Trending Photos
ନୂଆଦିଲ୍ଲୀ: ବାଂଲାଦେଶ ବିରୋଧରେ ଆଗାମୀ ଟି-୨୦ ସିରିଜ ପାଇଁ ଓପନର ଶିଖର ଧୱନ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ଏହି ସିରିଜ ପୂର୍ବରୁ ସେ ଦିଲ୍ଲୀରେ ନିଜ ପରିବାର ସହ ସମୟ ବିତାଉଥିବାର ନଜରକୁ ଆସୁଛି । ଟିମ ଇଣ୍ଡିଆର ଏହି ଖେଳାଳିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜ ଘର ଛାତରେ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳୁଛି ।
୩୩ ବର୍ଷୀୟ ଧୱନ ଭାଇଦୂଜ ଅବସରରେ ନିଜ ପରିବାର ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଘରର ଛାତ ଉପରେ କ୍ରିକେଟ ଖେଳୁଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ପରିବାର ସହ ଭଲ ସମୟ ବିତାଇଛି । ଏପରି ଦିନ ମୋତେ ସର୍ବଦା ଆନନ୍ଦ ପ୍ରଦାନ କରିଥାଏ । ସମସ୍ତଙ୍କୁ ଶୁଭ ଭାଇଦୂଜ ବୋଲି ସେ କହିଛନ୍ତି ।
ସେହିପରି ସେ ଫଟୋ ସହିତ ଲେଖିଛନ୍ତି ଯେ ଦ୍ୱିତୀୟ ଫଟୋରେ ଯେଉଁ ମହିଳା ଅଛନ୍ତି । ସେ ମୋର ହୃଦୟର ଅତି ନିକଟରେ ରହିଛି । ପିଲା ଦିନରୁ ସେ ଆମ ପରିବାର ଏକ ସଦସ୍ୟ ରହି ଆସିଛନ୍ତି । ଆଜି ମଧ୍ୟ ସେ ହସି ହସି ମୋତେ ସ୍ୱାଗତ କରିଥାଏ । ଏପରି ମୁହୁର୍ତ୍ତ ବହୁତ ମୂଲ୍ୟବାନ ହୋଇଥାଏ ।
ଧୱନଙ୍କୁ ୨୦୧୯ ବିଶ୍ୱକପ ବେଳେ ହାତରେ ଆଘାତ ଲାଗିଥିଲା । ତାପରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲା । ଏକ ମାସ ପରେ ୱେଷ୍ଟଇଣ୍ଡିଜ ବିରୋଧରେ ସିମିତ ଓଭରର ଖେଳରେ ଫେରିଥିଲେ କିନ୍ତୁ ପ୍ରଦର୍ଶନ ଭଲ କରିପାରି ନଥିଲେ । ସେ ୨ଟି ଏକ ଦିବସୀୟ ମ୍ୟାଚରେ ପ୍ରଥମଟିରେ ୨ ଓ ଦ୍ୱିତୀୟଟିରେ ୩୬ ରନ ହିଁ କରିବାରେ ସକ୍ଷମ ହୋଇଥିଲେ ।