାକୁ ମିଳିବ । ସେହିପରି BB Ki Vinesର ୟୁଟୁବର ଭୁବନ ବାମ ମଧ୍ୟ ଏହି ଶୋରେ କମେଡି କରୁଥିବାର ଦେଖିବାକୁ ପାଇବେ ।

ଏଠାରେ ଦେଖନ୍ତୁ ଟ୍ରେଲର:-https://youtu.be/s-zDp0zBN_Y

ଅମେଜନ ମାଧ୍ୟମରେ ଜାରି ଏହି ଶୋ'ର ଟ୍ରେଲରରେ ଏହି ଷ୍ଟାର୍ସମାନେ ବହୁତ ମସ୍ତି କରୁଥିବାର ଦେଖା ଯାଉଛି । ଏହାସହ ଷ୍ଟାଣ୍ଡ-ଅପ କମେଡି ମାଧ୍ୟମରେ ନିଜ ଜୋକ୍ସରୁ ଲୋକଙ୍କୁ ହସାଇବା ପାଇଁ ପ୍ରୟାସ କରୁଥିବାର ନଜରକୁ ଆସୁଛି । ଏହି ଶୋ'ରେ ଖାସ କଥା ହେଉଛି ଯେ ସମସ୍ତ ଲୋକ ନନ-କମେଡିକ୍ସ ବେକଗ୍ରାଉଣ୍ଡରୁ ଆସିଛନ୍ତି । ଏହି ପରିସ୍ଥିତିରେ ଏମାନଙ୍କ ମାଧ୍ୟମରେ ଷ୍ଟାଣ୍ଡ ଅପ କମେଡି କରିବା ବହୁତ ମଜାଦାର ହେବ । ଏହି ଶୋ'କୁ ଲୋକେ ଅପେକ୍ଷା କରି ବସିଛନ୍ତି । ଅମେଜେନ ପ୍ରାଇମରେ ଏହି ଶୋ ନଭେମ୍ୱର ୧୫ରେ ଦେଖାଯିବ ।