ସରକାର ଗଠନ ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ହସ୍ପିଟାଲରେ ଭର୍ତ୍ତି

ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ରାଜ୍ୟରେ ରାଜନୈତିକ ସ୍ଥିରତା ପାଇଁ ଶିବସେନା ସହ ଏନସିପି ଓ କଂଗ୍ରେସ ମିଶି ଗଢି ପାରନ୍ତି ସରକାର । ଅନ୍ୟପକ୍ଷେ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇ ପାରି ନାହିଁ ଯେ କଣ ପାଇଁ ରାଉତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସରକାର ଗଠନ ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ହସ୍ପିଟାଲରେ ଭର୍ତ୍ତି
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ରାଜ୍ୟରେ ରାଜନୈତିକ ସ୍ଥିରତା ପାଇଁ ଶିବସେନା ସହ ଏନସିପି ଓ କଂଗ୍ରେସ ମିଶି ଗଢି ପାରନ୍ତି ସରକାର । ଅନ୍ୟପକ୍ଷେ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇ ପାରି ନାହିଁ ଯେ କଣ ପାଇଁ ରାଉତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଶିବସେନା ନେତୃତ୍ୱରେ ଏନସିପି-କଂଗ୍ରେସର ସରକାର ଗଠନ ହେବା ଉପରେ ଅନ୍ତିମ ପର୍ଯାୟରେ ଚାଲିଛି ଆଲୋଚନା । ଆଉଁ ଅଳ୍ପ ସମୟ ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ଏହି ସରକାର ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ସଞ୍ଜୟ ରାଉତ ହସ୍ପିଟାଲରେ ଭର୍ତ୍ତି ରହିଛନ୍ତି । ବିଜେପି ସହ ବହୁ ବିରୋଧାଭାସ  ମଧ୍ୟରେ ରାଉତ ବହୁଥର ଏନସିପି ନେତା ଶରଦ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି । ସେ କହିଥିଲେ ଯେ ଆମେ ଚାହୁଁଛୁ ଯେ ତିନି ଦଳ ମିଶି ଏକ କୋମନ ପ୍ରୋଗ୍ରାମ ଅନ୍ତର୍ଗତ ସରକାର ଗଠନ କରୁ । 

ଅନ୍ୟପକ୍ଷେ ଶିବସେନାକୁ ସମର୍ଥନ ଦେବା ଉପରେ କଂଗ୍ରେସ  ଦ୍ୱିତୀୟ ଥର ପାଇଁ ଆଜି ବୈଠକ କରୁଛି ।  ଏହି ବୈଠକ ପୂର୍ବରୁ ଦଳ ତରଫରୁ ସରକାର ଗଠନକୁ ନେଇ ଏକ ଫର୍ମୁଲା ସାମ୍ନାକୁ ଆସିଛି । ସୂତ୍ରାନୁସାରେ, ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ କଂଗ୍ରେସ ଯେଉଁ ଫର୍ମୁଲା ଉପରେ ବିଚାର କରୁଛି ତାହା ଅନ୍ତର୍ଗତ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଅନ୍ୟପକ୍ଷେ ୨ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବ । ଏହା ବ୍ୟତୀତ କ୍ୟାବିନେଟରେ ଶିବସେନା-ଏନସିପି-କଂଗ୍ରେସର ୧୪-୧୪ ମନ୍ତ୍ରୀ ରହିବେ ।

ଆଜି ସରକାର ଗଠନ ଉପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ମାରାଥନ ବୈଠକ ଲାଗି ରହିଛି । ଶିବସେନାକୁ କଂଗ୍ରେସ ଓ ଏନସିପିର ସମର୍ଥନ ମିଳିବ ବୋଲି ଲାଗୁଛି ।  ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ସାକ୍ଷାତ କରିଛନ୍ତି । ଉଦ୍ଧବଙ୍କ ସହ ତାଙ୍କ ପୁଅ ଆଦିତ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତରେ ଦୁହେଁଙ୍କ ମଧ୍ୟରେ ସରକାର ଗଠନକୁ ନେଇ ଆଲୋଚନା ହୋଇଛି । କିନ୍ତୁ ବର୍ତ୍ତମାନ ଯାଏ ଏନସିପି ନିଜ ସ୍ଥିତି ସ୍ପଷ୍ଟ କରି ନାହିଁ । କାରଣ କଂଗ୍ରେସର ନିଷ୍ପତ୍ତିକୁ ଅପେକ୍ଷା କରି ବସିଛି ଦଳ ।

ଏନସିପି ପ୍ରଥମରୁ ସ୍ପଷ୍ଟ କରିଛି ଯେ ଶିବସେନାକୁ ସମର୍ଥନ ସର୍ତ୍ତ ଆଧାର ମିଳିବ । ତେଣୁ ଶିବସେନା ଓ ଏନସିପି-କଂଗ୍ରେସ ମଧ୍ୟରେ କୋମନ ମିନିମମ ପ୍ରୋଗ୍ରାମ ଉପରେ ସରକାର ଗଠନ କରି ପାରନ୍ତି । କାରଣ ଶିବସେନା ବିଚାରଗତ ଦୃଷ୍ଟିରୁ ଏନସିପି ଓ କଂଗ୍ରେସ ଠାରୁ ସଂପୂର୍ଣ୍ଣ ପୃଥକ ଦଳ । ଏହି ବୈଠକରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ ।