ସିଏମ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଲା ଶିବସେନା
Advertisement

ସିଏମ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଲା ଶିବସେନା

ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ସେପଟେ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଏହି ସମସ୍ତ ଘଟଣା ମଧ୍ୟରେ ଶିବସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ ।

Aditya Thackeray In Pic

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ସେପଟେ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଏହି ସମସ୍ତ ଘଟଣା ମଧ୍ୟରେ ଶିବସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ ।

ମୁମ୍ବାଇର ଶିବସେନା ମୁଖ୍ୟାଳୟରେ ଦଳର ନବ ନିର୍ବାଚିତ ବିଧାୟକଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ୫୦-୫୦ ଫର୍ମୁଲା ଉପରେ ଚର୍ଚ୍ଚା କରାଯାଇଛି । ଏଥର ବିଜେପି ଠାରୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଛି । 

ଶିବସେନା ଟିକଟରେ ସିଲ୍ଲୋଡରୁ ନିର୍ବାଚନ ଜିତିଥିବା ମୁସଲିମ ବିଧାୟକ ଅବଦୁଲ ସତ୍ତାର କହିଛନ୍ତି ଯେ, ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛି । ସେ ଦାବି କରିଛନ୍ତି ଯେ ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ହେବା ସମୟରେ ରାଜ୍ୟରେ ୨.୫ ବର୍ଷ ଶିବସେନା ଓ ୨.୫ ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ସତ୍ତାରଙ୍କ ବ୍ୟତୀତ ଶିବସେନା ବିଧାୟକ ପ୍ରତାପ ସରନାଇକ ମଧ୍ୟ ସମାନ ଦାବି କରିଛନ୍ତି । 

ସେ କହିଛନ୍ତି ଯେ,  ସମସ୍ତ ଶିବ ସୈନିକ ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହାନ୍ତି । ନିର୍ବାଚନ ପୂର୍ବରୁ ୫୦-୫୦ ଫର୍ମୁଲା ଉପରେ ଆଲୋଚନା କରାଯାଇଥିଲା । ଏଥର ଏହା ଉପରେ ଉଦ୍ଧବ ଠାକରେ ଶେଷ ନିଷ୍ପତ୍ତି ନେବେ । ଆମେ ବୈଠକରେ ଦାବି କରିବୁ ଯେ ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉ । ଆମେ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛି ।ଅନ୍ୟପକ୍ଷେ ଆଦିତ୍ୟ ଠାକରେଙ୍କ ସମର୍ଥନରେ ପୋଷ୍ଟର ମଧ୍ୟ ଲଗାଯାଇଛି ।

 

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ କଂଗ୍ରେସ, ଏନସିପି ଓ ଏହାର ଅନ୍ୟ ସହଯୋଗୀଙ୍କୁ ୧୧୭ଟି ଆସନ ମିଳିଛି । ଅନ୍ୟପକ୍ଷେ ବିଜେପି ଓ ଶିବସେନା ମେଣ୍ଟକୁ ୧୬୧ଟି ଆସନ ମିଳିଛି ।