ନୂଆଦିଲ୍ଲୀ: ୧୫ ବର୍ଷୀୟ ଶେଫାଳୀ ବର୍ମା ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧ ଶତକ ହାସଲ କରିବା ସହ ସେ ଭାରତର ସବୁଠାରୁ ଯୁବ ଖେଳାଳି ବନିଯାଇଛନ୍ତି । ଏହାସହ ସେ ସଚିନ ତେନ୍ଦୁଲକରଙ୍କ ୩୦ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ନିଜ ପଞ୍ଚମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏପରି କରିବାରେ ସଫଳ ହୋଇଛନ୍ତି ଶେଫାଳୀ । ସେ ୱେଷ୍ଟଇଣ୍ଡିଜର ସେଣ୍ଟ ଲୁସିଆର ଡ୍ୟାରେନ ସ୍ୟାମି ନେଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି ।
ଶେଫାଳୀ ନିଜର ପଞ୍ଚମ ଟି-୨୦ ମ୍ୟାଚରେ ଏହି ଅର୍ଦ୍ଧ ଶତକ ଇଂନିସରେ ୬ଟି ଚୌକା ଓ ୪ ଛକା ଲଗାଇଥିଲେ । ସେ ଏହି ଉପଲବ୍ଧି ୧୫ ବର୍ଷ ୨୮୫ ଦିନ ବୟସରେ ହାସଲ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ ବିରୋଧରେ ପ୍ରଥନ ଟି-୨୦ ମ୍ୟାଚରେ ୪୯ ବୋଲରେ ୭୩ ରନର ଇଂନିସ ଖେଳିଥିଲେ । ଯାହା ଫଳରେ ଭାରତୀୟ ଦଳ ଶନିବାର ୮୪ ରନରେ ବିଜୟ ହାସଲ କରିଥିଲା ।
ଏପରି ଭାବେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛକୁ ପକାଇ ଦେଇଥିଲେ । ସଚିନ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧ ଶତକ ୧୬ ବର୍ଷ ୨୧୪ ଦିନ ବୟସରେ ହାସଲ କରିଥିଲେ । ହରିୟାଣାର ଏହି ଯୁବା ଖେଳାଳି ଗତ ବର୍ଷ ସୁରତରେ ଦକ୍ଷିଣ ଆଫ୍ରିକା ବିରୋଧରେ ନିଜ କ୍ୟାରିୟରର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୪୬ ରନର ଇଂନିସ ଖେଳିଥିଲେ ।