ଶିବସେନାକୁ ଝଟକା, ଆଉ ସମୟ ଦେବାକୁ ମନା କଲେ ରାଜ୍ୟପାଳ

ମହାରାଷ୍ଟ୍ରରେ ସରକାର ଗଢିବାର ପ୍ରୟାସ ଉପରେ ଶିବସେନାକୁ ଲାଗିଲା ବଡ଼ ଝଟକା । ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶିବସେନାକୁ ଆହୁରି ସମୟ ଦେବାକୁ ମନା କରିଛନ୍ତି । ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ରାଜ୍ୟପାଳ ଆମକୁ ଆହୁରି ସମୟ ଦେବାକୁ ମନା କରି ଦେଇଛନ୍ତି । 

ଶିବସେନାକୁ ଝଟକା, ଆଉ ସମୟ ଦେବାକୁ ମନା କଲେ ରାଜ୍ୟପାଳ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢିବାର ପ୍ରୟାସ ଉପରେ ଶିବସେନାକୁ ଲାଗିଲା ବଡ଼ ଝଟକା । ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶିବସେନାକୁ ଆହୁରି ସମୟ ଦେବାକୁ ମନା କରିଛନ୍ତି । ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ରାଜ୍ୟପାଳ ଆମକୁ ଆହୁରି ସମୟ ଦେବାକୁ ମନା କରି ଦେଇଛନ୍ତି । 

ସାକ୍ଷାତ ବେଳେ ଆଦିତ୍ୟ ରାଜ୍ୟପାଳଙ୍କୁ କହିଥିଲେ ଯେ ଦଳଗୁଡିକ ସହ ଆମର ଆଲୋଚନା ଜାରି ରହିଛି । ଶିବସେନାକୁ ଆହୁରି ୨୪ ଘଣ୍ଟା ସମୟ ଦେବାକୁ ମନା କରିଛନ୍ତି ରାଜ୍ୟପାଳ । ଅନ୍ୟପକ୍ଷେ ଆଦିତ୍ୟ କହିଛନ୍ତି ଯେ ଆମର ଦାବିକୁ ଖାରଜ କରି ନାହାନ୍ତି ରାଜ୍ୟପାଳ । ଆମେ ସରକାର ଗଢିବା ପାଇଁ ପ୍ରସ୍ତୁତ ବୋଲି ଶିବସେନା ରାଜ୍ୟପାଳଙ୍କୁ କହିଛନ୍ତି ।

ଅନ୍ୟପକ୍ଷେ ଆଜି ଅର୍ଥାତ ସୋମବାର ଖବର ଆସିଥିଲା ଯେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ଫୋନରେ ଆଲୋଚନା ହୋଇଥିଲା । ଏହା ପରେ ଖବର ଆସିଥିଲା ଯେ, ଶିବସେନାକୁ କଂଗ୍ରେସ ବାହାରୁ ସମର୍ଥନ ପ୍ରଦାନ କରିବ । ଏନସିପି ଓ ଶିବସେନା ମିଶି ସରକାର ଗଢିବେ । ଏହାସହ କୋମନ ମିନିମମ ପ୍ରୋଗ୍ରାମ ଅନ୍ତର୍ଗତ ସରକାର ପରିଚାଳନା ହେବ । କଂଗ୍ରେସ ବାଚସ୍ପତି ପଦର ଦାବି କରିବ ବୋଲି ସୂଚନା ମିଳିଥିଲା । 

କିନ୍ତୁ ପରେ କଂଗ୍ରେସ ତରଫରୁ ପ୍ରେସ ରିଲିଜ ଜାରି କରି ଏହାକୁ ଖାରଜ କରି କୁହାଯାଇଛି ଯେ ଆମେ ବର୍ତ୍ତମାନ ଯାଏ କୌଣସି ନିଷ୍ପତ୍ତି ନେଇ ନାହୁଁ । ଏହା ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମହାରାଷ୍ଟ୍ର କଂଗ୍ରେସର ବଡ଼ ନେତାଙ୍କ ବୈଠକ ହୋଇଯାଇଛି । ସେହିପରି ଜୟପୁରରେ ଥିବା ମହାରାଷ୍ଟ୍ରର ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ସହ ମଧ୍ୟ ସୋନିଆ ଆଲୋଚନା କରିଛନ୍ତି । ବିଧାୟକମାନେ ଶିବସେନାକୁ ସମର୍ଥନ ଦେବା ପକ୍ଷରେ ମତ ଦେଇଛନ୍ତି । ଅନ୍ୟପକ୍ଷେ ବିଧାୟକମାନେ ସରକାରର ସାମିଲ ହେବା ପାଇଁ ଇଚ୍ଛା କରିଛନ୍ତି ବୋଲି ଜଣାପଡିଛି ।