close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ରାଷ୍ଟ୍ରପତି ଶାସନ' ବୟାନର ଜବାବ 'ସାମ୍ନା'ରେ ଦେଲା ଶିବସେନା

ବିଜେପି ନେତାଙ୍କ ରାଷ୍ଟ୍ରପତି ଶାସନ ଧମକର କଡା ଜବାବ ରଖିଲା ଶିବସେନା...ଦଳର ମୁଖପତ୍ର ସାମ୍ନାରେ କହିଲା ଏପରି କିଛି...

'ରାଷ୍ଟ୍ରପତି ଶାସନ' ବୟାନର ଜବାବ 'ସାମ୍ନା'ରେ ଦେଲା ଶିବସେନା
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ଫଳାଫଳ ବାହାରିବା ଦିନଠୁ ବର୍ତ୍ତମାନ ଯାଏଁ, ସପ୍ତାହେ ହେଲା ବିଜେପି-ଶିବସେନା ମଧ୍ୟରେ ନେତୃତ୍ୱକୁ ନେଇ ଛକାପଞ୍ଝା ଲାଗିରହିଛି । ଗତକାଲି ଜଣେ ବିଜେପି ନେତାଙ୍କ ରାଷ୍ଟ୍ରପତି ଶାସନର ଧମକ ପରେ ଏହାର କଡା ଜବାବ ଦେଇଛି ଶିବସେନା । ରାଷ୍ଟ୍ରପତି ବିଜେପିର ପକେଟରେ ଅଛନ୍ତି କି ବୋଲି ଦଳର ମୁଖପତ୍ର ସାମ୍ନାରେ ପ୍ରଶ୍ନ କରାଯାଇଛି । 

ଶିବସେନାର ମୁଖପତ୍ର ସାମ୍ନାରେ କୁହାଯାଇଛି, ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ଏକ ମଜାଦାର 'ଶୋଭାଯାତ୍ରା' ପାଲଟି ଯାଇଛି । ଏଥିପାଇଁ ଉତ୍ତରଦାୟୀ କିଏ ? ବିଦା ହେବା ପୂର୍ବରୁ ସରକାର ମହାରାଷ୍ଟ୍ରକୁ କଠିନ ଆଡକୁ ନେଇଯାଉଛନ୍ତି । ସେହିପରି ମନଙ୍ଗତିୱାର ରାଷ୍ଟ୍ରପତି ଶାସନ ବୟାନ ନେଇ ରାଷ୍ଟ୍ରପତି କଣ ବିଜେପିର ହାତମୁଠାରେ ଅଛନ୍ତି କି ବୋଲି ସାମ୍ନାରେ ପ୍ରଶ୍ନ କରାଯାଇଛି । ସରକାର ଗଠନ ହୋଇନପାରିଲେ ବିଜେପି ଷ୍ଟାମ୍ପ ଲଗାଇ ଅଘୋଷିତ ସମୟ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ହୋଇପାରେ ବୋଲି ସନ୍ଦେହ କରିଛି ଶିବସେନା । 

ସେହିପରି ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ଫଡନାଭିସଙ୍କ ଘୋଷଣାକୁ କଟାକ୍ଷ କରିଛି 'ସାମ୍ନା' । ଯିଏ ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରୁଛି, ଯଦି ସିଏ ସରକାର ଗଠନ ପାଇଁ ଦାବି ନ କରିପାରିବ ତେବେ ଏଥିପାଇଁ କଣ ମହାରାଷ୍ଟ୍ରର ଜନତା ଦାୟୀ କି ? ରାଷ୍ଟ୍ରପତି ଶାସନର ଧମକ ଦିଅ ନାହିଁ । ଆଇନ କାନୁନ, ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରର ପରମ୍ପରା ବିଷୟରେ ଆମକୁ ବି ଜଣାଅଛି ବୋଲି ଦଳର ମୁଖପତ୍ରରେ କୁହାଯାଇଛି । 

ଶୁକ୍ରବାର ମହାରାଷ୍ଟ୍ର ସରକାରର ଅର୍ଥମନ୍ତ୍ରୀ ସୁଧୀର ମନଙ୍ଗତିୱାର ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଧମକାଇଲା ପରି ବୟାନ ଦେଇଥିଲେ । ଆସନ୍ତା ୭ ତାରିଖ ଯାଏ ଯଦି କେହି ସରକାର ଗଠନ ନେଇ ଦାବି ନ କରନ୍ତି, ତେବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି କହିଥିଲେ ସୁଧୀର । ସେ ଆହୁରି ମଧ୍ୟ କହିଥିଲେ, ସରକାର ଗଠନରେ ବାଧକ ସାଜୁଛି ଶିବସେନାର ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ଫର୍ମୁଲା । 

କହିରଖୁଛୁ, ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ମ୍ୟାଜିକ ନମ୍ବର ୨୪୫ । ଅର୍ଥାତ ଅନ୍ୟ ଗୋଟିଏ ଦଳର ସମର୍ଥନ ବିନା ବିଜେପି ସରକାର ଗଠନ କରିପାରିବ ନାହିଁ । ସେହିପରି ବିଜେପି ବ୍ୟତୀତ ଅନ୍ୟ ଦୁଇ ଦଳ ମିଶି ମ୍ୟାଜିକ ନମ୍ବର ଛୁଇ ପାରୁନାହାଁନ୍ତି । ବିଜେପି ବିରୋଧୀ ସରକାର ଗଠନ କରିବାକୁ ହେଲେ କଂଗ୍ରେସ, ଏନସିପି ଏବଂ ଶିବସେନା ମଧ୍ୟରେ ବୁଝାମଣା ଦରକାର । ଅପେକ୍ଷା, ଆସନ୍ତା ସୋମବାର ସୋନିଆ ଗାନ୍ଧୀଙ୍କ ସହ ଶରତ ପାୱାରଙ୍କ ବୈଠକକୁ । ଏହିଦିନ ହୁଏତ ସ୍ପଷ୍ଟ ଚିତ୍ର ଆସିପାରେ ।