ସରକାର ଗଢିବା ନେଇ ବିଧାୟକ ଦଳ ସହ ଉଦ୍ଧବଙ୍କ ମାନସ ମନ୍ଥନ
Advertisement

ସରକାର ଗଢିବା ନେଇ ବିଧାୟକ ଦଳ ସହ ଉଦ୍ଧବଙ୍କ ମାନସ ମନ୍ଥନ

ବିକଳ୍ପ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କଲା ଶିବସେନା . ଗୋଟିଏ ପଟେ  ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିଥିବା ବେଳେ, ଏପଟେ ବିରୋଧୀ ମଧ୍ୟ ସରକାର  ଗଠନ ପାଇଁ ପ୍ରୟାସ ଜାରି ରଖିଛନ୍ତି . ଆଉ ଏହାରି ଭିତରେ ଦଳୀୟ ବିଧାୟକଙ୍କୁ ଭେଟିଛନ୍ତି  ଶିବସେନା ମୁଖ୍ୟ ଉଦ୍ଧବ ଠାକରେ . 

ସରକାର ଗଢିବା ନେଇ ବିଧାୟକ ଦଳ ସହ ଉଦ୍ଧବଙ୍କ ମାନସ ମନ୍ଥନ

ନୂଆଦିଲ୍ଲୀ: ବିକଳ୍ପ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କଲା ଶିବସେନା । ଗୋଟିଏ ପଟେ  ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିଥିବା ବେଳେ, ଏପଟେ ବିରୋଧୀ ମଧ୍ୟ ସରକାର  ଗଠନ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆଉ ଏହାରି ଭିତରେ ଦଳୀୟ ବିଧାୟକଙ୍କୁ ଭେଟିଛନ୍ତି  ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । 

ଘୋଡା ବେପାର ଭୟରେ ଉଭୟ ଶିବସେନା ଓ କଂଗ୍ରେସ ନିଜ ନିଜ ବିଧାୟକଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ  ରଖିଛନ୍ତି । ତେବେ ମୁମ୍ବାଇର ଦ ରିଟ୍ରିଟ୍ ହୋଟେଲରେ ଅଛନ୍ତି ଶିବସେନାର ନବ ନିର୍ବାଚିତ  ବିଧାୟକ । ଆଜି ସେଠାରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ଉଦ୍ଧବ । ଦଳର  ପରବର୍ତ୍ତୀ କ'ଣ ରହିବ, ଏହା ଉପରେ ବିଧାୟକଙ୍କ କ'ଣ ରହିଛି ମତାମତ, ସେନେଇ ଉଦ୍ଧବ  ଆଲୋଚନା କରିଥିବା ଜଣାପଡିଛି ।  

ଏପଟେ ରାଜ୍ୟପାଳଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଆଜି ବିଜେପିର କୋର କମିଟି ବୈଠକ  ବସିଛି । ଦଳ ସରକାର ଗଢିବ ନା ନାହିଁ, ସେନେଇ ବିଚାର ବିମର୍ଶ ଚାଲିଛି । ବର୍ତ୍ତମାନର ସ୍ଥିତି  କହୁଛି, ବିଜେପି ଏକାକୀ ସରକାର ଗଠନ କରିବା ପାଇଁ ଅକ୍ଷମ । ଶିବସେନା ଜିଦରୁ ଓହରିବ ନାହିଁ  କି ଏନସିପି ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେବନି, ଏକଥା ରାଜ୍ୟ ନେତୃତ୍ୱ ଭଲ ଭାବରେ  ବୁଝିଛନ୍ତି । 

ଏହି ଘଟଣା କ୍ରମ ମଧ୍ୟରେ ଶିବସେନା ଓ ଏନସିପି ମଧ୍ୟରେ କୋଳାକୋଳି ହେବାର ସମ୍ଭାବନା  ଦେଖାଦେଇଛି । ଏପରିକି ବିଚାରଗତ ଦୃଷ୍ଟିରୁ ସମ୍ପୁର୍ଣ୍ଣ ଭାବରେ ଭିନ୍ନ ଥିବା କଂଗ୍ରେସ ମଧ୍ୟ ଆଜି  ଶିବସେନାକୁ ବାସୁଛି । ଏନେଇ ଦଳର ମୁଖପତ୍ର 'ସାମନା'ରେ ମଧ୍ୟ କଂଗ୍ରେସର ଭୁରିଭୁରି ପ୍ରଶଂସା  କରାଯାଇଛି । ଏପରିକି ମହାରାଷ୍ଟ୍ର ପାଇଁ କଂଗ୍ରେସ କେବେବି ଶତ୍ରୁ ନୁହେଁ ବୋଲି କହିବାକୁ  ପଛାଇନାହିଁ ଶିବସେନା । 

ଅନ୍ୟପଟେ ବିଜେପି-ଶିବସେନା ପୁଣିଥରେ ମିଶିବା ନେଇ ଯାହା ଆଶା କରାଯାଉଥିଲା, ସେଥିରେ  ପୁନଚ୍ଛେଦ ପଡିଛି । କେବଳ ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନାଭିସ ମୁହାଁମୁହିଁ ନୁହେଁ,  ଆହୁରି ମଧ୍ୟ ପରସ୍ପର ବିରୋଧରେ ବିଶୋଦଗାର କରିଛନ୍ତି ।